ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ : ଅଷ୍ଟ୍ରେଲିଆକୁ ଟକ୍କର ଦେବ ଦକ୍ଷିଣ ଆଫ୍ରିକା

The Sakala Picture
Published On

ଲର୍ଡ୍ସ : ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ତୃତୀୟ ସଂସ୍କରଣର ଫାଇନାଲ ମୁକାବିଲା ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଖେଳାଯିବ। ଏହି ଫାଇନାଲ ମୁକାବିଲାକୁ ବିଶ୍ୱ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆର ଦକ୍ଷତା, ଅଭିଜ୍ଞତା ଓ ଫର୍ମ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଟକ୍କର ଦେବ ବୋଲି ପୁର୍ବାନୁମାନ କରାଯାଉଛି। ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ଟେଷ୍ଟ ଜିତି ଏହି ଫାଇନାଲରେ ପ୍ରବେଶ […]

ଲର୍ଡ୍ସ : ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ତୃତୀୟ ସଂସ୍କରଣର ଫାଇନାଲ ମୁକାବିଲା ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଆଜିଠୁ ଖେଳାଯିବ। ଏହି ଫାଇନାଲ ମୁକାବିଲାକୁ ବିଶ୍ୱ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆର ଦକ୍ଷତା, ଅଭିଜ୍ଞତା ଓ ଫର୍ମ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଟକ୍କର ଦେବ ବୋଲି ପୁର୍ବାନୁମାନ କରାଯାଉଛି। ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ଟେଷ୍ଟ ଜିତି ଏହି ଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିନାହିଁ।

ଆହୁରି ପଢ଼ନ୍ତୁ: IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ଭାବେ କରିବେ ନୂଆ ଆରମ୍ଭ

ଏଣୁ ୧୯୧୨ରେ ଅଷ୍ଟ୍ରେଲିଆ ସହ ହୋଇଥିବା ତ୍ରିରାଷ୍ଟ୍ରୀୟ ଟେଷ୍ଟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏଠାରେ ୧୦ ୱିକେଟରେ ହାରିଥିଲା। ଏଥର ପରାଜୟର ପ୍ରତିଶୋଧ ନେବା ଏହି ଦଳର ଦକ୍ଷତାର ବାହାରେ। ତେମ୍ବା ବଭୂମାଙ୍କ ଦକ୍ଷିଣ ଆଫ୍ରିକା ଦଳ ଇତିହାସ ବିପକ୍ଷରେ ମୁକାବିଲା କରିବାକୁ ଯାଉଛି ବୋଲି କୁହାଯାଉଛି। ଏହି ମୁକାବିଲାରେ ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଗଠିତ ଅଷ୍ଟ୍ରେଲିଆ ଦଳ ସବୁଥିରେ ଦକ୍ଷିଣ ଆଫ୍ରିକାଠାରୁ ବହୁ ଆଗରେ। ଗତ ୪ ବର୍ଷରେ ଅଷ୍ଟ୍ରେଲିଆ ଭିନ୍ନ ଭିନ୍ନ ଫର୍ମାଟରେ ୩ଟି ଟାଇଟଲ ଜିତିଛି। ଏହି ଦଳର କୋର ବ୍ୟାଟର ଏବେ ମଧ୍ୟ ଦଳରେ ରହିଛନ୍ତି। କେବଳ ଓପନିଂରେ ମାର୍ନସ ଲାବୁସେନ୍‌ ସାଥିଖେଳାଳି ଉସ୍‌ମାନ ଖୱାଜାଙ୍କ ଗତ ୯ଟି ଟେଷ୍ଟରେ ୫ମ ପାର୍ଟନର ହେବେ। ଆହତ ସମସ୍ୟାରୁ ମୁକୁଳିଥିବା କାମେରନ ଗ୍ରୀନ୍‌ ନଂ-୩ରେ ଖେଳିବେ।

ଆହୁରି ପଢ଼ନ୍ତୁ: ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଘୋଷଣା: IPL 2027 ପାଇଁ CSKର ମେଣ୍ଟର ଦାୟିତ୍ୱ ତୁଲାଇବେ ମାହି

ବିଶ୍ୱବିଖ୍ୟାତ ବ୍ୟାଟର ଷ୍ଟିଭେନ ସ୍ମିଥଙ୍କ ପରି ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିବା ଗତ ଦୁଇଟି ବିଶ୍ୱକପ୍‌ ଫାଇନାଲରେ ଟ୍ରାଭିସ ହେଡ ଶତକ ହାସଲ କରିଛନ୍ତି। ଏଣୁ ବ୍ୟାଟିଂରେ ଅଷ୍ଟ୍ରେଲିଆକୁ ଟକ୍କର ଦେବା ଏତେଟା ସହଜ ନୁହେଁ। ଏହି ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ତେମ୍ବା ବଭୂମା ଓ ଆଇଡେନ୍‌ ମାର୍କରାମଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳିଙ୍କର ଖେଳିବା ଅଭିଜ୍ଞତା ନାହିଁ। ଟ୍ରିଷ୍ଟାନ ଷ୍ଟବ୍ସ ଓ ରିୟାନ ରିକ୍ଲେଟନ ଆଇପିଏଲ୍‌ରେ ଅଷ୍ଟ୍ରେଲିଆର ଖେଳାଳିଙ୍କ ସହ ଓ ବିପକ୍ଷରେ ଖେଳିଛନ୍ତି। ଯେଉଁ ଖେଳାଳିମାନଙ୍କୁ ନେଇ ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ଟେଷ୍ଟରେ ବିଜୟୀ ହୋଇଛି, ସେ ସମସ୍ତ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପୂର୍ବରୁ ବଡ଼ ଧମାକା: ୮ କୋଟିରେ ରାଜସ୍ଥାନ ରୟାଲ୍ସକୁ ଗଲେ ସାମି, ଲକ୍ଷ୍ନୌରେ ସାମିଲ ହେଲେ ସାମ୍ କରନ

ଖେଳାଳି ଦଳ

ଅଷ୍ଟ୍ରେଲିଆ : ଉସ୍‌ମାନ ଖୱାଜା, ମାର୍ନସ ଲାବୁସେନ, କାମେରନ ଗ୍ରୀନ୍‌, ଷ୍ଟିଭେନ ସ୍ମିଥ, ଟ୍ରାଭିସ୍‌ ହେଡ୍‌, ବିଉ ୱେବ୍‌ଷ୍ଟର, ଆଲେକ୍ସ କାରୀ (ୱିକେଟ ରକ୍ଷକ), ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜ୍‌ଲେଉଡ୍‌, ନାଥାନ ଲାୟନ।

ଦକ୍ଷିଣ ଆଫ୍ରିକା : ଆଇଡେନ୍‌ ମାର୍କରାମ, ରିୟାନ ରିକେଲଟନ, ୱିଆନ ମୁଲ୍ଡର, ତେମ୍ବା ବଭୂମା (ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ବେଡିଂହାମ୍‌, କାଏଲ ଭେରିନ୍‌ (ୱିକେଟରକ୍ଷକ), ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp