“ବ୍ରିଜଭୂଷଣ ଜଣେ ଗୁଣ୍ଡା ଓ ଅପରାଧୀ”, ବିଜେପି ଉପରେ ପୁଣି ବର୍ଷିଲେ ଭିନେଶ ଫୋଗାଟ

Suryakanta Picture
Published On

କଂଗ୍ରେସ ନେତା ତଥା ଷ୍ଟାର୍ ରେସଲର୍ ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ (WFI) ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଏବଂ କ୍ଷମତାସୀନ ବିଜେପି ବିରୋଧରେ ପୁଣିଥରେ କଡ଼ା ଆକ୍ରମଣ କରିଛନ୍ତି। ହରିୟାଣାର ଜିନ୍ଦଠାରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବ୍ରିଜଭୂଷଣଙ୍କୁ ‘ଗୁଣ୍ଡା ଏବଂ ଅପରାଧୀ’ ବୋଲି ଅଭିହିତ କରିବା ସହ ତାଙ୍କୁ ସମର୍ଥନ କରୁଥିବାରୁ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ବ୍ରିଜଭୂଷଣ ଜଣେ ଗୁଣ୍ଡା ଓ ଅପରାଧୀ

ହରିୟାଣାର ଜୁଲାନା ବିଧାନସଭା ଆସନରୁ ବିଧାୟକ ଥିବା ୩୧ ବର୍ଷୀୟା ଭିନେଶ ଫୋଗାଟ ପ୍ରଶ୍ନ କରିଛନ୍ତି ଯେ, ଏଭଳି ଜଣେ ବ୍ୟକ୍ତିଙ୍କୁ ଏତେ ସମ୍ମାନ କାହିଁକି ଦିଆଯାଉଛି? ସେ କହିଛନ୍ତି ଯେ, "ବ୍ରିଜଭୂଷଣ ଜଣେ ଗୁଣ୍ଡା ଓ ଅପରାଧୀ।" ଏହା ସହିତ ସେ ଗୋଣ୍ଡାରେ ଜମି ଦଖଲ, ତାଙ୍କର ଆୟର ଉତ୍ସ ଏବଂ ମହିଳା କୁସ୍ତିଗିରମାନଙ୍କ ସହ ଜଡିତ ବିବାଦକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଟଙ୍କା ବଳରେ ଝିଅମାନଙ୍କ ଉପରେ ଅତ୍ୟାଚାର

ମହିଳା କୁସ୍ତିଗିରଙ୍କ ଯୌନ ନିର୍ଯାତନା ପ୍ରସଙ୍ଗରେ ଭିନେଶ ସିଧାସଳଖ ବ୍ରିଜଭୂଷଣଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଟଙ୍କା ଓ କ୍ଷମତା ବଳରେ ଝିଅମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ଏବଂ ଏହା ହିଁ ବିଜେପିର ପ୍ରକୃତ ସତ୍ୟ। ସେ ୨୦୨୩ ମସିହାରେ ହୋଇଥିବା କୁସ୍ତିଗିର ଆନ୍ଦୋଳନ କଥା ମନେ ପକାଇ କହିଛନ୍ତି ଯେ, "ଆନ୍ଦୋଳନ ସମୟରେ ପୋଲିସ ଆମ ସହ ଯେପରି ବ୍ୟବହାର କରିଥିଲା, ସମାନ ଆଚରଣ ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ କରୁଥିବା ଆମର ଝିଅମାନଙ୍କ ସହିତ ମଧ୍ୟ କରାଯାଇଛି।" ଆଗକୁ ଏହି ନ୍ୟାୟିକ ଲଢ଼େଇ ସୁପ୍ରିମକୋର୍ଟରେ ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ବିଜେପି ଉପରେ ଏକଚ୍ଛତ୍ରବାଦର ଆରୋପ

କେବଳ କୁସ୍ତିଗିରଙ୍କ ପ୍ରସଙ୍ଗ ନୁହେଁ, ବରଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଉତ୍ତରାଖଣ୍ଡ ଗସ୍ତ ସମୟରେ ହୋଇଥିବା କଥିତ 'ଶୁଦ୍ଧିକରଣ' ବିବାଦ ଉପରେ ମଧ୍ୟ ଭିନେଶ ପ୍ରତିକ୍ରିୟା ରଖିଛନ୍ତି। ଜଣେ ଦଳିତ ନେତାଙ୍କର କୌଣସି ସ୍ଥାନକୁ ଯିବାର ଅଧିକାର ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ବିଚାରଧାରାକୁ ଖତମ କରିବା ପାଇଁ କଂଗ୍ରେସ ସଂଘର୍ଷ କରୁଛି, ଆଜି ବିଜେପି ସେହି ଏକଚ୍ଛତ୍ରବାଦୀ ନୀତିକୁ ପ୍ରୋତ୍ସାହିତ କରୁଛି ବୋଲି ସେ ଗୁରୁତର ଆରୋପ ଲଗାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp