ଭାରତୀୟ ବଜାର ପ୍ରବେଶ କଲା ମୋଟୋ ଇ-୭ ପାୱାର

The Sakala Picture
Published On

ନୂଆଦିଲ୍ଲୀ: ମୋଟରୋଲା କମ୍ପାନୀ ଏକ ନୂତନ ସ୍ମାର୍ଟଫୋନ୍ ମୋଟୋ ଇ- ୭ ପାୱାର ଶୁକ୍ରବାର ଭାରତରେ ଲଞ୍ଚ କରିଛି। ୱାଟରଡ୍ରପ୍ ନଚ୍ ଏବଂ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ମୋଟୋ ଇ-୭ ପାୱାର ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନ୍ ଉପଭୋକ୍ତା ପକେଟକୁ ସୁହାଇଲାଭଲି ମୂଲ୍ୟ ରଖାଯାଇଛି। ଯାହା ଭାରତୀୟ ବଜାରରେ ରେଡମି ୯-ଆଇ, ଇନଫିନିକ୍ସ ସ୍ମାର୍ଟ -୫ ଏବଂ ରିଅଲମ ସି-୧୫କୁ ଟକ୍କର ଦେବ ବୋଲି କୁହାଯାଉଛି। ମୋଟୋ ଇ -୭ ପାୱାର ଦୁଇଟି ମଡେଲକୁ […]

ନୂଆଦିଲ୍ଲୀ: ମୋଟରୋଲା କମ୍ପାନୀ ଏକ ନୂତନ ସ୍ମାର୍ଟଫୋନ୍ ମୋଟୋ ଇ- ୭ ପାୱାର ଶୁକ୍ରବାର ଭାରତରେ ଲଞ୍ଚ କରିଛି। ୱାଟରଡ୍ରପ୍ ନଚ୍ ଏବଂ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ମୋଟୋ ଇ-୭ ପାୱାର ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନ୍ ଉପଭୋକ୍ତା ପକେଟକୁ ସୁହାଇଲାଭଲି ମୂଲ୍ୟ ରଖାଯାଇଛି। ଯାହା ଭାରତୀୟ ବଜାରରେ ରେଡମି ୯-ଆଇ, ଇନଫିନିକ୍ସ ସ୍ମାର୍ଟ -୫ ଏବଂ ରିଅଲମ ସି-୧୫କୁ ଟକ୍କର ଦେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୦୨୬ରୁ ଏହି ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ଆହୁରି ପଢ଼ନ୍ତୁ: ମୁହଁର ପକ୍ଷାଘାତକୁ ହରାଇବାକୁ ଏଆଇର ସାହାରା: ନିଜ ପାଇଁ ସ୍ୱତନ୍ତ୍ର ଆପ୍ 'ମିରର୍' ପ୍ରସ୍ତୁତ କଲେ ଭାରତୀୟ ଇଞ୍ଜିନିୟର

ମୋଟୋ ଇ -୭ ପାୱାର ଦୁଇଟି ମଡେଲକୁ ଭାରତରେ ଲଞ୍ଚ କରାଯାଇଛି। ପ୍ରଥମ ମଡେଲ୍ ହେଉଛି ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୭,୪୯୯ ଟଙ୍କା । ଅନ୍ୟ ମଡେଲ୍ ହେଉଛି ୪ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୮,୨୯୯ ଟଙ୍କା। ଏହି ଫୋନଟି ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ ୱେବସାଇଟରୁ ଫେବୃଆରୀ ୨୬ରୁ କ୍ରୟ କରାଯାଇପାରିବ।

ମୋଟୋ ଇ-୭ ପାୱାରରେ ଆଣ୍ଡ୍ରଏଡ୍ ୧୦ ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନରେ ୬.୫ ଇଞ୍ଚ ଏଚଡି ଡିସପ୍ଲେ ଓ ମ୍ୟାକ୍ସ ଭିଜନ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୭୨୦୦ x ୧୬୦୦ ପିକ୍ସେଲ ଅଛି । ଏହି ଫୋନରେ ମିଡିଆଟେକ ହେଲିଓ ଦିଆଯାଇଛି।

କ୍ୟାମେରା ବିଷୟରେ କହିବାକୁ ଗଲେ ଏହାର ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଯେଉଁଥିରେ ମୁଖ୍ୟ ଲେନ୍ସ ୧୩ ମେଗାପିକ୍ସେଲ। ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ସେନସର ଦିଆଯାଇଛି।  ୫ ମେଗାପିକ୍ସେଲର ସେଲଫି କ୍ୟାମେରା ଅଛି। କ୍ୟାମେରା ସହିତ ପୋଟ୍ରେଟ୍, ପାନୋରାମା, ଫେସ ବିୟୁଟି ଭଳି ଅନେକ ମୋଡ୍ ଉପଲବ୍ଧ ।

ମୋଟୋ ଇ-୭ ପାୱାରରେ ସଂଯୋଗ ପାଇଁ ୪ଜି ଭୋଲଟି, , ୱାଇ-ଫାଇ , ବ୍ଲୁଟୁଥ୍ ୫.୦, ଏଫଏମ ରେଡିଓ, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଉପଲବ୍ଧ । ଫୋନର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ଅଛି । ଏହି ସ୍ମାର୍ଟଫୋନରେ ଜବରଦସ୍ତ ବ୍ୟାଟେରୀ ଦିଆଯାଇଛି। ଏଥିରେ ୫୦୦୦ ଏମଏଚ ବ୍ୟାଟେରୀ ସହ ୧୦ ୱାଟର ଫାଷ୍ଟ ଚାର୍ଜିଂର ଚାର୍ଜର ମଧ୍ଯ ଉପଲବ୍ଧ।

19 Feb 2021 By The Sakala

ଭାରତୀୟ ବଜାର ପ୍ରବେଶ କଲା ମୋଟୋ ଇ-୭ ପାୱାର

ନୂଆଦିଲ୍ଲୀ: ମୋଟରୋଲା କମ୍ପାନୀ ଏକ ନୂତନ ସ୍ମାର୍ଟଫୋନ୍ ମୋଟୋ ଇ- ୭ ପାୱାର ଶୁକ୍ରବାର ଭାରତରେ ଲଞ୍ଚ କରିଛି। ୱାଟରଡ୍ରପ୍ ନଚ୍ ଏବଂ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ମୋଟୋ ଇ-୭ ପାୱାର ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନ୍ ଉପଭୋକ୍ତା ପକେଟକୁ ସୁହାଇଲାଭଲି ମୂଲ୍ୟ ରଖାଯାଇଛି। ଯାହା ଭାରତୀୟ ବଜାରରେ ରେଡମି ୯-ଆଇ, ଇନଫିନିକ୍ସ ସ୍ମାର୍ଟ -୫ ଏବଂ ରିଅଲମ ସି-୧୫କୁ ଟକ୍କର ଦେବ ବୋଲି କୁହାଯାଉଛି।

ମୋଟୋ ଇ -୭ ପାୱାର ଦୁଇଟି ମଡେଲକୁ ଭାରତରେ ଲଞ୍ଚ କରାଯାଇଛି। ପ୍ରଥମ ମଡେଲ୍ ହେଉଛି ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୭,୪୯୯ ଟଙ୍କା । ଅନ୍ୟ ମଡେଲ୍ ହେଉଛି ୪ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ୍, ଯାହାର ମୂଲ୍ୟ ୮,୨୯୯ ଟଙ୍କା। ଏହି ଫୋନଟି ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ ୱେବସାଇଟରୁ ଫେବୃଆରୀ ୨୬ରୁ କ୍ରୟ କରାଯାଇପାରିବ।

ମୋଟୋ ଇ-୭ ପାୱାରରେ ଆଣ୍ଡ୍ରଏଡ୍ ୧୦ ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନରେ ୬.୫ ଇଞ୍ଚ ଏଚଡି ଡିସପ୍ଲେ ଓ ମ୍ୟାକ୍ସ ଭିଜନ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୭୨୦୦ x ୧୬୦୦ ପିକ୍ସେଲ ଅଛି । ଏହି ଫୋନରେ ମିଡିଆଟେକ ହେଲିଓ ଦିଆଯାଇଛି।

କ୍ୟାମେରା ବିଷୟରେ କହିବାକୁ ଗଲେ ଏହାର ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଯେଉଁଥିରେ ମୁଖ୍ୟ ଲେନ୍ସ ୧୩ ମେଗାପିକ୍ସେଲ। ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସେଲ ମାକ୍ରୋ ସେନସର ଦିଆଯାଇଛି।  ୫ ମେଗାପିକ୍ସେଲର ସେଲଫି କ୍ୟାମେରା ଅଛି। କ୍ୟାମେରା ସହିତ ପୋଟ୍ରେଟ୍, ପାନୋରାମା, ଫେସ ବିୟୁଟି ଭଳି ଅନେକ ମୋଡ୍ ଉପଲବ୍ଧ ।

ମୋଟୋ ଇ-୭ ପାୱାରରେ ସଂଯୋଗ ପାଇଁ ୪ଜି ଭୋଲଟି, , ୱାଇ-ଫାଇ , ବ୍ଲୁଟୁଥ୍ ୫.୦, ଏଫଏମ ରେଡିଓ, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଉପଲବ୍ଧ । ଫୋନର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ଅଛି । ଏହି ସ୍ମାର୍ଟଫୋନରେ ଜବରଦସ୍ତ ବ୍ୟାଟେରୀ ଦିଆଯାଇଛି। ଏଥିରେ ୫୦୦୦ ଏମଏଚ ବ୍ୟାଟେରୀ ସହ ୧୦ ୱାଟର ଫାଷ୍ଟ ଚାର୍ଜିଂର ଚାର୍ଜର ମଧ୍ଯ ଉପଲବ୍ଧ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର