କେପଟାଉନ ଟେଷ୍ଟ : ଲାଇନଚ୍ୟୁତ ହେଲା ଭାରତୀୟ ବ୍ୟାଟିଂ ଅର୍ଡର, ପନ୍ତଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ୍ ଦେଲା ଟିମ୍‌ ଇଣ୍ଡିଆ

The Sakala Picture
Published On

କେପଟାଉନ : ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟରେ ଭାରତ ନିଜର ୨ୟ ଇନିଂସରେ ୧୯୮ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ରହିଛି । ୨ୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଋଷଭ ପନ୍ତ  ଏକାକୀ ଭାରତ ପାଇଁ ଲଢ଼ିଥିଲେ।  ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଦ୍ବିତୀୟ ଇନିଂସରେ […]

କେପଟାଉନ : ଭ୍ରମଣକାରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟରେ ଭାରତ ନିଜର ୨ୟ ଇନିଂସରେ ୧୯୮ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ରହିଛି । ୨ୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଋଷଭ ପନ୍ତ  ଏକାକୀ ଭାରତ ପାଇଁ ଲଢ଼ିଥିଲେ।  ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଦ୍ବିତୀୟ ଇନିଂସରେ ଦଳ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ପନ୍ତଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ସ୍କୋର ଛୁଇଁ ପାରିନାହାନ୍ତି। ପନ୍ତଙ୍କ ପରେ ଅଧିନାୟକ ବିରାଟ କୋହଲି ୨ୟ ସର୍ବାଧିକ ୨୯ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ୪ଟି ଓ୍ବିକେଟ ନେଇଥିବାବେଳେ କାସିଗୋ ରବାଡା ୩ ଓ୍ବିକେଟ ଓ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଓପନର ଲୋକେସ ରାହୁଲ (୧୦ରନ) ଏବଂ ମୟଙ୍କ ଅଗ୍ରଓ୍ବାଲ (୭ରନ) ଦ୍ବିତୀୟ ଦିନରେ ଓ୍ବିକେଟ ହରାଇଥିବା ବେଳେ ତୃତୀୟ ଦିନ ଆରମ୍ଭରୁ ହିଁ ପୁଜାରାଙ୍କ ଓ୍ବିକେଟ ଖସିଥିଲା । ଖରାପ ଫର୍ମ ଜାରିରଖି ମାତ୍ର ୯ରନ କରି ଆଉଟ ହୋଇଛନ୍ତି ଚେତେଶ୍ବର ପୁଜାରା । ସେହିଭଳି ଅଜିଙ୍କ୍ୟ ରାହାଣେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି । ମାତ୍ର ୧ରନ କରି ଆଉଟ ହୋଇଛନ୍ତି ରାହାଣେ ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଶ ଆଫ୍ରିକା ବୋଲରଙ୍କୁ ଖେଳିବାରେ ସକ୍ଷମ ହୋଇନଥିଲେ।  ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ। ଭାରତ ପକ୍ଷରୁ ପନ୍ତ ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ୍‌ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ କାଗିସୋ ରାବାଡା ଏବଂ ଲୁଙ୍ଗି ଏନ୍‌ଗିଡି ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

13 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର