ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କାର୍‌ ପରି ବାଇକ୍‌ରେ ମଧ୍ୟ ରହିବ ଏୟାରବ୍ୟାଗ୍‌, ଦୁର୍ଘଟଣାରେ ବଞ୍ଚାଇବ ଚାଳକଙ୍କ ଜୀବନ

The Sakala Picture
Published On

ସଡକ ସୁରକ୍ଷାକୁ ଆହୁରି ମଜବୁତ କରିବା ପ୍ରୟାସରେ, ପ୍ୟାଜିଓ(Piaggio) ଏବଂ ଅଟୋଲିଭ୍ (Autoliv) ଏକ ଅସାଧାରଣ ଜିନିଷର ବିକାଶ ପାଇଁ ହାତ ମିଳାଇଛନ୍ତି। ଏହି ଦୁଇ କମ୍ପାନୀ ଦୁଇ ଚକିଆ ଯାନ ପାଇଁ  ଏୟାରବ୍ୟାଗ ତିଆରି କରୁଛନ୍ତି। ଦୁଇ କମ୍ପାନୀ ନିକଟରେ ଘୋଷଣା କରିଛନ୍ତି ଯେ ସେମାନେ ବର୍ତ୍ତମାନ ଦୁଇ ଚକିଆ ଯାନ ପାଇଁ ଏୟାରବ୍ୟାଗ ତିଆରି କରିବା ପାଇଁ ଏକାଠି କାମ କରୁଛନ୍ତି। ବାଇକ୍‌ ଚାଳକର ସୁରକ୍ଷାକୁ ସୁଦୃଢ କରିବା ପାଇଁ ଦୁଇ ଚକିଆ ଯାନ […]

ସଡକ ସୁରକ୍ଷାକୁ ଆହୁରି ମଜବୁତ କରିବା ପ୍ରୟାସରେ, ପ୍ୟାଜିଓ(Piaggio) ଏବଂ ଅଟୋଲିଭ୍ (Autoliv) ଏକ ଅସାଧାରଣ ଜିନିଷର ବିକାଶ ପାଇଁ ହାତ ମିଳାଇଛନ୍ତି। ଏହି ଦୁଇ କମ୍ପାନୀ ଦୁଇ ଚକିଆ ଯାନ ପାଇଁ  ଏୟାରବ୍ୟାଗ ତିଆରି କରୁଛନ୍ତି। ଦୁଇ କମ୍ପାନୀ ନିକଟରେ ଘୋଷଣା କରିଛନ୍ତି ଯେ ସେମାନେ ବର୍ତ୍ତମାନ ଦୁଇ ଚକିଆ ଯାନ ପାଇଁ ଏୟାରବ୍ୟାଗ ତିଆରି କରିବା ପାଇଁ ଏକାଠି କାମ କରୁଛନ୍ତି। ବାଇକ୍‌ ଚାଳକର ସୁରକ୍ଷାକୁ ସୁଦୃଢ କରିବା ପାଇଁ ଦୁଇ ଚକିଆ ଯାନ ପାଇଁ ଏକ ଏୟାରବ୍ୟାଗ୍ ବିକଶିତ କରିବା ପାଇଁ ଅଟୋଲିଭ୍ ଏବଂ ପିଆଜିଓ ଗ୍ରୁପ୍‌ କାମ କରୁଛନ୍ତି। ଏୟାରବ୍ୟାଗ ବିକାଶ ପାଇଁ ଉଭୟ ପକ୍ଷର ମିଳିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏୟାରବ୍ୟାଗ ଦୁଇ ଚକିଆ ଯାନର ଫ୍ରେମରେ ଲଗାଯିବ ଏବଂ ଦୁର୍ଘଟଣାର ମିଲିସେକେଣ୍ଡରେ  ଏୟାରବ୍ୟାଗ ଖୋଲାଯିବ ଯାହା ଡ୍ରାଇଭରକୁ ଆଘାତରୁ ରକ୍ଷା କରିବ।

ଅଟୋଲିଭ୍ (Autoliv) ପୂର୍ବରୁ ମଧ୍ୟ ଦୁଇ ଚକିଆ ଯାନ ପାଇଁ ଏୟାରବ୍ୟାଗର ସିମୁଲେସନ୍ ଟୁଲ୍ସ ଏବଂ ଫୁଲ୍ ସ୍କେଲ୍ କ୍ରାସ୍ ପରୀକ୍ଷଣ ମାଧ୍ୟମରେ ସୁରକ୍ଷା ବୈଷିଷ୍ଟ୍ୟର ଏକ ପାରମ୍ଭିକ ଯାଞ୍ଚ କରିସାରିଛି। ବର୍ତ୍ତମାନ ପିଆଜିଓ(Piaggio) ଗ୍ରୁପ୍ ସହିତ ଅଟୋଲିଭ୍ ଏହି ଉତ୍ପାଦକୁ ଆହୁରି ବିକଶିତ କରିବାକୁ ଚେଷ୍ଟା କରିବ । ନିକଟ ଭବିଷ୍ୟତରେ ଏହା ଶୀଘ୍ର ବଜାରକୁ ଅଣାଯିବ ବୋଲି ଆଶା କରାଯାଉଛି।

ଦୁର୍ଘଟଣାର ଏକ ସେକେଣ୍ଟର କମ୍ ସମୟ ମଧ୍ୟରେ ଖୋଲିବ ଏୟାରବ୍ୟାଗ୍‌

ପ୍ୟାଜିଓ(Piaggio) ଏବଂ ଅଟୋଲିଭ୍ (Autoliv) ମିଳିତ ଭାବେ ତିଆରି କରୁଥିବା ଏୟାରବ୍ୟାଗ୍‌ ବିଷୟରେ ଯାହା ଜଣାପଡିଛି ଏହା ଦୁର୍ଘଟଣାର ଏକ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ଖୋଲିବ। ଯାହା ବାଇକ୍ ଚାଳକର ଜୀବନ ବଞ୍ଚାଇବା ବା ଆହତ ହେବାରୁ ରକ୍ଷା କରିବ। ଅଟୋଲିଭ୍ (Autoliv) ସିଇଓ  ମାଇକେଲ୍ ବ୍ରାଟ କହିଛନ୍ତି ଯେ ଅଟୋଲିଭ୍ ଲୋକଙ୍କ ଜୀବନ ରକ୍ଷା କରିବା ତଥା ଗତିଶୀଳତା ସମାଜ ପାଇଁ ଏକ ନୂତନ ବିଶ୍ୱ ସ୍ତରୀୟ ଜୀବନ ରକ୍ଷାକାରୀ ସମାଧାନ ପ୍ରଦାନ କରିବାର ଦୃଷ୍ଟିକୋଣ ପାଇଁ ପ୍ରତିବଦ୍ଧ।ତ୍ଣେୁ ଆମେ ଏକରି ଉତ୍ପାଦଗୁଡିକୁ ବିକାଶ କରୁଛୁ ଯାହା ସଡ଼କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଛି। ଏହି ଉତ୍ପାଦଗୁଡିକର ବିକାଶ ଆମର ସ୍ଥିରତା ଏଜେଣ୍ଡାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ୨୦୩୦ ସୁଦ୍ଧା ବର୍ଷକୁ  ୧ ଲକ୍ଷ ଜୀବନ ରକ୍ଷା କରିବାର ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ”

ସମଗ୍ର ବିଶ୍ୱରେ ଦୁଇ ଚକିଆ ଯାନର ଲୋକପ୍ରିୟତାକୁ ବିଚାରକୁ ନେଲେ ଉନ୍ନତ ସଡ଼କ ସୁରକ୍ଷା ଦିଗରେ ଏହା ନିଶ୍ଚିତ ଭାବରେ ପ୍ରଶଂସନୀୟ ପଦକ୍ଷେପ । ବାଇକ୍‌ରେ ଏୟାରବ୍ୟାଗ୍‌ ଲାଗିବା ଫଳରେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ। ବର୍ତ୍ତମାନ ଆଧୁନିକ ସ୍କୁଟର ଏବଂ ବାଇକ୍ ଗୁଡିକରେ  ABS, ASR ପରି ଅନେକ ସୁରକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ। ଏୟାରବ୍ୟାଗ୍‌ ଲାଗିବା ପରେ ଏହା ରାସ୍ତାରେ ଆରୋହୀଙ୍କ ସୁରକ୍ଷା ଆହୁରି ଦୃଢତର କରିବ।

11 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର