ଏସିଆ କପ୍‌ ସୁପର-୪; ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ..

The Sakala Picture
Published On

ଦୁବାଇ: ଏସିଆ କପ୍‌ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ସପ୍ତାହରେ ଦୁଇଥର ପରାସ୍ତ କରିବା ପରେ ପେସାଦାର ମନୋଭାବ ନେଇ ଖେଳୁଥିବା ଭାରତ ଏବେ ଅପ୍ରତିଦ୍ୱନ୍ଦ୍ୱୀ। ପାକିସ୍ତାନକୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବାକୁ ନାପସନ୍ଦ କରିଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ପ୍ରକୃତରେ ରେକର୍ଡ ଦେଖିଲେ ଟି-୨୦ ଫର୍ମାଟରେ ଏବେ ଭାରତର କିଏ ପ୍ରତିଦ୍ୱନ୍ଦ୍ୱୀ ତାହା ଖୋଜିବାକୁ ହେବ। ରେକର୍ଡ ମଧ୍ୟ ଭାରତ ଅପ୍ରତିଦ୍ୱନ୍ଦ୍ୱୀ ବୋଲି କହୁଛି। ୨୦୨୪ ପରଠାରୁ ଏହି ଫର୍ମାଟରେ ଭାରତ ୩୨ଟି ମ୍ୟାଚରେ ଜିତିଥିଲାବେଳେ […]

ଦୁବାଇ: ଏସିଆ କପ୍‌ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ସପ୍ତାହରେ ଦୁଇଥର ପରାସ୍ତ କରିବା ପରେ ପେସାଦାର ମନୋଭାବ ନେଇ ଖେଳୁଥିବା ଭାରତ ଏବେ ଅପ୍ରତିଦ୍ୱନ୍ଦ୍ୱୀ। ପାକିସ୍ତାନକୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବାକୁ ନାପସନ୍ଦ କରିଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ପ୍ରକୃତରେ ରେକର୍ଡ ଦେଖିଲେ ଟି-୨୦ ଫର୍ମାଟରେ ଏବେ ଭାରତର କିଏ ପ୍ରତିଦ୍ୱନ୍ଦ୍ୱୀ ତାହା ଖୋଜିବାକୁ ହେବ। ରେକର୍ଡ ମଧ୍ୟ ଭାରତ ଅପ୍ରତିଦ୍ୱନ୍ଦ୍ୱୀ ବୋଲି କହୁଛି। ୨୦୨୪ ପରଠାରୁ ଏହି ଫର୍ମାଟରେ ଭାରତ ୩୨ଟି ମ୍ୟାଚରେ ଜିତିଥିଲାବେଳେ ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏଣୁ ଭାରତ ଯେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ତାହା କିଏ ମାନୁ ନ ମାନୁ ରେକର୍ଡ ଏହାକୁ ସ୍ୱୀକାର କରୁଛି। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ଭାରତ ତାହାର ଦକ୍ଷତା ପ୍ରଦର୍ଶନ କରି ପାରି ନ ଥିଲା। ତଥାପି ଏହି ମ୍ୟାଚ୍‌କୁ ୭ଟି ବଲ ବାକିଥାଇ ଜିତିନେଇଥିଲା। ଏଣୁ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମୁକାବିଲାରେ ଭାରତକୁ ଫେବରାଇଟ୍‌ ବିବେଚନା କରାଯାଉଛି। ନିକଟରେ ପ୍ରଥମ ସୁପର-୪ ମ୍ୟାଚ୍‌ରେ ଶକ୍ତିଶାଳୀ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ବାଂଲା ଦଳର ମନୋବଳ ଢେ଼ର ବଢ଼ିଛି। ଏହି ବିଜୟ ପରେ ଦଳର କୋଚ୍‌ ଫିଲ୍‌ ସିମନ୍ସ କହନ୍ତି ଭାରତକୁ ଯେ କୌଣସି ଦଳ ହରାଇପାରିବ। ଏହା ଅର୍ଥ ବାଂଲାଦେଶ ଏହି ମୁକାବିଲାରେ ଭାରତକୁ ହରାଇପାରିବ। ଅବଶ୍ୟ ଭାରତ ନିକଟରେ ଏବେ ପ୍ରଚୁର ପରିମାଣରେ ପ୍ରତିଭା ରହିଛନ୍ତି। ଜଣଙ୍କ ପରେ ଜଣେ ମ୍ୟାଚ୍‌ ବିଜୟୀ ବିବେଚିତ ହେଉଛନ୍ତି। ଏଣୁ ଭାରତ କାହାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଦଳ ନିକଟରେ ଯେଭଳି ଶକ୍ତି ରହିଛି, ତାହା ବିଶ୍ୱର ଯେକକୌଣସି ବୋଲିଂକୁ ଧ୍ୱଂସ କିମ୍ବା ବ୍ୟାଟିଂକୁ ଧରାଶାୟୀ କରିପାରିବ।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ଟସ୍‌, ମିଡିଲ ଅର୍ଡର, ମୁସ୍ତାଫିଜୁର ଗୁରୁତ୍ୱପୂର୍ଣ୍ଣ
ଭାରତ ନିଜକୁ ଯେତେ ଶକ୍ତିଶାଳୀ ମନେ କଲେ ମଧ୍ୟ ଟସ୍‌ ଏଠାରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଠାରେ ରନ୍‌ ଚେଜ୍‌ ସହଜ ହେଉଛି। ଯାହା ଫଳରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ୧୬୯ ରନ୍‌ର ଟାର୍ଗେଟକୁ ଚେଜ୍‌ କରି ବିଜୟୀ ହୋଇଥିଲା। ଏଣୁ ଟସ୍‌ ଜିତିବା ଦଳ ଏଠାରେ ନିଶ୍ଚିତ ପ୍ରଥମେ ବୋଲିଂ କରିବାକୁ ଉଚିତ ମନେ କରିବ। ସେହିପରି ମିଡଲ ଓଭରରେ ଦୁବାଇ ପିଚ୍‌ ମନ୍ଥର ହୋଇଯାଉଛି। ଭାରତ ବିପକ୍ଷରେ ପାକିସ୍ତାନ ଏହି ସମୟରେ ୬ ଓଭର ବୋଲିଂ କରି ମାତ୍ର ୩୦ ରନ୍‌ ବିନିମୟରେ ୩ଟି ୱିକେଟ ନେଇଥିଲେ। ମିଡିଲ ଓଭରରେ ବାଂଲାଦେଶର ମୁସ୍ତାଫିଜୁର ରହମନଙ୍କ ଦକ୍ଷତା ଦୁଇଗୁଣ ବୃଦ୍ଧିପାଉଛି। ମିଡିଲ ଅର୍ଡରରେ ମୁସ୍ତାଫିଜୁରଙ୍କ ସହ ମେହେଦୀ ହାସନ ପ୍ରଭାବଶାଳୀ ହେବେ। ଏହି ସବୁ ସମସ୍ୟା ଭାରତ ଆଗରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇପାରେ।

ଦ୍ୱିତୀୟ ବିଜୟ ଆଶାରେ ବାଂଲାଦେଶ
ଭାରତ ଓ ବାଂଲାଦେଶ ମଧ୍ୟରେ ଏଯାଏ ୧୭ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଏହା ମଧ୍ୟରୁ ୧୬ଟି ମ୍ୟାଚ୍‌ରେ ଭାରତ ଓ ମାତ୍ର ଗୋଟିଏ ମ୍ୟାଚ୍‌ରେ ବାଂଲାଦେଶ ଜିତିଛି। ବାଂଲାଦେଶ ଏଠାରେ ଭାରତ ବିପକ୍ଷରେ ଦ୍ୱିତୀୟ ବିଜୟ ହାସଲର ଆଶା ରଖିଛି। କିନ୍ତୁ ଏଥିଲାଗି ବାଂଲାଦେଶକୁ ସ୍ମାର୍ଟ କ୍ରିକେଟ ଖେଳିବାକୁ ହେବ। ଭାରତ ନିକଟରେ ଯେଭଳି ଖେଳାଳି ଅଛନ୍ତି ଓ ଫର୍ମରେ ରହିଛନ୍ତି, ଏହି ମ୍ୟାଚ୍‌ ଜିତିବାକୁ ଆଶା କରିବା ବାଂଲାଦେଶ ଲାଗି ଦିବାସ୍ୱପ୍ନ ହୋଇପାରେ। ପାକିସ୍ତାନକୁ ହରାଇଥିବା ଭାରତୀୟ ଦଳ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି।

ପ୍ରସାରଣ : ସୋନି ସ୍ପୋର୍ଟ୍ସ ନେଟୱର୍କ

ଖେଳ ଆରମ୍ଭ : ରାତି ୮ଟା

ଭେନ୍ୟୁ : ଦୁବାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp