ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଭାରତ- ଇଂଲଣ୍ଡ ପ୍ରଥମ ଟି-୨୦: ଭାରତର ସହଜ ବିଜୟ

The Sakala Picture
Published On

ସାଉଥାମ୍ପଟନ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ୫୦ ରନ୍‍ରେ ଇଂଲଣ୍ଡକୁ ପରାସ୍ତ କରି ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‍ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‍ ଆସନ୍ତା ୯ ଓ ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‍ରେ ୫୧ ରନ୍‍ କରିବା ସହ ୩୩ ରନ୍‍ରେ ୪ଟି ୱିକେଟ ନେଇଥିବା ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ […]

ସାଉଥାମ୍ପଟନ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ୫୦ ରନ୍‍ରେ ଇଂଲଣ୍ଡକୁ ପରାସ୍ତ କରି ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‍ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‍ ଆସନ୍ତା ୯ ଓ ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‍ରେ ୫୧ ରନ୍‍ କରିବା ସହ ୩୩ ରନ୍‍ରେ ୪ଟି ୱିକେଟ ନେଇଥିବା ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି

ଏହି ମ୍ୟାଚ୍‍ରେ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟରେ ୧୯୮ ରନ୍‍ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକଙ୍କ ୫୧ ରନ୍‍କୁ ବାଦ୍‍ ଦେଲେ ସୂର୍ଯ୍ୟକୁମାର ଯାଦବ ୩୯, ଦୀପକ ହୁଦା ୩୩ ରନ୍‍ କରିଥିଲେ। ଜବାବରେ ଇଂଲଣ୍ଡ ୧୯.୩ ଓଭରରେ ୧୪୮ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୋଇନ୍‍ ଅଲ୍ଲୀ ସର୍ବାଧିକ ୩୬, ହ୍ୟାରୀ ବ୍ରୁକ୍‍ ୨୮, କ୍ରିସ୍‍ ଜୋର୍ଡାନ ୨୬³ ଓ ଡାୱିଡ ମଲାନ ୨୧ ରନ୍‍ କରିଥିଲେ। ଦଳର ଦୁଇ ପ୍ରମୁଖ ବ୍ୟାଟର ଜୋସ୍‍ ବଟ୍ଟଲର ଓ ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲି ପାରି ନଥିଲେ। ଭାରତ ପକ୍ଷରୁ ପାଣ୍ଡ୍ୟାଙ୍କ ୪ ୱିକେଟ ସଫଳତାକୁ ବାଦ୍‍ ଦେଲେ ଯୁଜବେନ୍ଦ୍ର ଚହଲ ଓ ଡେବ୍ୟୁଟାଣ୍ଟ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ-୨୦୨୬ ପ୍ଲେ-ଅଫ୍‌ରୁ ବାଦ୍ ପଡିଲା ସିଏସକେ, ଅଧିନାୟକ ରୁତୁରାଜ ଗାଏକୱାଡ କହିଲେ ଏହାର କାରଣ...

ପୂର୍ବରୁ ଟସ୍‍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ନିଜେ ରୋହିତ ଓ ଇଶାନ କିସାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ୫ମ ଓଭର ବେଳକୁ ଉଭୟ ଓପନର ଆଉଟ ହୋଇଯାଇଥିଲେ। ଏହି ସମୟରେ ଦୀପକ ହୁଦା ଓ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ତୃତୀୟ ୱିକେଟରେ ଏମାନେ ୨୩ ବଲରେ ୪୩ ରନ୍‍ ଉଠାଇଥିଲେ। ଉଭୟ ଦ୍ରୁତଗତିରେ ରନ୍‍ ସଂଗ୍ରହ କରିବାକୁ ଯାଇ ସେମାନଙ୍କ ୱିକେଟ ହରାଇଥିଲେ। ପ୍ରଥମେ ଆଉଟ ହୋଇଥିବା ହୁଦା ୧୭ ବଲ୍‍ରେ ୩ଚୌକା ଓ ୨ଛକା ସହ ୩୩ ଓ ସୂର୍ଯ୍ୟକୁମାର ୧୯ ବଲ୍‍ରେ ୪ ଚୌକା ଓ ୨ଛକା ସହ ୩୯ ରନ୍‍ କରିଥିଲେ। ଏମାନଙ୍କ ଆଉଟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଇନିଂସ ଦାୟିତ୍ୱ ସମ୍ଭାଳିଥିଲେ। ସେ ୩୦ବଲ୍‍ରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ୩୩ ବଲ୍‍ରେ ୬ ଚୌକା ଓ ୧ଚକା ସହ ୫୧ ରନ୍‍ରେ ଆଉଟ ହୋଇଥିଲେ। ଅବଶ୍ୟ ସେ ଆଉଟ ହେବା ପୂର୍ବରୁ ନିଜ ରାଜ୍ୟର ଅକ୍ଷର ପଟେଲଙ୍କ ସହ ୩୦ ବଲ୍‍ରୁ ୪୫ ରନ୍‍ ଉଠାଇଥିଲେ। ଦଳର ଦୁଇ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା ୧୪ ବଲ୍‍ରେ ୫ ଚୌକା ସହ ୨୪ ଓ ଦୀନେଶ କାର୍ତ୍ତିକ ୭ ବଲ୍‍ରେ ୧୧ ରନ୍‍ କରି ନିରାଶ କରିଛନ୍ତି। ଭାରତ ଶେଷ ୩ ଓଭରରେ ମାତ୍ର ୨୦ ରନ୍‍ କରି ୩ ୱିକେଟ ହରାଇବା ଫଳରେ ୮ ୱିକେଟରେ ସମ୍ମାନଜନକ ୧୯୮ ରନ୍‍ ସ୍କୋର କରିଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍‍ ଜୋର୍ଡାନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୨୩ ରନ୍‍ ଦେଇ ୨ଟି ୱିକେଟ ନେଇଥିଲେ। ଭାରତ ଇନିଂସରେ ମାତ୍ର ୨ ଓଭର ବୋଲିଂ କରିଥିବା ମୋଇନ୍‍ ଅଲ୍ଲୀଙ୍କୁ ୨ଟି ୱିକେଟ ମିଳିଥିଲା। ରିସି ଟୋପ୍‍ଲେ, ଟାଇମଲ ମିଲ୍ସ ଓ ମାଥ୍ୟୁ ପାର୍କିନସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ସଂକ୍ଷିପ୍ତ ସ୍କୋର
ଭାରତ: ୧୯୮/୮, ୨୦ ଓଭର
(ହାର୍ଦ୍ଦିକ ପାଣ୍ଡ୍ୟା-୫୧, ସୂର୍ଯ୍ୟକୁମାର ଯାଦବ-୩୯, ଦୀପକ ହୁଦା-୩୩, ରୋହିତ ଶର୍ମା-୨୪, ଅକ୍ଷର ପଟେଲ-୧୭, କ୍ରିସ୍‍ ଜୋର୍ଡାନ-୨/୧୯, ମୋଇନ୍‍ ଅଲ୍ଲୀ-୨/୨୬)।

ଇଂଲଣ୍ଡ: ୧୪୮/୧୦, ୧୯.୩ ଓଭର
(ମୋଇନ୍‍ ଅଲ୍ଲୀ-୩୬, ହ୍ୟାରୀ ବ୍ରୁକ୍‍-୨୮, ଜୋର୍ଡାନ-୨୬³, ଡାୱିଡ ମଲାନ୍‍-୨୧, ହାର୍ଦ୍ଦିକ-୪/୩୩, ଅର୍ଶଦୀପ ସିଂ-୨/୧୮, ଯୁଜବେନ୍ଦ୍ର ଚହଲ-୨/୩୨)।

08 Jul 2022 By The Sakala

ଭାରତ- ଇଂଲଣ୍ଡ ପ୍ରଥମ ଟି-୨୦: ଭାରତର ସହଜ ବିଜୟ

ସାଉଥାମ୍ପଟନ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ୫୦ ରନ୍‍ରେ ଇଂଲଣ୍ଡକୁ ପରାସ୍ତ କରି ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ଏହା ଫଳରେ ୩ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‍ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‍ ଆସନ୍ତା ୯ ଓ ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‍ରେ ୫୧ ରନ୍‍ କରିବା ସହ ୩୩ ରନ୍‍ରେ ୪ଟି ୱିକେଟ ନେଇଥିବା ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ କରାଯାଇଛି।

ଏହି ମ୍ୟାଚ୍‍ରେ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟରେ ୧୯୮ ରନ୍‍ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକଙ୍କ ୫୧ ରନ୍‍କୁ ବାଦ୍‍ ଦେଲେ ସୂର୍ଯ୍ୟକୁମାର ଯାଦବ ୩୯, ଦୀପକ ହୁଦା ୩୩ ରନ୍‍ କରିଥିଲେ। ଜବାବରେ ଇଂଲଣ୍ଡ ୧୯.୩ ଓଭରରେ ୧୪୮ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୋଇନ୍‍ ଅଲ୍ଲୀ ସର୍ବାଧିକ ୩୬, ହ୍ୟାରୀ ବ୍ରୁକ୍‍ ୨୮, କ୍ରିସ୍‍ ଜୋର୍ଡାନ ୨୬³ ଓ ଡାୱିଡ ମଲାନ ୨୧ ରନ୍‍ କରିଥିଲେ। ଦଳର ଦୁଇ ପ୍ରମୁଖ ବ୍ୟାଟର ଜୋସ୍‍ ବଟ୍ଟଲର ଓ ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲି ପାରି ନଥିଲେ। ଭାରତ ପକ୍ଷରୁ ପାଣ୍ଡ୍ୟାଙ୍କ ୪ ୱିକେଟ ସଫଳତାକୁ ବାଦ୍‍ ଦେଲେ ଯୁଜବେନ୍ଦ୍ର ଚହଲ ଓ ଡେବ୍ୟୁଟାଣ୍ଟ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଟସ୍‍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ନିଜେ ରୋହିତ ଓ ଇଶାନ କିସାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ। ୫ମ ଓଭର ବେଳକୁ ଉଭୟ ଓପନର ଆଉଟ ହୋଇଯାଇଥିଲେ। ଏହି ସମୟରେ ଦୀପକ ହୁଦା ଓ ସୂର୍ଯ୍ୟକୁମାର ଯାଦବ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ତୃତୀୟ ୱିକେଟରେ ଏମାନେ ୨୩ ବଲରେ ୪୩ ରନ୍‍ ଉଠାଇଥିଲେ। ଉଭୟ ଦ୍ରୁତଗତିରେ ରନ୍‍ ସଂଗ୍ରହ କରିବାକୁ ଯାଇ ସେମାନଙ୍କ ୱିକେଟ ହରାଇଥିଲେ। ପ୍ରଥମେ ଆଉଟ ହୋଇଥିବା ହୁଦା ୧୭ ବଲ୍‍ରେ ୩ଚୌକା ଓ ୨ଛକା ସହ ୩୩ ଓ ସୂର୍ଯ୍ୟକୁମାର ୧୯ ବଲ୍‍ରେ ୪ ଚୌକା ଓ ୨ଛକା ସହ ୩୯ ରନ୍‍ କରିଥିଲେ। ଏମାନଙ୍କ ଆଉଟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଇନିଂସ ଦାୟିତ୍ୱ ସମ୍ଭାଳିଥିଲେ। ସେ ୩୦ବଲ୍‍ରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ୩୩ ବଲ୍‍ରେ ୬ ଚୌକା ଓ ୧ଚକା ସହ ୫୧ ରନ୍‍ରେ ଆଉଟ ହୋଇଥିଲେ। ଅବଶ୍ୟ ସେ ଆଉଟ ହେବା ପୂର୍ବରୁ ନିଜ ରାଜ୍ୟର ଅକ୍ଷର ପଟେଲଙ୍କ ସହ ୩୦ ବଲ୍‍ରୁ ୪୫ ରନ୍‍ ଉଠାଇଥିଲେ। ଦଳର ଦୁଇ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା ୧୪ ବଲ୍‍ରେ ୫ ଚୌକା ସହ ୨୪ ଓ ଦୀନେଶ କାର୍ତ୍ତିକ ୭ ବଲ୍‍ରେ ୧୧ ରନ୍‍ କରି ନିରାଶ କରିଛନ୍ତି। ଭାରତ ଶେଷ ୩ ଓଭରରେ ମାତ୍ର ୨୦ ରନ୍‍ କରି ୩ ୱିକେଟ ହରାଇବା ଫଳରେ ୮ ୱିକେଟରେ ସମ୍ମାନଜନକ ୧୯୮ ରନ୍‍ ସ୍କୋର କରିଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍‍ ଜୋର୍ଡାନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୨୩ ରନ୍‍ ଦେଇ ୨ଟି ୱିକେଟ ନେଇଥିଲେ। ଭାରତ ଇନିଂସରେ ମାତ୍ର ୨ ଓଭର ବୋଲିଂ କରିଥିବା ମୋଇନ୍‍ ଅଲ୍ଲୀଙ୍କୁ ୨ଟି ୱିକେଟ ମିଳିଥିଲା। ରିସି ଟୋପ୍‍ଲେ, ଟାଇମଲ ମିଲ୍ସ ଓ ମାଥ୍ୟୁ ପାର୍କିନସନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ସଂକ୍ଷିପ୍ତ ସ୍କୋର
ଭାରତ: ୧୯୮/୮, ୨୦ ଓଭର
(ହାର୍ଦ୍ଦିକ ପାଣ୍ଡ୍ୟା-୫୧, ସୂର୍ଯ୍ୟକୁମାର ଯାଦବ-୩୯, ଦୀପକ ହୁଦା-୩୩, ରୋହିତ ଶର୍ମା-୨୪, ଅକ୍ଷର ପଟେଲ-୧୭, କ୍ରିସ୍‍ ଜୋର୍ଡାନ-୨/୧୯, ମୋଇନ୍‍ ଅଲ୍ଲୀ-୨/୨୬)।

ଇଂଲଣ୍ଡ: ୧୪୮/୧୦, ୧୯.୩ ଓଭର
(ମୋଇନ୍‍ ଅଲ୍ଲୀ-୩୬, ହ୍ୟାରୀ ବ୍ରୁକ୍‍-୨୮, ଜୋର୍ଡାନ-୨୬³, ଡାୱିଡ ମଲାନ୍‍-୨୧, ହାର୍ଦ୍ଦିକ-୪/୩୩, ଅର୍ଶଦୀପ ସିଂ-୨/୧୮, ଯୁଜବେନ୍ଦ୍ର ଚହଲ-୨/୩୨)।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp