ଏସିଆ କପ୍‌ : ଆଜି ୟୁଏଇ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ, ସଞ୍ଜୁ ସାମସନ ଓ କୁଲଦୀପ ଯାଦବଙ୍କ ଖେଳିବା ନେଇ ସନ୍ଦେହ

The Sakala Picture
Published On

ଦୁବାଇ : ଦୀର୍ଘ ଦିନର ବ୍ୟବଧାନ ପରେ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ ସ୍ତରରେ ଖେଳିବ। ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲାରେ ୟୁଏଇ ବିପକ୍ଷରୁ ଖେଳି ଏସିଆକପ୍‌ ଅଭିଯାନ ଆରମ୍ଭ କରିବ। ୟୁଏଇ ଶକ୍ତିଶାଳୀ ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି ଶକ୍ତି ନ ଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ଭାରତ ଦଳର ସମୀକରଣ ଓ ଖେଳାଳିଙ୍କୁ ମ୍ୟାଚ୍‌ ଅଭ୍ୟାସର ସୁଯୋଗ ଦେଇ ପାକିସ୍ତାନ ବିପକ୍ଷ ମୁକାବିଲା ଲାଗି ପ୍ରସ୍ତୁତ ହେବ। ପାକିସ୍ତାନ ଏବେ କିଛିଦିନ ହେଲା […]

ଦୁବାଇ : ଦୀର୍ଘ ଦିନର ବ୍ୟବଧାନ ପରେ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ ସ୍ତରରେ ଖେଳିବ। ଆଜି ଖେଳାଯିବାକୁ ଥିବା ଦ୍ୱିତୀୟ ମୁକାବିଲାରେ ୟୁଏଇ ବିପକ୍ଷରୁ ଖେଳି ଏସିଆକପ୍‌ ଅଭିଯାନ ଆରମ୍ଭ କରିବ। ୟୁଏଇ ଶକ୍ତିଶାଳୀ ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି ଶକ୍ତି ନ ଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ଭାରତ ଦଳର ସମୀକରଣ ଓ ଖେଳାଳିଙ୍କୁ ମ୍ୟାଚ୍‌ ଅଭ୍ୟାସର ସୁଯୋଗ ଦେଇ ପାକିସ୍ତାନ ବିପକ୍ଷ ମୁକାବିଲା ଲାଗି ପ୍ରସ୍ତୁତ ହେବ। ପାକିସ୍ତାନ ଏବେ କିଛିଦିନ ହେଲା ନିୟମିତ କ୍ରିକେଟ ଖେଳି ଭାରତର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ୟୁଏଇ ବିପକ୍ଷ ମ୍ୟାଚ୍‌ରେ ଭଲ ଖେଳି ଭାରତ ଆସନ୍ତା ୧୪ରେ ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚ୍‌ ଲାଗି ପ୍ରସ୍ତୁତ କରିବ ବୋଲି ଆଶା ରଖିଛି।

ଆହୁରି ପଢ଼ନ୍ତୁ: କେଏଲ ରାହୁଲଙ୍କ ଐତିହାସିକ ସଫଳତା: ସମସ୍ତ ସେନା (SENA) ଦେଶରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଗଠନ କରାଯାଇଛି। ଇଂଲଣ୍ଡ ବିପକ୍ଷରେ ଭାରତର ନେତୃତ୍ୱ ନେଇ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଶୁବମନ ଗିଲ୍‌ଙ୍କୁ ଏହି ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ଗିଲ୍‌ ଦଳକୁ ଫେରିବା ପରେ ଇନିଂସ ଓପନ କରି ସଫଳ ହୋଇଥିବା ସଞ୍ଜୁ ସାମସନଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗିଲ୍‌ ଇନିଂସ ଓପନ କରିବେ ବୋଲି ହେଡ୍‌ କୋଚ୍‌ ଗୌତମ ଗମ୍ଭୀର ଏକାଧିକ ଥର ସୂଚନା ଦେଇଛନ୍ତି। ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମାଙ୍କ ଓପନିଂ ପାର୍ଟନର ହେବେ ଗିଲ୍‌। ଏଣୁ ନଂ-୩ରେ ସଫଳ ହୋଇଥିବା ତିଳକ ବର୍ମାଙ୍କୁ ସୁଯୋଗ ଦେବ ନା ସାମସନ ଖେଳିବେ ଏହାକୁ ନେଇ କେହି କିଛି ସୂଚନା ଦେଇ ନାହାନ୍ତି। କିନ୍ତୁ ଗତ ଦୁଇଦିନ ଧରି ଭାରତୀୟ ଦଳ କରିଥିବା ନେଟ୍‌ ପ୍ରାକ୍ଟିସ୍‌ରୁ ସାମସନ ପ୍ରଥମ ଏକାଦଶ ତାଲିକାରେ ରହିବ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ୱିକେଟ ରକ୍ଷକ ଜିତେଶ ଶର୍ମା ଦୀର୍ଘ ସମୟ ଧରି ବ୍ୟାଟିଂ ପ୍ରାକ୍ଟିସ୍‌ କରିବା ପରେ ଶେଷ ଭାଗରେ ସାମସନ ଓ ରିଙ୍କୁ ସିଂ ଅଭ୍ୟାସ କରିଥିଲେ। ଏଥିରୁ ଜଣାପଡ଼ୁଛି ଚୂଡାନ୍ତ ଏକାଦଶରେ ସାମସନଙ୍କୁ ସୁଯୋଗ ମିଳିବା କଷ୍ଟକର। ତେବେ ଟିମ୍‌ ମ୍ୟାନେଜମେଣ୍ଟ କିପରି ଖେଳାଳି ଏକାଦଶ ଚୟନ କରିବ ତାହା ଆସନ୍ତାକାଲି ଟସ୍‌ ପୂର୍ବରୁ ଜଣାପଡ଼ିବ।

ଏବେ ଖେଳାଯିବାକୁ ଥିବା ଦୁବାଇ ପିଚ୍‌ ବ୍ୟବହାର ହୋଇନାହିଁ। ଏଠାରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଭାରତ ୪ଜଣ ସ୍ପିନରଙ୍କୁ ନେଇ ଖେଳୁଥିଲା। ସେତେବେଳେ ପିଚ୍‌ ଖରାପ ହୋଇଯାଇଥିଲା। ଏବେ କିନ୍ତୁ ପିଚ୍‌ରେ ଘାସ ଅଛି ଏହା ବ୍ୟବହାର ହୋଇ ନ ଥିବାରୁ ସତେଜ ରହିଛି। ଏଣୁ ପେସ୍‌ ବୋଲରଙ୍କୁ ନିଶ୍ଚିତ କିଛିଟା ସହାୟତା ମିଳିବ ବୋଲି ଆଶା କରାଯାଉଛି। ଏହା ଫଳରେ ଯଶପ୍ରୀତ୍‌ ବୁମ୍‌ରା ଓ ଅର୍ଶଦୀପ ସିଂହ ଭାରତ ପକ୍ଷରୁ ନିଶ୍ଚିତ ଖେଳିବେ। ତୃତୀୟ ପେସ୍‌ ବୋଲର ଭାବେ ହର୍ଷିତ ରାଣା କିମ୍ବା ଅଲରାଉଣ୍ଡର ଶିବମ ଦୁବେଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ। ଯଦି ଭାରତ ଜଣେ ସ୍ପେଶାଲିଷ୍ଟ ବୋଲରଙ୍କୁ ନିଆଯାଏ ତେବେ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ଖେଳିବା ନେଇ ସନ୍ଦେହ ରହିବ। ଦଳର ପ୍ରମୁଖ ସ୍ପିନର ଭାବେ ଅଲରାଉଣ୍ଡର ଅକ୍ଷର ପଟେଲ ଓ ମିଷ୍ଟ୍ରି ସ୍ପିନର କୁହାଯାଉଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳିବାକୁ ସୁଯୋଗ ମିଳିବ। ନେଟ୍‌ରେ ଦୀର୍ଘ ସମୟ ବୋଲିଂ କରିଥିବା ଓପନର ଅଭିଷେକ ଶର୍ମା ତୃତୀୟ ସ୍ପିନର ଦାୟିତ୍ୱ ସମ୍ଭାଳିବେ। ଭାରତର ବୋଲିଂ କୋଚ୍‌ ମୋର୍ଣ୍ଣ ମୋର୍କେଲ ଦୁଇ ଅଲରାଉଣ୍ଡର ଶିବମ ଓ ଅଭିଷେକଙ୍କ ବୋଲିଂ ଉପରେ ଗୁରୁତ୍ୱ ଦେଉଛନ୍ତି। ଦଳରେ ଯେତେ ଅଧିକ ଅଲରାଉଣ୍ଡର ରହିବେ, ଅଧିନାୟକଙ୍କୁ ସେତେ ଅଧିକ ସୁଯୋଗ ମିଳିବ। ଏଣୁ ଟି-୨୦ରେ ଅଲରାଉଣ୍ଡ ଖେଳ ଉପରେ ମୋର୍କେଲ ଗୁରୁତ୍ୱ ଦେଇଆସୁଛନ୍ତି।

ପ୍ରତିଦ୍ୱନ୍ଦ୍ୱୀ ୟୁଏଇ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ସହ ଅଧିକ ମ୍ୟାଚ୍‌ ଖେଳିନାହିଁ। ଏହି ଦଳ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଛି। ସେହିପରି ଦଳ ୩ଟି ଦିନିକିଆ ମଧ୍ୟ ଖେଳିଛି। ଏହା ମଧ୍ୟରୁ ୨୦୧୫ରେ ଶେଷ ମୁକାବିଲା ହୋଇଥିଲା। ୨୦୧୬ ଏସିଆ କପ୍‌ରେ ୟୁଏଇ ସହ ଭାରତର ପ୍ରଥମ ମୁକାବିଲା ହୋଇଥିଲା। ଏଥିରେ ଭାରତ ୯ ୱିକେଟରେ ଜିତିଥିଲା। ଏବେ ଲାଲଚାନ୍ଦ ରାଜପୁତ ୟୁଏଇର କୋଚ୍‌ ରହିଛନ୍ତି। ଅଧିନାୟକ ମହମ୍ମଦ୍‌ ୱାସିମ ଓ ରାଜପୁତ ମିଶି କିପରି ଏହି ଟୁର୍ଣ୍ଣାମେଣ୍ଟରେ ୟୁଏଇକୁ ଏକ ଲଢ଼ୁଆ ଦଳରେ ପରିଣତ କରିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର