ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ ‘ଏ’, ୮ ୱିକେଟରେ ହାସଲ କଲା ଦମଦାର ବିଜୟ

Suryakanta Picture
Published On

ବ୍ୟାଙ୍କକରେ ଚାଲିଥିବା ଏସିସି ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍ ୨୦୨୬ରେ ଭାରତୀୟ ମହିଳା ‘ଏ’ ଦଳ ଏକ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ରବିବାର ଅନୁଷ୍ଠିତ ଏକ ହାଇ-ଭୋଲ୍ଟେଜ୍ ମ୍ୟାଚରେ ଭାରତ ‘ଏ’ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ‘ଏ’ ଦଳକୁ ୮ ୱିକେଟରେ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ୟୁଏଇ ଠାରୁ ପରାଜୟ ପରେ ଭାରତୀୟ ଦଳର ଏହା ପ୍ରଥମ ବିଜୟ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

୯୩ ରନରେ ଅଲଆଉଟ୍ ହେଲା ପାକିସ୍ତାନ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ‘ଏ’ ଦଳ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ପାକିସ୍ତାନ ଦଳ ମାତ୍ର ୧୮.୫ ଓଭରରେ ୯୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ସାୱାଲ ଜୁଲଫିକର ସର୍ବାଧିକ ୨୩ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅଧିନାୟିକା ରାଧା ଯାଦବ, ସାଇମା ଠାକୁର ଏବଂ ପ୍ରେମା ରାୱତ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବୃନ୍ଦା ଦିନେଶଙ୍କ ଅର୍ଦ୍ଧଶତକ

୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହୁମାଇରା କାଜିଙ୍କ ୱିକେଟ୍ ହରାଇଥିଲା। ତେବେ ବୃନ୍ଦା ଦିନେଶ ଏବଂ ଅନୁଷ୍କା ଶର୍ମା ଦ୍ୱିତୀୟ ୱିକେଟ୍ ପାଇଁ ଦୃଢ଼ ଭାଗିଦାରୀ ଗଢ଼ିଥିଲେ। ବୃନ୍ଦା ମାତ୍ର ୨୯ ବଲରେ ଅପରାଜିତ ୫୫ ରନ୍ ସଂଗ୍ରହ କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଅନୁଷ୍କା ୨୪ ରନର ଯୋଗଦାନ ଦେଇଥିଲେ। ଭାରତ ମାତ୍ର ୧୦.୧ ଓଭରରେ ୨ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।ଏହି ବିଜୟ ସହ ଭାରତ ‘ଏ’ ଦଳ ସେମିଫାଇନାଲ ଦୌଡ଼ରେ ନିଜ ସ୍ଥିତି ମଜଭୁତ କରିଛି। ପରବର୍ତ୍ତୀ ମ୍ୟାଚରେ ଭାରତ ନେପାଳକୁ ଭେଟିବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp