ମନୋରଞ୍ଜନ
ଓଡ଼ିଶା
Viral Video: ବିଲରେ ଟ୍ରାକ୍ଟର ଚଳାଉଛି ଛୋଟ ପିଲା, ବାପାମା’ଙ୍କ ବେପରୁଆ ମନୋଭାବକୁ ନିନ୍ଦା କଲେ ଲୋକେ
ସୋସିଆଲ ମିଡିଆରେ ‘ଲାଇକ୍’ ଏବଂ ‘ଭ୍ୟୁ’ ପାଇବା ନିଶାରେ ଅନେକ ସମୟରେ ଲୋକମାନେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ପିଲାଙ୍କ ସୁରକ୍ଷା ଦାୟିତ୍ୱ ବଡ଼ମାନଙ୍କ ହାତରେ ଥାଏ, କିନ୍ତୁ ଆଜିକାଲି କିଛି ଅଭିଭାବକ ପିଲାଙ୍କୁ ବିପଜ୍ଜନକ କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଛୋଟ ପିଲା ଟ୍ରାକ୍ଟର ଚଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
🚨Be alert
क्या मजबूरी है या कौनसा ये शौक
इस बच्चों से क्या जरूरी है गाड़ी चलाना
आए दिन बहुत घटनाएं होती जा रही हैं...
जान प्यारा है या दिखावा??? pic.twitter.com/ZWnvSCaubtଆହୁରି ପଢ଼ନ୍ତୁ: Viral Video: ପାଣି ଭିତରେ ୨୦୦ କିଲୋର ବିଶାଳ ଆନାକୋଣ୍ଡା ସହ ମୁହାଁମୁହିଁ ହେଲେ ଡାଇଭର; ଦେଖନ୍ତୁ ଏହି ଭାଇରାଲ ଭିଡିଓ— Manoj Yadav (@memanoj24) February 4, 2026
ବିପଦଜ୍ଜନକ ଷ୍ଟଣ୍ଟ୍ ଦେଖି ଲୋକେ ଆଶ୍ଚର୍ଯ୍ୟ
ଭିଡିଓଟି ଏକ ଚାଷ ଜମିର ବୋଲି ଜଣାପଡୁଛି। ଏଥିରେ ଜଣେ ଅତି କମ ବୟସର ପିଲା ଟ୍ରାକ୍ଟର ଡ୍ରାଇଭିଂ ସିଟରେ ବସି ନିର୍ଭୟରେ ଗାଡି ଚଳାଉଛି। କେବଳ ଗାଡି ଚଳାଉନାହିଁ, ବରଂ ଜଣେ ଅଭିଜ୍ଞ ଡ୍ରାଇଭର ଭଳି ବିଲରେ ହଳ ମଧ୍ୟ କରୁଛି। ତେବେ ପାଖରେ ଥାଇ କେହି ଜଣେ ଏହି ଦୃଶ୍ୟକୁ ରେକର୍ଡ କରୁଛନ୍ତି। ପିଲାଟିର ଡ୍ରାଇଭିଂ ଦେଖି ଲାଗୁଛି ସତେ ଯେମିତି ସେ ଜଣେ ଟ୍ରେଣ୍ଡ ଡ୍ରାଇଭର। କିନ୍ତୁ ଏତେ କମ ବୟସରେ ଏଭଳି ଭାରୀ ଯାନ ଚଳାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ଗୋଟିଏ ଛୋଟ ଭୁଲ୍ ସିଧାସଳଖ ଜୀବନ ନେଇପାରେ।
ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା
ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ @memanoj24 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ୧୮ ବର୍ଷରୁ କମ୍ ବୟସରେ ଗାଡି ଚଳାଇବା ଆଇନଗତ ଅପରାଧ ହୋଇଥିବାବେଳେ, ଏଭଳି ଅବହେଳା ପାଇଁ ନେଟିଜେନ୍ସ ତୀବ୍ର ସମାଲୋଚନା କରିଛନ୍ତି। ଅନେକ ୟୁଜର କମେଣ୍ଟ କରି କହିଛନ୍ତି ଯେ, "ପିଲାଙ୍କ ହାତରେ ଗାଡି ଦେବା ସଉକ ନୁହେଁ, ବରଂ ସିଧାସଳଖ ମୃତ୍ୟୁକୁ ଡାକିବା ସହ ସମାନ। ଦେଖେଇ ହେବା ଅପେକ୍ଷା ଜୀବନର ମୂଲ୍ୟ ଅଧିକ।"





