ଆଉ ଆସିବନି ସ୍ପାମ୍ କଲ୍‌, ଏଣିକି ମୋବାଇଲରେ ଦିଶିବ ପ୍ରତ୍ୟେକ କଲରଙ୍କ ନାମ

The Sakala Picture
Published On

ମୋବାଇଲ ଫୋନ୍‌ରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିଲେ ସମସ୍ତେ ବ୍ୟତିବ୍ୟସ୍ତ ହୋଇଯାଇଥାନ୍ତି। କିଏ ଫୋନ୍‌ କରିଥିଲେ ଆଉ କାହିଁକି ଫୋନ୍‌ କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଜଣାପଡେ ନାହିଁ ଯେ କଲର କିଏ ଥିଲେ। ହେଲେ ଏବେ ଆଉ ସେ ଚିନ୍ତା କରିବାକୁ ପଡିବନାହିଁ। କାରଣ ଟେଲିକମ୍ କମ୍ପାନୀଗୁଡିକ ସମ୍ପ୍ରତି ଦେଶରେ କଲର୍ ଆଇଡି ଡିସ୍‌ପ୍ଲେ ସେବା ଆରମ୍ଭ କରିଛନ୍ତି। ଏହା ହେଲେ ଯେତେବେଳେ ଫୋନରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିବ ସେତେବେଳେ ୟୁଜରଙ୍କ […]

ମୋବାଇଲ ଫୋନ୍‌ରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିଲେ ସମସ୍ତେ ବ୍ୟତିବ୍ୟସ୍ତ ହୋଇଯାଇଥାନ୍ତି। କିଏ ଫୋନ୍‌ କରିଥିଲେ ଆଉ କାହିଁକି ଫୋନ୍‌ କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଜଣାପଡେ ନାହିଁ ଯେ କଲର କିଏ ଥିଲେ। ହେଲେ ଏବେ ଆଉ ସେ ଚିନ୍ତା କରିବାକୁ ପଡିବନାହିଁ। କାରଣ ଟେଲିକମ୍ କମ୍ପାନୀଗୁଡିକ ସମ୍ପ୍ରତି ଦେଶରେ କଲର୍ ଆଇଡି ଡିସ୍‌ପ୍ଲେ ସେବା ଆରମ୍ଭ କରିଛନ୍ତି। ଏହା ହେଲେ ଯେତେବେଳେ ଫୋନରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିବ ସେତେବେଳେ ୟୁଜରଙ୍କ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ରେ କଲରଙ୍କ ନାମ ଦୃଶ୍ୟମାନ ହେବ।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

ଏକ ରିପୋର୍ଟ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର୍ ଆଇଡି ଡିସ୍‌ପ୍ଲେ ସେବାର ପରୀକ୍ଷଣ ଆରମ୍ଭ କରିଛନ୍ତି। ସରକାରଙ୍କ ଯୋଜନାନୁଯାୟୀ, ଆଗାମୀ ସମୟରେ ଦେଶର ଅନ୍ୟ ସହରଗୁଡିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯୋଜନା ରହିଛି। କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌ (ସିଏନ୍‌ଏପି)କୁ ସ୍ପାମ୍ ଏବଂ ଠକେଇ କଲ୍ ରୋକିବା ପାଇଁ ଏକ ଉପାୟ ଭାବରେ ଦେଖାଯାଉଛି, ଯାହା ସାମ୍ପ୍ରତିକ ସମୟରେ ବହୁ ମତ୍ରୋରେ ବୃଦ୍ଧି ପାଇଛି। ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଚାପ ପରେ କମ୍ପାନୀଗୁଡିକ ଏହି ପରୀକ୍ଷା ଆରମ୍ଭ କରିଛନ୍ତି। ଟେଲିକମ୍ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିଏନ୍‌ଏପି କିପରି କାର୍ଯ୍ୟ କରୁଛି ତାହାର ଫଳାଫଳ ଜାଣିବା ପାଇଁ ଆମେ ଏହାକୁ ସୀମିତ ସଂଖ୍ୟାରେ ପରୀକ୍ଷା କରୁଛୁ। ଏଥିରେ ଆସୁଥିବା କଲ୍ ସମୟରେ ନମ୍ବର ସହିତ କଲରଙ୍କ ନାମ ମଧ୍ୟ ଦୃଶ୍ୟମାନ ହେବ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

ଆମେ ଟେଲିକମ୍ ବିଭାଗ ସହିତ ଏହି ପରୀକ୍ଷଣର ଫଳାଫଳକୁ ଶେୟାର କରିବୁ। ଏହାଫଳରେ ପ୍ରସ୍ତାବିତ ସେବା ସମ୍ବନ୍ଧରେ ଏକ ବ୍ୟବହାରିକ ନିଷ୍ପତ୍ତି ନିଆଯାଇପାରିବ। ତେବେ ଏହା ଉପରେ ପ୍ରତିକ୍ରିୟା ରଖÒ ଟ୍ରୁ କଲର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଋଷିତ୍‌ ଝୁନ୍‌ଝୁନ୍‌ୱାଲା କହିଛନ୍ତି ଯେ ସିଏନ୍‌ଏପି ସେବା କମ୍ପାନୀର ବିଦ୍ୟମାନ କଲର୍ ଆଇଡି ଆପ୍ଲିକେଶନ୍‌ ଭଳି ସମାନ ହେବ, କିନ୍ତୁ ଏହା ଆମର ବ୍ୟବସାୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ସମ୍ପ୍ରତି ସରକାର ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ନକଲି ଆନ୍ତର୍ଜାତୀୟ କଲ୍‌କୁ କଲ୍‌ ଆସିବା ପରେ ଭାରତୀୟ ନମ୍ବରରୁ ଦେଖାଯାଉଛି। ଟେଲିକମ୍ ବିଭାଗ (ଡଟ୍) ଏହି ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରୁଥିଲା। ଏହି କଲ୍ ମାଧ୍ୟମରେ ଲୋକଙ୍କୁ ସାଇବର ଅପରାଧ ଏବଂ ଆର୍ଥିକ ଠକେଇ କରାଯାଉଛି।

16 Jun 2024 By The Sakala

ଆଉ ଆସିବନି ସ୍ପାମ୍ କଲ୍‌, ଏଣିକି ମୋବାଇଲରେ ଦିଶିବ ପ୍ରତ୍ୟେକ କଲରଙ୍କ ନାମ

ମୋବାଇଲ ଫୋନ୍‌ରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିଲେ ସମସ୍ତେ ବ୍ୟତିବ୍ୟସ୍ତ ହୋଇଯାଇଥାନ୍ତି। କିଏ ଫୋନ୍‌ କରିଥିଲେ ଆଉ କାହିଁକି ଫୋନ୍‌ କରିଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଜଣାପଡେ ନାହିଁ ଯେ କଲର କିଏ ଥିଲେ। ହେଲେ ଏବେ ଆଉ ସେ ଚିନ୍ତା କରିବାକୁ ପଡିବନାହିଁ। କାରଣ ଟେଲିକମ୍ କମ୍ପାନୀଗୁଡିକ ସମ୍ପ୍ରତି ଦେଶରେ କଲର୍ ଆଇଡି ଡିସ୍‌ପ୍ଲେ ସେବା ଆରମ୍ଭ କରିଛନ୍ତି। ଏହା ହେଲେ ଯେତେବେଳେ ଫୋନରେ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିବ ସେତେବେଳେ ୟୁଜରଙ୍କ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ରେ କଲରଙ୍କ ନାମ ଦୃଶ୍ୟମାନ ହେବ।

ଏକ ରିପୋର୍ଟ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର୍ ଆଇଡି ଡିସ୍‌ପ୍ଲେ ସେବାର ପରୀକ୍ଷଣ ଆରମ୍ଭ କରିଛନ୍ତି। ସରକାରଙ୍କ ଯୋଜନାନୁଯାୟୀ, ଆଗାମୀ ସମୟରେ ଦେଶର ଅନ୍ୟ ସହରଗୁଡିକରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯୋଜନା ରହିଛି। କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌ (ସିଏନ୍‌ଏପି)କୁ ସ୍ପାମ୍ ଏବଂ ଠକେଇ କଲ୍ ରୋକିବା ପାଇଁ ଏକ ଉପାୟ ଭାବରେ ଦେଖାଯାଉଛି, ଯାହା ସାମ୍ପ୍ରତିକ ସମୟରେ ବହୁ ମତ୍ରୋରେ ବୃଦ୍ଧି ପାଇଛି। ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଚାପ ପରେ କମ୍ପାନୀଗୁଡିକ ଏହି ପରୀକ୍ଷା ଆରମ୍ଭ କରିଛନ୍ତି। ଟେଲିକମ୍ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିଏନ୍‌ଏପି କିପରି କାର୍ଯ୍ୟ କରୁଛି ତାହାର ଫଳାଫଳ ଜାଣିବା ପାଇଁ ଆମେ ଏହାକୁ ସୀମିତ ସଂଖ୍ୟାରେ ପରୀକ୍ଷା କରୁଛୁ। ଏଥିରେ ଆସୁଥିବା କଲ୍ ସମୟରେ ନମ୍ବର ସହିତ କଲରଙ୍କ ନାମ ମଧ୍ୟ ଦୃଶ୍ୟମାନ ହେବ।

ଆମେ ଟେଲିକମ୍ ବିଭାଗ ସହିତ ଏହି ପରୀକ୍ଷଣର ଫଳାଫଳକୁ ଶେୟାର କରିବୁ। ଏହାଫଳରେ ପ୍ରସ୍ତାବିତ ସେବା ସମ୍ବନ୍ଧରେ ଏକ ବ୍ୟବହାରିକ ନିଷ୍ପତ୍ତି ନିଆଯାଇପାରିବ। ତେବେ ଏହା ଉପରେ ପ୍ରତିକ୍ରିୟା ରଖÒ ଟ୍ରୁ କଲର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଋଷିତ୍‌ ଝୁନ୍‌ଝୁନ୍‌ୱାଲା କହିଛନ୍ତି ଯେ ସିଏନ୍‌ଏପି ସେବା କମ୍ପାନୀର ବିଦ୍ୟମାନ କଲର୍ ଆଇଡି ଆପ୍ଲିକେଶନ୍‌ ଭଳି ସମାନ ହେବ, କିନ୍ତୁ ଏହା ଆମର ବ୍ୟବସାୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ସମ୍ପ୍ରତି ସରକାର ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ନକଲି ଆନ୍ତର୍ଜାତୀୟ କଲ୍‌କୁ କଲ୍‌ ଆସିବା ପରେ ଭାରତୀୟ ନମ୍ବରରୁ ଦେଖାଯାଉଛି। ଟେଲିକମ୍ ବିଭାଗ (ଡଟ୍) ଏହି ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରୁଥିଲା। ଏହି କଲ୍ ମାଧ୍ୟମରେ ଲୋକଙ୍କୁ ସାଇବର ଅପରାଧ ଏବଂ ଆର୍ଥିକ ଠକେଇ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର