ମନୋରଞ୍ଜନ
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲା କ୍ରୀଡା ବିଭାଗ

ଭୁବନେଶ୍ୱର : ମଧ୍ୟପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ଜିତିଥିବା ରାଜ୍ୟର କ୍ରୀଡାବିତଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନଗଦ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଉପସ୍ଥିତ ରହି ପଦକ ବିଜେତାଙ୍କୁ ସମ୍ୱର୍ଦ୍ଧିତ […]
ଭୁବନେଶ୍ୱର : ମଧ୍ୟପ୍ରଦେଶରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ଜିତିଥିବା ରାଜ୍ୟର କ୍ରୀଡାବିତଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନଗଦ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଉପସ୍ଥିତ ରହି ପଦକ ବିଜେତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।
A total cash award of Rs 1,85,22,500 was given out to the medal winning athletes. The team and individual sports winners received Rs 1 Lakh for the Gold medal, Rs 75,000 for the Silver, and Rs 50,000 for the Bronze.#OdishaForSports #KIYG2022 pic.twitter.com/isL4qD9Hu4
— Odisha Sports (@sports_odisha) February 21, 2023
ପଦକ ବିଜେତାମାନଙ୍କୁ ମୋଟ ୧ କୋଟି ୫୫ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। ସ୍ୱର୍ଣ୍ଣ ପଦକ ଜିତି ଥିବା ଦଳ ଓ ବ୍ୟକ୍ତିଗତ କ୍ରୀଡାବିତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ରୈ।ପ୍ୟ ବିଜେତାମାନଙ୍କୁ ୭୫ ହଜାର ଓ କାଂସ୍ୟ ବିଜେତାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା ।
A huge round of applause to our Team of Sports Science, who under the guidance of Dr. PSM Chandran, accompany and assist our athletes at all events providing the necessary on-ground support needed to excel at their game.#OdishaForSports pic.twitter.com/bEHdsQP60Z
— Odisha Sports (@sports_odisha) February 21, 2023
ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଓଡ଼ିଶା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରଥମ ୧୦ ସ୍ଥାନରେ ରହିଥିଲା।ଆଜ ମଧ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ନିକଟ ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରମୁଖ ପାରା ଆଥଲେଟ ଜୟନ୍ତୀ ବେହେରା, ପ୍ରମୋଦ ଭଗତ ଓ ସବିତା ଟପ୍ପୋଙ୍କୁ ନଗଦ ଅର୍ଥ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।