ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍ ମୁତୟନ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୁତୟନ କରିବା କାର୍ଯ୍ଯ ସମ୍ପୂର୍ଣ୍ଣ କରାଯାଇଛି। ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ […]

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୁତୟନ କରିବା କାର୍ଯ୍ଯ ସମ୍ପୂର୍ଣ୍ଣ କରାଯାଇଛି।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ସଫଳତାର ସହ ହାସଲ କରିଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା । କଂପାନି ୮୦୦, ୧୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଥିଲା । ଏହି ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ଓଡ଼ିଶାରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମେତ ମୋଟ ୨୦ ମେଗାହର୍ଜ ଅତିରିକ୍ତ ସ୍ପେକ୍ଟ୍ରମ୍ ହାସଲ କରିଥିଲା ।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

ଜିଓ ପକ୍ଷରୁ ସାରା ରାଜ୍ୟରେ ଥିବା ୧୦,୦୦୦ରୁ ଅଧିକ ନେଟ୍‌ୱର୍କ ସ୍ଥଳରେ ସମସ୍ତ ତିନି ପ୍ରକାରର ସ୍ପେକ୍ଟ୍ରମ୍ ମୂତୟନ ସମ୍ପୁର୍ଣ୍ଣ କରାଯାଇଛି । ଏଥି ସହିତ ଓଡ଼ିଶାରେ ବ୍ୟବହାର ଲାଗି ଜିଓ ପାଖରେ ଉପଲବ୍ଧ ଥିବା ମୋଟ ସ୍ପେକ୍ଟ୍ରମ୍ ୬୦ ମେଗାହର୍ଜରେ ପହଂଚିଛି ଯେଉଁଥିରେ ସାମିଲ ରହିଛି ୮୦୦ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ଲେଖାଏଁ ସ୍ପେକ୍ଟ୍ରମ୍ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ । ସ୍ପେକ୍ଟ୍ରମ୍‌ରେ ଏହିଭଳି ବ୍ୟାପକ ବୃଦ୍ଧି ଜିଓକୁ ନିଜ ନେଟ୍‌ୱର୍କକୁ ଅଧିକ ସୁଦୃଢ କରିବାରେ ସହାୟକ ହେବା ସହିତ ସାରା ଓଡ଼ିଶାର ଜିଓ ଗ୍ରାହକମାନଙ୍କ ପାଇଁ ମୋବାଇଲ୍ ବ୍ୟବହାର ଅନୁଭୂତିକୁ ବହୁଗୁଣା ସମୃଦ୍ଧ କରିବ ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

ସଂପ୍ରତି ମହାମାରୀ ଯୋଗୁଁ ସୀମିତ ଗମନାଗମନ ଓ ଲକ୍‌ଡାଉନ୍ ସ୍ଥିତି ଦୃଷ୍ଟିରୁ ଏହା ହେଉଛି ଏକ ସମୟୋପଯୋଗୀ ଯୋଗଦାନ ଯାହା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ କରିପାରିବା ଏବଂ କର୍ମଚାରୀ ଓ ପେସାଦାରମାନଙ୍କୁ ୱାର୍କ-ଫ୍ରମ୍‌-ହୋମ୍‌ରେ କାମ କରିବା ସହ ସୁରକ୍ଷିତ ଭାବେ ଘରେ ରହି ନିରବଚ୍ଛିନ୍ନ ଭାବେ କାର୍ୟ୍ୟ ସମ୍ପାଦନ କରିବାରେ ସହାୟକ ହେବ । ଯୋଗାଯୋଗ, ବେଗ ଓ ଅନୁଭତିରେ ବ୍ୟାପକ ଉନ୍ନତି ମହାମାରୀର ମୁକାବିଲା ଲାଗି ନିରବଚ୍ଛିନ୍ନ ଭାବେ କାର୍ୟ୍ୟ କରୁଥିବା ସ୍ୱାସ୍ଥ୍ୟ କ୍ଷେତ୍ର ଓ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ବିଶେଷ ଭାବରେ ସହାୟକ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧.୪ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ସହିତ ରିଲାଏନ୍ସ ଜିଓ ଓଡିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହେବା ସହିତ ଓଡ଼ିଶାର ୪୧% ମୋବାଇଲ୍ ଗ୍ରାହକ ତଥା ଏହି କ୍ଷେତ୍ରରେ ରାଜସ୍ୱର ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଛି । ୪ଜି ଟାୱାରର ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧ରେ ଜିଓ ଓଡ଼ିଶାରେ ଏହାର ୪ଜି ନେଟ୍‌ୱର୍କକୁ ଅଧିକ ସମ୍ପ୍ରସାରିତ କରୁଥିବା ବେଳେ ଅନେକ ଅପହଂଚ ଇଲାକାରେ ସଂଯୋଗ ପ୍ରଦାନ କରୁଛି । ବର୍ତମାନ ରାଜ୍ୟରେ ଜିଓର ୧୦,୦୦୦ରୁ ଅଧିକ ୪ଜି ନେଟ୍‌ୱର୍କ ଟାୱାର ରହିଛି ଯାହା ହେଉଛି ସର୍ବବୃହତ ବାସ୍ତବ ୪ଜି ଉପସ୍ଥିତି । ମାସ ପରେ ମାସ ରାଜ୍ୟର ପ୍ରତି ଜିଲ୍ଲାରେ ଅଧିକରୁ ଅଧିକ ଉପଭୋକ୍ତା ଯୋଡ଼ି ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି ।

ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ପକ୍ଷରୁ ୫୭,୧୨୩ କୋଟି ଟଙ୍କା ମୂଲ୍ୟରେ ୨୦ ବର୍ଷ ଅବଧି ପାଇଁ ଦେଶର ୨୨ଟି ସର୍କଲ୍ ନିମନ୍ତେ ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ମୋଟ ୪୮୮.୩୫ ମେଗାର୍ହ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି । ଏହା ସହିତ ଜିଓ ଦେଶରେ ଏହାର ସ୍ପେକ୍ଟ୍ରମ୍ ଉପସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣି ୫୫% ବୃଦ୍ଧି ସହ ୧୭୧୭ ମେଗାହର୍ଜରେ ପହଂଚାଇଛି । ଭାରତରେ ଜିଓର ଏବେ ୪୨.୬ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ଏବଂ ସ୍ପେକ୍ଟ୍ରମ୍‌ରେ ବୃଦ୍ଧି ସହିତ ଜିଓ ପାଖରେ ନୂଆ ଓ ପୁରୁଣା ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ଲାଗି ଏକ ସୁଦୃଢ଼ ନେଟ୍‌ୱର୍କ ଦକ୍ଷତା ରହିବ । ଏହି ଉନ୍ନତି ପରବର୍ତୀ ୩୦୦ ନିୟୁତ ଉପଭୋକ୍ତା ଯୋଡ଼ିବାରେ ସହାୟକ ହେବ ଯାହା ଡିଜିଟାଲ୍ ସେବାକୁ ବଢ଼ାଇବା ସହ ୫ଜି ସେବାକୁ ରୂପାନ୍ତରିତ ହେବାରେ ସହାୟକ ହେବ ।

03 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର