ଖୁବ ଶୀଘ୍ର ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

The Sakala Picture
Published On

ମୁମ୍ବାଇ: ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ, ଦ୍ରାବିଡଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ସେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ୟୁଏଇରେ ଟି-୨୦ ବିଶ୍ଵ କପ୍ ସରିବା ପରେ ଭାରତୀୟ କ୍ରିକେଟ୍ ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ ରାଜି ହୋଇଛନ୍ତି। ହେଡ୍ କୋଚ୍ ଭାବେ […]

ମୁମ୍ବାଇ: ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ । ଶୁକ୍ରବାର ଆଇପିଏଲ୍ ଫାଇନାଲ୍ ସମୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ, ଦ୍ରାବିଡଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏନେଇ ସେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ୟୁଏଇରେ ଟି-୨୦ ବିଶ୍ଵ କପ୍ ସରିବା ପରେ ଭାରତୀୟ କ୍ରିକେଟ୍ ଟିମ୍‌ର କୋଚ୍ ହେବା ପାଇଁ ରାହୁଲ ଦ୍ରାବିଡ ରାଜି ହୋଇଛନ୍ତି। ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି ରାହୁଲ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ଼ । ସେହିଭଳି ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ ବୋଲି ସମ୍ଭାବନା ରହିଛି । ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ ବୋଲି ସୂଚନା ମିଳୁଛି । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ପୂର୍ବରୁ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ଼ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଦ୍ରାବିଡ ଜାତୀୟ ଦଳର କୋଚ୍ ହେବାକୁ ପୂର୍ବରୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିସିସିଆଇର ଅନୁରୋଧ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିବା ହଁ ଭରିଛନ୍ତି । ଯଦିଓ ବିସିସିଆଇ ଏନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ, ତେବେ ସୂତ୍ରରୁ ପ୍ରକାଶ ଯେ ରାହୁଲ ଦ୍ରାବିଡଙ୍କ ସହ ଭାରତୀୟ ବୋର୍ଡ ୨୦୨୩ ପର୍ଯ୍ୟନ୍ତ ଚୁକ୍ତି କରିପାରେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp