ଜାଣନ୍ତୁ…. ମୋଟିଭେସନାଲ ସ୍ପିକର ପାଇଁ କଣ ରହିଛି ଯୋଗ୍ଯତା ଓ ଆବଶ୍ୟକତା, କିଭଳି ପାଇବେ ନିଯୁକ୍ତି

The Sakala Picture
Published On

ସମସ୍ତେ କଥା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିପାରି ନ ଥାନ୍ତି। ମାତ୍ର କେତେକଙ୍କ ଶବ୍ଦ ଅନ୍ତର୍ମନକୁ ଏଭଳି ସ୍ପର୍ଶ କରେ ଯେ ଜଣକ ଜୀବନରୁ ଅନ୍ଧକାରର ଛାୟା ଦୂରୀଭୂତ ହୋଇଯାଏ ଓ ଜୀବନରେ ଆଗକୁ ବଢ଼ିବାକୁ ଉତ୍ସାହ ତଥା ପ୍ରେରଣା ଯୋଗାଏ। ଏଭଳି ପ୍ରେରଣାପ୍ରଦ କଥା କହୁଥିବା ବ୍ୟକ୍ତିଙ୍କୁ କୁହାଯାଏ ପ୍ରେରଣାଦାୟୀ ବକ୍ତା ବା ମୋଟିଭେସନାଲ ସ୍ପିକର। ଏମାନେ ପ୍ରକୃତରେ କୌଣସି ଭାଷଣ ନ ଦେଇ ପ୍ରଥମେ ନିଜ ପ୍ରତି ଲୋକଙ୍କ ଦୃଷ୍ଟିଆକର୍ଷଣ କରାନ୍ତି। ସେହିପରି ଏମାନେ […]

ସମସ୍ତେ କଥା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିପାରି ନ ଥାନ୍ତି। ମାତ୍ର କେତେକଙ୍କ ଶବ୍ଦ ଅନ୍ତର୍ମନକୁ ଏଭଳି ସ୍ପର୍ଶ କରେ ଯେ ଜଣକ ଜୀବନରୁ ଅନ୍ଧକାରର ଛାୟା ଦୂରୀଭୂତ ହୋଇଯାଏ ଓ ଜୀବନରେ ଆଗକୁ ବଢ଼ିବାକୁ ଉତ୍ସାହ ତଥା ପ୍ରେରଣା ଯୋଗାଏ। ଏଭଳି ପ୍ରେରଣାପ୍ରଦ କଥା କହୁଥିବା ବ୍ୟକ୍ତିଙ୍କୁ କୁହାଯାଏ ପ୍ରେରଣାଦାୟୀ ବକ୍ତା ବା ମୋଟିଭେସନାଲ ସ୍ପିକର। ଏମାନେ ପ୍ରକୃତରେ କୌଣସି ଭାଷଣ ନ ଦେଇ ପ୍ରଥମେ ନିଜ ପ୍ରତି ଲୋକଙ୍କ ଦୃଷ୍ଟିଆକର୍ଷଣ କରାନ୍ତି। ସେହିପରି ଏମାନେ କେବଳ ଗମ୍ଭୀର କଥା କହି ନ ଥାନ୍ତି; ବରଂ ତାହାକୁ ଏଭଳି ଭାବେ ଉପସ୍ଥାପନା କରନ୍ତି ଯେ, ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ସେଥିରେ ଯୋଡ଼ି ହୋଇ ଯାଆନ୍ତି। ସମ୍ପ୍ରତି ଏହି କଥାବାର୍ତ୍ତାର କଳାକୌଶଳ ଲୋକଙ୍କୁ ରୋଜଗାରର ବାଟ ଦେଖାଇବା ସହ ସମାଜରେ ପ୍ରତିଷ୍ଠିତ ବି କରିପାରୁଛି। ଏହି ଦୃଷ୍ଟିରୁ ଏବେ ଏହା ଏକ ସୁନ୍ଦର କ୍ୟାରିଅର ବିକଳ୍ପ ଭାବେ ଉଭା ହୋଇଛି।

କେମିତି କରନ୍ତି କାମ
ବକ୍ତାଙ୍କ କଥା ଶୁଣିବା ଯଦିଓ ସହଜ, ତଥାପି ଏହି କାମ ଖୁବ୍‌ କଷ୍ଟ। ଏମାନେ କଥା ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଅନ୍ୟପଟେ କଥା କହିବା ସମୟରେ ସବୁକିଛିର ଠୋସ୍ ତଥ୍ୟ ଜାଣିବା ଜରୁରୀ। ସେଥିପାଇଁ ସମାଜ ତଥା ଦେଶ ବିଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଆଦି ବାବଦରେ ଜାଣିବାକୁ ପଡ଼ିବ।
କ’ଣ ଆବଶ୍ୟକ
-କଥାରେ ନୂଆପଣ ରହିବା ଦରକାର।
-ବାକ୍‌ପଟୁତା ସହ ନେତୃତ୍ବ ନେବାର କ୍ଷମତା ରହିବା ଅନିବାର୍ଯ୍ୟ।
-ନିଜ ଭିତରେ ଉତ୍ସାହ, ଆତ୍ମବିଶ୍ବାସ, ବିଶ୍ବସନୀୟତା ଆଦି ଗୁଣ ରହିବା ଜରୁରୀ।
-ବହୁ ପ୍ରକାର ବହି ପଢ଼ିବା ଦରକାର। ସେହିପରି ସାଧାରଣଜ୍ଞାନ ସହ ନିଜକୁ ସମୟ ସହିତ ଅପଡେଟ୍ ରଖିବାକୁ ହୋଇଥାଏ।
-କଥା ସହ ଉକ୍ତ କାମ ଜଡ଼ିତ ଥିବାରୁ ସ୍ବର ସ୍ବଚ୍ଛ (ଭଏସ୍ କ୍ଲାରିଟି) ଓ ବାର୍ତ୍ତା (ମେସେଜ) ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ତା’ ଉପରେ ଗୁରୁତ୍ବ ଦେବା ଉଚିତ।

ଯୋଗ୍ୟତା
-ଏ ଲାଗି କୌଣସି ସ୍ପତନ୍ତ୍ର କୋର୍ସ ଉପଲବ୍ଧ ନାହିଁ। ଅଲଗା ପ୍ରଫେସନାଲ କୋର୍ସ ନ ଥିବାରୁ ବିଭିନ୍ନ ମ୍ୟାନେଜମେଣ୍ଟ ସ୍କୁଲ୍ କଥା କହିବାର ଶୈଳୀ ଓ କୌଶଳ (ସ୍ପିକିଙ୍ଗ ପାୱାର) ଉପରେ ବିଶେଷ ଧ୍ୟାନ ଦେଉଛନ୍ତି।

ନିଯୁକ୍ତି ସୁଯୋଗ
-ବହୁ କର୍ପୋରେଟ୍ କମ୍ପାନିଠାରୁ ଆରମ୍ଭ କରି ସରକାରୀ କମ୍ପାନି, ଏଜେନ୍ସି, ଏନଜିଓ, ମ୍ୟାନେଜମେଣ୍ଟ ସମେତ ସ୍କୁଲ ତଥା କଲେଜରେ ବି ମୋଟିଭେସନାଲ ସ୍ପିକରଙ୍କୁ ନିଯୁକ୍ତି ମିଳିଥାଏ। କୌଣସି ଏକ ବିଶେଷ କାର୍ଯ୍ୟକ୍ରମ ନଚେତ୍ ସେମିନାର୍ ପାଇଁ ମଧ୍ୟ ଏମାନଙ୍କୁ ଆମନ୍ତ୍ରିତ କରାଯାଏ।

ରୋଜଗାର
ମୁଖ୍ୟତଃ ମୋଟିଭେସନାଲ ସ୍ପିକରଙ୍କ ଦକ୍ଷତା (ସ୍କିଲ୍‌) ଉପରେ ହିଁ ଏହାର ରୋଜଗାର ନିର୍ଭର କରେ। ମୋଟିଭେସନାଲ ସ୍ପିପିଙ୍ଗ୍ କ୍ଲାସ ଲାଗି ମାସକୁ ୪୦ରୁ ୫୦ ହଜାର ଟଙ୍କା ପାରିଶ୍ରମିକ ମିଳେ। ପୁଣି ଦିନକ ହିସାବରେ କାର୍ଯ୍ୟକ୍ରମ ବାବଦକୁ ଲକ୍ଷେ ଟଙ୍କା ରୋଜଗାର କରିବା ସମ୍ଭବ। ସମୟ ସହ ଅଭିଜ୍ଞତା ବଢ଼ିଲେ ଏହି ରୋଜଗାର ଦ୍ବିଗୁଣ ହୋଇଯାଏ। ଏପରିକି ନିଜସ୍ବ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ମଧ୍ୟ ରୋଜଗାର କରିବା ସହଜ।

ପ୍ରମୁଖ ସଂସ୍ଥାନ
-ଦ କମ୍ପାସ, ଭୁବନେଶ୍ବର
-ଫୋର୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ନୂଆଦିଲ୍ଲୀ
-ଇଣ୍ଡିଆନ୍ ଏକାଡେମୀ ଅଫ୍ ପବ୍ଲିକ୍ ସ୍ପିକିଙ୍ଗ୍‌, ବେଙ୍ଗାଲୁରୁ

14 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର