ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଲର୍ଡ୍ସ ରେ ଭାରତର ଦମଦାର ବିଜୟ, ୧୫୧ ରନ୍‌ରେ ଜିତିଲା ଭାରତ

The Sakala Picture
Published On

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ବିରାଟ ବାହିନୀର ଶାନଦାର ବିଜୟ। ୭ ବର୍ଷ ପରେ ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ମାତ୍‌ ଦେଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। । ଶେଷ ଦିନରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଏହି ଐତିହାସିକ ବିଜୟ ହାସଲ କରିପାରିଛି ଦଳ । ଭାରତ ପ୍ରଦତ୍ତ ୨୭୧ ରନର ବିଜୟ […]

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ବିରାଟ ବାହିନୀର ଶାନଦାର ବିଜୟ। ୭ ବର୍ଷ ପରେ ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ମାତ୍‌ ଦେଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। । ଶେଷ ଦିନରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଏହି ଐତିହାସିକ ବିଜୟ ହାସଲ କରିପାରିଛି ଦଳ । ଭାରତ ପ୍ରଦତ୍ତ ୨୭୧ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ୍ ୪ଟି ଓ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ୍ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ୨ଟି ଓ୍ବିକେଟ୍ ନେଇଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ମହମ୍ମଦ ସାମି ଓ ବୁମରାହ୍‌ଙ୍କ ଲଢ଼ୁଆ ବ୍ୟାଟିଂ ପରେ ୨୯୮/୮ରେ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଭାରତୀୟ ବୋଲର କମାଲ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଦଳର ଓପନରଙ୍କୁ ବିନା କୌଣସି ସ୍କୋରରେ ପ୍ୟାଭିଲିୟନ୍ ପଠାଇଥିଲେ । ଏହାପରେ ଇଂଲଣ୍ଡ ଉପରେ ଚାପ ପଡ଼ିବା ସହ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହାସଲ କରିବାରେ ସଫଳ ହୋଇଥିଲା ଭାରତୀୟ ବୋଲର । ମହମ୍ମଦ ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ଅକ୍ତିଆର କରିଥିବା ବେଳେ ମାତ୍ର ୧୨୦ ରନ୍‌ରେ ସୀମିତ ହୋଇଯାଇଥିଲା ଇଂଲଣ୍ଡ ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

17 Aug 2021 By The Sakala

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଲର୍ଡ୍ସ ରେ ଭାରତର ଦମଦାର ବିଜୟ, ୧୫୧ ରନ୍‌ରେ ଜିତିଲା ଭାରତ

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ବିରାଟ ବାହିନୀର ଶାନଦାର ବିଜୟ। ୭ ବର୍ଷ ପରେ ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ମାତ୍‌ ଦେଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। । ଶେଷ ଦିନରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଏହି ଐତିହାସିକ ବିଜୟ ହାସଲ କରିପାରିଛି ଦଳ । ଭାରତ ପ୍ରଦତ୍ତ ୨୭୧ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ୍ ୪ଟି ଓ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ୍ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ୨ଟି ଓ୍ବିକେଟ୍ ନେଇଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ମହମ୍ମଦ ସାମି ଓ ବୁମରାହ୍‌ଙ୍କ ଲଢ଼ୁଆ ବ୍ୟାଟିଂ ପରେ ୨୯୮/୮ରେ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଭାରତୀୟ ବୋଲର କମାଲ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଦଳର ଓପନରଙ୍କୁ ବିନା କୌଣସି ସ୍କୋରରେ ପ୍ୟାଭିଲିୟନ୍ ପଠାଇଥିଲେ । ଏହାପରେ ଇଂଲଣ୍ଡ ଉପରେ ଚାପ ପଡ଼ିବା ସହ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହାସଲ କରିବାରେ ସଫଳ ହୋଇଥିଲା ଭାରତୀୟ ବୋଲର । ମହମ୍ମଦ ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ଅକ୍ତିଆର କରିଥିବା ବେଳେ ମାତ୍ର ୧୨୦ ରନ୍‌ରେ ସୀମିତ ହୋଇଯାଇଥିଲା ଇଂଲଣ୍ଡ ।

https://www.thesakala.in/sports/ind-eng-test-india-won-match-by-151-run-in-lords/article-4657
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp