ବିଶ୍ୱକପ ୨୦୨୩: ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର
କଲମ୍ବୋ: ବିଶ୍ୱକପ ୨୦୨୩ ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଲାଗି ରହିଛି । ଦଳର ଖରାପ ପ୍ରଦର୍ଶନ ଯୋଗୁଁ ସରକାର ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି । ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା ୭ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ଜିତିଛି ଏବଂ ଦଳ ସେମିଫାଇନାଲ ପାଇଁ ଦୌଡ଼ରୁ ବାଦ ପଡିଛି। ଗତ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୦୨ରନ ବ୍ୟବଧାନରେ ପରାସ୍ତ […]
କଲମ୍ବୋ: ବିଶ୍ୱକପ ୨୦୨୩ ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଲାଗି ରହିଛି । ଦଳର ଖରାପ ପ୍ରଦର୍ଶନ ଯୋଗୁଁ ସରକାର ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି । ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା ୭ ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ଜିତିଛି ଏବଂ ଦଳ ସେମିଫାଇନାଲ ପାଇଁ ଦୌଡ଼ରୁ ବାଦ ପଡିଛି। ଗତ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୦୨ରନ ବ୍ୟବଧାନରେ ପରାସ୍ତ କରିଥିଲା। ସେବେଠାରୁ ଦେଶରେ ଉତ୍ତେଜନା ଦେଖାଦେଇଛି ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଚୟନକର୍ତ୍ତାଙ୍କୁ ଏ ବିଷୟରେ ପ୍ରଶ୍ନ କରି ଏହାର ଉତ୍ତର ଲୋଡିଥିଲେ।
ଏହାପୂର୍ବରୁ କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହ ଏକ ବିବୃତ୍ତିରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଦେଶଦ୍ରୋହୀ ଏବଂ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। ସେ ବୋର୍ଡ ସଦସ୍ୟଙ୍କ ଇସ୍ତଫା ଦାବି କରିଥିଲେ। ପରବର୍ତ୍ତୀ ସମୟରେ ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ଶ୍ରୀଲଙ୍କା କ୍ରିକେଟ ସଚିବ ମୋହନଡି ସିଲଭା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ କାରଣ ଦଳର ପରାଜୟକୁ ନେଇ କ୍ରିକେଟ ପ୍ରଶଂସକମାନେ ତାଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ।
କ୍ରୀଡ଼ା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ମନ୍ତ୍ରୀ ସୋମବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅବଶିଷ୍ଟ ସଦସ୍ୟଙ୍କୁ ବରଖାସ୍ତ କରି ସେମାନଙ୍କୁ ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ କମିଟିରେ ସ୍ଥାନିତ କରିଛନ୍ତି। ରଣତୁଙ୍ଗାଙ୍କ ସହ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ମଧ୍ୟ ୭ଜଣିଆ କମିଟିରେ ସାମିଲ ହେବେ। ବିଶ୍ୱକପ ୨୦୨୩ର ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ଅଛି ଏବଂ ସୋମବାର ଦଳ ଦିଲ୍ଲୀରେ ବାଂଲାଦେଶ ସହିତ ମୁହାଁମୁହିଁ ହେବ। ଏହି ମ୍ୟାଚ ଜିତି ଶ୍ରୀଲଙ୍କା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହୁଁଛି ।