ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା : ରୋହିତ ଆଉଟ, ବୁମ୍ରା ନୂଆ କ୍ୟାପ୍‌ଟେନ୍‌

The Sakala Picture
Published On

ନୂ୍ଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଜୁଲାଇ ୧ରୁ ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବାଦଖ ପଡିଛନ୍ତି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ଗତ ଶନିବାର ରୋହିତ କରୋନା ପଜିଟିଭ୍ ହୋଇଥିଲେ। ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍‌ରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍‌ଟେନ୍‌ ହୋଇଛନ୍ତି […]

ନୂ୍ଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଜୁଲାଇ ୧ରୁ ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବାଦଖ ପଡିଛନ୍ତି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ଗତ ଶନିବାର ରୋହିତ କରୋନା ପଜିଟିଭ୍ ହୋଇଥିଲେ। ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍‌ରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍‌ଟେନ୍‌ ହୋଇଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ପ୍ରଥମଥର ପାଇଁ ଭାରତ ବୁମ୍ରାଙ୍କ ନେତୃତ୍ୱରେ ମ୍ୟାଚ୍‌ ଖେଳିବ।

ଆହୁରି ପଢ଼ନ୍ତୁ: କିଛି ବଡ଼ ଯୋଜନାରେ ଅଛନ୍ତି ବିରାଟ କୋହଲି, କିନ୍ତୁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ରାସ୍ତା ବନ୍ଦ

ରୋହିତ ଲିସେଷ୍ଟାୟର ବିପକ୍ଷ ଅଭ୍ୟାସ୍ ମ୍ୟାଚରେ କରୋନା ସଂକ୍ରମିତ ହୋଇଥିଲେ। ସେ ପୂରା ମ୍ୟାଚ୍ ଖେଳି ପାରିନଥିଲେ। ସେହି ଦିନଠୁ ସେ ସଙ୍ଗରୋଧରେ ଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, କୋଭିଡ୍-୧୯ ପଜିଟିଭ୍ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟେଷ୍ଟ ପୂର୍ବରୁ ସୁସ୍ଥ ହୋଇ ପାରିବେ ନାହିଁ। ତେଣୁ ସେ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି। ବୁଧବାର ବିସିସିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି। ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରିଛି। ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ।

ଆହୁରି ପଢ଼ନ୍ତୁ: ଆଇପିଏଲ-୨୦୨୬ ପ୍ଲେ-ଅଫ୍‌ରୁ ବାଦ୍ ପଡିଲା ସିଏସକେ, ଅଧିନାୟକ ରୁତୁରାଜ ଗାଏକୱାଡ କହିଲେ ଏହାର କାରଣ...

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ  ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି।  ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା । ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

29 Jun 2022 By The Sakala

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା : ରୋହିତ ଆଉଟ, ବୁମ୍ରା ନୂଆ କ୍ୟାପ୍‌ଟେନ୍‌

ନୂ୍ଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଜୁଲାଇ ୧ରୁ ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବାଦଖ ପଡିଛନ୍ତି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ଗତ ଶନିବାର ରୋହିତ କରୋନା ପଜିଟିଭ୍ ହୋଇଥିଲେ। ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍‌ରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍‌ଟେନ୍‌ ହୋଇଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ପ୍ରଥମଥର ପାଇଁ ଭାରତ ବୁମ୍ରାଙ୍କ ନେତୃତ୍ୱରେ ମ୍ୟାଚ୍‌ ଖେଳିବ।

ରୋହିତ ଲିସେଷ୍ଟାୟର ବିପକ୍ଷ ଅଭ୍ୟାସ୍ ମ୍ୟାଚରେ କରୋନା ସଂକ୍ରମିତ ହୋଇଥିଲେ। ସେ ପୂରା ମ୍ୟାଚ୍ ଖେଳି ପାରିନଥିଲେ। ସେହି ଦିନଠୁ ସେ ସଙ୍ଗରୋଧରେ ଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, କୋଭିଡ୍-୧୯ ପଜିଟିଭ୍ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟେଷ୍ଟ ପୂର୍ବରୁ ସୁସ୍ଥ ହୋଇ ପାରିବେ ନାହିଁ। ତେଣୁ ସେ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି। ବୁଧବାର ବିସିସିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି। ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରିଛି। ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ।

ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ  ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି।  ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା । ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp