ଏସିଆ କପ୍‍ ୨୦୨୨ରେ କାହା ନାମରେ ରହିଲା କେଉଁ ରେକର୍ଡ…..

The Sakala Picture
Published On

ଦୁବାଇ : ବିଶ୍ୱର ଏକମାତ୍ର ମହାଦେଶୀୟ କ୍ରିକେଟ୍‍ ପ୍ରତିଯୋଗିତା ଏସିଆ କପ୍‍ର ୧୫ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ପରାସ୍ତ କରି ୬ଷ୍ଠଥର ଲାଗି ଏହି ସମ୍ମାନଜନକ ଟ୍ରଫି ହାସଲ କରିଛି। ୫୮ ରନରେ ୫ ୱିକେଟ୍‍ ହରାଇ ସାରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‍ ଭାନୁକା ରାଜପକ୍ଷଙ୍କ ଅପରାଜିତ ୭୧ ରନ ଓ ବୋଲିଂରେ ପ୍ରମୋଦ ମଦୁସାନଙ୍କ ୪ ୱିକେଟ୍‍ ସଫଳତା ଶ୍ରୀଲଙ୍କାକୁ ଟାଇଟଲ୍‍ ଜିତାଇବରେ ପ୍ରମୁଖ […]

ଦୁବାଇ : ବିଶ୍ୱର ଏକମାତ୍ର ମହାଦେଶୀୟ କ୍ରିକେଟ୍‍ ପ୍ରତିଯୋଗିତା ଏସିଆ କପ୍‍ର ୧୫ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ପରାସ୍ତ କରି ୬ଷ୍ଠଥର ଲାଗି ଏହି ସମ୍ମାନଜନକ ଟ୍ରଫି ହାସଲ କରିଛି। ୫୮ ରନରେ ୫ ୱିକେଟ୍‍ ହରାଇ ସାରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‍ ଭାନୁକା ରାଜପକ୍ଷଙ୍କ ଅପରାଜିତ ୭୧ ରନ ଓ ବୋଲିଂରେ ପ୍ରମୋଦ ମଦୁସାନଙ୍କ ୪ ୱିକେଟ୍‍ ସଫଳତା ଶ୍ରୀଲଙ୍କାକୁ ଟାଇଟଲ୍‍ ଜିତାଇବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେହିଭଳି ୱାନିନ୍ଦୁ ହାସରଙ୍ଗା (୩୬ ରନ ଓ ୩ ୱିକେଟ୍‍) ମଧ୍ୟ ଚମତ୍କାର ଅଲ୍‍ରାଉଣ୍ଡ ପ୍ରଦର୍ଶନ କରିଥିଲେ। ପରିସଂଖ୍ୟାନ ଉପରେ ନଜର ପକାଇଲେ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଶତକ ହୋଇଛି। ଯାହା ବିରାଟଙ୍କ ନାମରେ ରହିଛି।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଇଂଲଣ୍ଡ, କଲୋମ୍ବିଆ ଏବଂ ଘାନା ବିଜୟୀ; ପର୍ତ୍ତୁଗାଲର ଚମକହୀନ ପ୍ରଦର୍ଶନ

ଟାଇଟଲ୍‌ରେ ଛକା

ଆହୁରି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବିରାଟ କୋହଲିଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଖବର

ଶ୍ରୀଲଙ୍କା ୬ଷ୍ଠଥର ଲାଗି ଏସିଆ କପ୍‍ ଟାଇଟଲ୍‍ ବିଜୟୀ ହୋଇଛି। ଏଥିପୂର୍ବରୁ ଦଳ୧୯୮୬, ୧୯୯୭, ୨୦୦୪, ୨୦୦୮ ଓ ୨୦୧୪ରେ ଚାମ୍ପିଅନ୍‍ ହୋଇଥିଲା। କିନ୍ତୁ ଏସିଆ କପ୍‍ ଟି-୨୦ ଫର୍ମାଟରେ ପ୍ରଥମଥର ଚାମ୍ପିଅନ୍‍ ଆଖ୍ୟା ଲାଭ କରିଛି।

ଆହୁରି ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଗ୍ଲାମରସ୍ ଫୁଟବଲର୍ ଆଲିଶା ଲେହମ୍ୟାନ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ: ବୟଫ୍ରେଣ୍ଡ ମଣ୍ଟେଲ ମ୍ୟାକେଞ୍ଜି କଲେ ରୋମାଣ୍ଟିକ୍ ପ୍ରପୋଜ୍

କ୍ରମାଗତ ୫ ଟି-୨୦ ଜିତି ଦ୍ୱିତୀୟ ଟାଇଟଲ୍‍

ଶ୍ରୀଲଙ୍କା ଲିଗ୍‍ ପର୍ଯ୍ୟାୟରେ ଆଫଗାନିସ୍ତାନଠାରୁ ହାରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହାପରେ ବାଂଲାଦେଶ ସୁପର୍‍-୪’ରେ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଫାଇନାଲରେ ପାକିସ୍ତାନକୁ ପୁଣିଥରେ ମାତ୍‍ ଦେଇ ଚାମ୍ପିଅନ୍‍ ହୋଇଛି। ଅର୍ଥାତ କ୍ରମାଗତ ୫ ମ୍ୟାଚ୍‍ ଜିତି ଟ୍ରଫି ଜିତିଛି। ଏଥିପୂର୍ବରୁ ୨୦୧୪ ଟି-୨୦ ବିଶ୍ୱକପ୍‍ରେ ଶ୍ରୀଲଙ୍କା କ୍ରମାଗତ ୫ ମ୍ୟାଚ୍‍ ଜିତି ଚାମ୍ପିଅନ୍‍ ହୋଇଥିଲା।

ବ୍ୟାଟିଂରେ ରିଜୱାନ ଶୀର୍ଷରେ

ପାକିସ୍ତାନର ୱିକେଟ୍‍କିପର ମହମ୍ମଦ ରିଜୱାନ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ୬ ମ୍ୟାଚ ଖେଳି ରିଜୱାନ ୫୬.୨୦ ହାରରେ ୨୮୧ ରନ କରିଛନ୍ତି। ଯେଉଁଥିରେ ୩ ଅର୍ଦ୍ଧଶତକ ସାମିଲ ରହିଛି। ଦ୍ୱିତୀୟ ସ୍ଥାନରେ ରହିଥିବା ବିରାଟ କୋହଲି ଗୋଟିଏ ଶତକ ଓ ଅର୍ଦ୍ଧଶତକ ସହ ୫ ମ୍ୟାଚରୁ ୨୭୬ ରନ କରିଛନ୍ତି। ତାଙ୍କ ଆଭରେଜ ୯୨ ରହିଛି। ଆଭରେଜରେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି।

ଛକାରେ ଗୁର୍‍ବାଜ, ଚୌକାରେ ରିଜୱାନ

ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ଆଫଗାନିସ୍ତାନର ରହମନଉଲ୍ଲା ଗୁର୍‍ବାଜଙ୍କ ନାମରେ ରହିଛି। ସେ ୧୨ଟି ବଲ୍‍ ସିଧା ବାଉଣ୍ଡାରୀ ବାହାରେ ପକାଇଛନ୍ତି। ଚୌକା ଉପରେ ନଜର ପକାଇଲେ ରିଜୱାନ ୨୧ ଓ କୋହଲି ୨୦ ଚୌକା ମାରିଛନ୍ତି।

ଭୁବନେଶ୍ୱରଙ୍କ ନାମରେ ୧୧ ୱିକେଟ୍‍

ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବୋଲର ଭୁବନେଶ୍ୱର କୁମାର ରହିଛନ୍ତି। ସେ ୫ଟି ଇନିଂସରୁ ୧୧ ୱିକେଟ୍‍ ନେଇଛନ୍ତି। ଯେଉଁଥିରେ ଗୋଟିଏ ୫ ୱିକେଟ୍‍ ସଫଳତା ରହିଛି। ଆଫଗାନିସ୍ତାନ ବିପକ୍ଷ ସୁପର୍‍-୪ ମ୍ୟାଚରେ ଭୁବନେଶ୍ୱର ୪ ରନରେ ୫ଟି ୱିକେଟ୍‍ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଏହା ଏକମାତ୍ର ୫ ୱିକେଟ୍‍ ସଫଳତା ରହିଥିଲା। ୯ଟି ୱିକେଟ୍‍ ସହ ୱାନିନ୍ଦୁ ହାସରଙ୍ଗା ଦ୍ୱିତୀୟ ଶ୍ରେଷ୍ଠ ବୋଲର ରହିଛନ୍ତି।

13 Sep 2022 By The Sakala

ଏସିଆ କପ୍‍ ୨୦୨୨ରେ କାହା ନାମରେ ରହିଲା କେଉଁ ରେକର୍ଡ…..

ଦୁବାଇ : ବିଶ୍ୱର ଏକମାତ୍ର ମହାଦେଶୀୟ କ୍ରିକେଟ୍‍ ପ୍ରତିଯୋଗିତା ଏସିଆ କପ୍‍ର ୧୫ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ପରାସ୍ତ କରି ୬ଷ୍ଠଥର ଲାଗି ଏହି ସମ୍ମାନଜନକ ଟ୍ରଫି ହାସଲ କରିଛି। ୫୮ ରନରେ ୫ ୱିକେଟ୍‍ ହରାଇ ସାରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‍ ଭାନୁକା ରାଜପକ୍ଷଙ୍କ ଅପରାଜିତ ୭୧ ରନ ଓ ବୋଲିଂରେ ପ୍ରମୋଦ ମଦୁସାନଙ୍କ ୪ ୱିକେଟ୍‍ ସଫଳତା ଶ୍ରୀଲଙ୍କାକୁ ଟାଇଟଲ୍‍ ଜିତାଇବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେହିଭଳି ୱାନିନ୍ଦୁ ହାସରଙ୍ଗା (୩୬ ରନ ଓ ୩ ୱିକେଟ୍‍) ମଧ୍ୟ ଚମତ୍କାର ଅଲ୍‍ରାଉଣ୍ଡ ପ୍ରଦର୍ଶନ କରିଥିଲେ। ପରିସଂଖ୍ୟାନ ଉପରେ ନଜର ପକାଇଲେ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଶତକ ହୋଇଛି। ଯାହା ବିରାଟଙ୍କ ନାମରେ ରହିଛି।

ଟାଇଟଲ୍‌ରେ ଛକା

ଶ୍ରୀଲଙ୍କା ୬ଷ୍ଠଥର ଲାଗି ଏସିଆ କପ୍‍ ଟାଇଟଲ୍‍ ବିଜୟୀ ହୋଇଛି। ଏଥିପୂର୍ବରୁ ଦଳ୧୯୮୬, ୧୯୯୭, ୨୦୦୪, ୨୦୦୮ ଓ ୨୦୧୪ରେ ଚାମ୍ପିଅନ୍‍ ହୋଇଥିଲା। କିନ୍ତୁ ଏସିଆ କପ୍‍ ଟି-୨୦ ଫର୍ମାଟରେ ପ୍ରଥମଥର ଚାମ୍ପିଅନ୍‍ ଆଖ୍ୟା ଲାଭ କରିଛି।

କ୍ରମାଗତ ୫ ଟି-୨୦ ଜିତି ଦ୍ୱିତୀୟ ଟାଇଟଲ୍‍

ଶ୍ରୀଲଙ୍କା ଲିଗ୍‍ ପର୍ଯ୍ୟାୟରେ ଆଫଗାନିସ୍ତାନଠାରୁ ହାରି ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହାପରେ ବାଂଲାଦେଶ ସୁପର୍‍-୪’ରେ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଏହାପରେ ଫାଇନାଲରେ ପାକିସ୍ତାନକୁ ପୁଣିଥରେ ମାତ୍‍ ଦେଇ ଚାମ୍ପିଅନ୍‍ ହୋଇଛି। ଅର୍ଥାତ କ୍ରମାଗତ ୫ ମ୍ୟାଚ୍‍ ଜିତି ଟ୍ରଫି ଜିତିଛି। ଏଥିପୂର୍ବରୁ ୨୦୧୪ ଟି-୨୦ ବିଶ୍ୱକପ୍‍ରେ ଶ୍ରୀଲଙ୍କା କ୍ରମାଗତ ୫ ମ୍ୟାଚ୍‍ ଜିତି ଚାମ୍ପିଅନ୍‍ ହୋଇଥିଲା।

ବ୍ୟାଟିଂରେ ରିଜୱାନ ଶୀର୍ଷରେ

ପାକିସ୍ତାନର ୱିକେଟ୍‍କିପର ମହମ୍ମଦ ରିଜୱାନ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ୬ ମ୍ୟାଚ ଖେଳି ରିଜୱାନ ୫୬.୨୦ ହାରରେ ୨୮୧ ରନ କରିଛନ୍ତି। ଯେଉଁଥିରେ ୩ ଅର୍ଦ୍ଧଶତକ ସାମିଲ ରହିଛି। ଦ୍ୱିତୀୟ ସ୍ଥାନରେ ରହିଥିବା ବିରାଟ କୋହଲି ଗୋଟିଏ ଶତକ ଓ ଅର୍ଦ୍ଧଶତକ ସହ ୫ ମ୍ୟାଚରୁ ୨୭୬ ରନ କରିଛନ୍ତି। ତାଙ୍କ ଆଭରେଜ ୯୨ ରହିଛି। ଆଭରେଜରେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି।

ଛକାରେ ଗୁର୍‍ବାଜ, ଚୌକାରେ ରିଜୱାନ

ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ଆଫଗାନିସ୍ତାନର ରହମନଉଲ୍ଲା ଗୁର୍‍ବାଜଙ୍କ ନାମରେ ରହିଛି। ସେ ୧୨ଟି ବଲ୍‍ ସିଧା ବାଉଣ୍ଡାରୀ ବାହାରେ ପକାଇଛନ୍ତି। ଚୌକା ଉପରେ ନଜର ପକାଇଲେ ରିଜୱାନ ୨୧ ଓ କୋହଲି ୨୦ ଚୌକା ମାରିଛନ୍ତି।

ଭୁବନେଶ୍ୱରଙ୍କ ନାମରେ ୧୧ ୱିକେଟ୍‍

ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବୋଲର ଭୁବନେଶ୍ୱର କୁମାର ରହିଛନ୍ତି। ସେ ୫ଟି ଇନିଂସରୁ ୧୧ ୱିକେଟ୍‍ ନେଇଛନ୍ତି। ଯେଉଁଥିରେ ଗୋଟିଏ ୫ ୱିକେଟ୍‍ ସଫଳତା ରହିଛି। ଆଫଗାନିସ୍ତାନ ବିପକ୍ଷ ସୁପର୍‍-୪ ମ୍ୟାଚରେ ଭୁବନେଶ୍ୱର ୪ ରନରେ ୫ଟି ୱିକେଟ୍‍ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଏହା ଏକମାତ୍ର ୫ ୱିକେଟ୍‍ ସଫଳତା ରହିଥିଲା। ୯ଟି ୱିକେଟ୍‍ ସହ ୱାନିନ୍ଦୁ ହାସରଙ୍ଗା ଦ୍ୱିତୀୟ ଶ୍ରେଷ୍ଠ ବୋଲର ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର