ଭାରତର ସ୍ୱଦେଶୀ ୫ମ ପିଢ଼ିର ଯୁଦ୍ଧବିମାନ 'AMCA': ୧୫,୦୦୦ କୋଟି ଟଙ୍କାର ମେଗା ପ୍ରୋଜେକ୍ଟ ପାଇଁ ଟେଣ୍ଡର ଜାରି

Suryakanta Picture
Published On

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପଞ୍ଚମ ପିଢ଼ିର ଆଡଭାନ୍ସଡ୍ ମିଡିୟମ୍ କମ୍ବେଟ୍ ଏୟାରକ୍ରାଫ୍ଟ (AMCA) ନିର୍ମାଣ ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ₹୧୫,୦୦୦ କୋଟି ଟଙ୍କାର ରିକ୍ୱେଷ୍ଟ ଫର୍ ପ୍ରୋପୋଜାଲ୍ (RFP) କିମ୍ବା ଟେଣ୍ଡର ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଟାଟା, L&T ଏବଂ ଭାରତ ଫୋର୍ଜ ମଧ୍ୟରେ କଡ଼ା ପ୍ରତିଯୋଗିତା

ଏହି ମେଗା ପ୍ରୋଜେକ୍ଟ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୩ଟି ପ୍ରମୁଖ ସଂସ୍ଥାକୁ ସର୍ଟଲିଷ୍ଟ କରିଛି। ସେଗୁଡ଼ିକ ହେଲେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ (TASL), ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସହ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏବଂ ଭାରତ ଫୋର୍ଜ ସହ BEML। ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରୋଜେକ୍ଟରୁ ସରକାରୀ ସଂସ୍ଥା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL)କୁ ବାଦ୍ ଦିଆଯାଇଛି, ଯାହା ଫଳରେ ଭାରତରେ ଏକ ଦ୍ୱିତୀୟ ତଥା ନୂତନ ଯୁଦ୍ଧବିମାନ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ବାଟ ଫିଟିପାରିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

AMCA ର ଡିଜାଇନ୍ ଏବଂ ଲକ୍ଷ୍ୟ

ଏହି ଷ୍ଟିଲ୍‌ଥ ଫାଇଟର ଜେଟ୍‌ର ଡିଜାଇନ୍ ଡିଆରଡିଓ (DRDO) ଅଧୀନରେ ଥିବା ଏରୋନୋଟିକାଲ୍ ଡେଭେଲପମେଣ୍ଟ ଏଜେନ୍ସି (ADA) ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଆମେରିକାର GE-414 ଇଞ୍ଜିନ୍ ବ୍ୟବହାର କରାଯିବ ଏବଂ ପରବର୍ତ୍ତୀ ସମୟରେ ଭାରତରେ ନିର୍ମିତ ଫ୍ରାନ୍ସର ସାଫ୍ରାନ୍ (Safran) ଇଞ୍ଜିନ୍ ଲାଗିବ। ଆଶା କରାଯାଉଛି ଯେ ୨୦୨୭ ସୁଦ୍ଧା ଏହାର ପ୍ରଥମ ପ୍ରୋଟୋଟାଇପ୍ (ନମୁନା ବିମାନ) ପ୍ରସ୍ତୁତ ହୋଇଯିବ ଏବଂ ୨୦୨୮ ରୁ ୨୦୨୯ ମଧ୍ୟରେ ଏହା ପ୍ରଥମ ଉଡ଼ାଣ ଭରିବ। ୨୦୩୫ ବେଳକୁ ଏହାର ଲଗାତାର ସିରିଜ୍ ଉତ୍ପାଦନ ଆରମ୍ଭ ହେବାର ଲକ୍ଷ୍ୟ ରଖାଯାଇଛି। ଭାରତୀୟ ବାୟୁସେନା (IAF) ପ୍ରଥମ ପର୍ଯ୍ୟାୟରେ ଏଭଳି ୧୨୦ଟି ଯୁଦ୍ଧବିମାନ ନିଜ ବାହିନୀରେ ସାମିଲ କରିବାକୁ ଯୋଜନା କରିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଓ ଶକ୍ତିଶାଳୀ କ୍ଷମତା

ଚଳିତ ମାସ ଆରମ୍ଭରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ପୁଟ୍ଟାପର୍ଥୀଠାରେ ଏହି ପ୍ରୋଜେକ୍ଟର ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ଟେଷ୍ଟିଂ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ AMCA ଯୁଦ୍ଧବିମାନରେ ସୁପର-କ୍ରୁଜ୍, ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଷ୍ଟିଲ୍‌ଥ ଟେକ୍ନୋଲୋଜି ଏବଂ ଦୀର୍ଘ ଦୂରଗାମୀ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ରହିବ। ଏହା ଆମେରିକାର ପ୍ରସିଦ୍ଧ F-35, ଚୀନ୍‌ର J-20 ଏବଂ ଋଷିଆର Su-57 ଭଳି ଅତ୍ୟାଧୁନିକ ଯୁଦ୍ଧବିମାନଗୁଡ଼ିକୁ କଡ଼ା ଟକ୍କର ଦେବ। ଆଗାମୀ ଦିନରେ ଏହି ବିମାନଗୁଡ଼ିକ ବାୟୁସେନାରେ ଥିବା ପୁରୁଣା Su-30 MKI ଫାଇଟର ଜେଟ୍ ଗୁଡ଼ିକର ସ୍ଥାନ ନେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp