ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ; ଭାରତର ଦମଦାର ବିଜୟ, ୧-୦ରେ ସିରିଜ୍ ଆଗୁଆ

The Sakala Picture
Published On

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ ହୋଇଛି। ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡ ବାହିନୀ ହାର ମାନିଛି। ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରି ୩୧୭ ରନ କରି ଇଂଲଣ୍ଡକୁ ୩୧୮ ରନର ଟାର୍ଗେଟ ଦେଇଥିଲା। ଇଂଲଣ୍ଡକୁ ବିଜୟ ପାଇଁ ୩୧୮ ରନର ଆବଶ୍ୟକତା ଥିବା ବେଳେ ୨୫୧ ରନ୍ କରି ଅଲ ଆଉଟ ହୋଇଥିଲା। ଫଳରେ ଭାରତ […]

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତର ସହଜ ବିଜୟ ହୋଇଛି। ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡ ବାହିନୀ ହାର ମାନିଛି। ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରି ୩୧୭ ରନ କରି ଇଂଲଣ୍ଡକୁ ୩୧୮ ରନର ଟାର୍ଗେଟ ଦେଇଥିଲା। ଇଂଲଣ୍ଡକୁ ବିଜୟ ପାଇଁ ୩୧୮ ରନର ଆବଶ୍ୟକତା ଥିବା ବେଳେ ୨୫୧ ରନ୍ କରି ଅଲ ଆଉଟ ହୋଇଥିଲା। ଫଳରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡ ଠାରୁ ୬୬ ରନରେ ବିଜୟୀ ହୋଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଇଂଲଣ୍ଡ ପକ୍ଷରୁ ଜାସନ ରୟ ଓ ଜନି ବେୟାରଷ୍ଟୋ ଓପନିଂ କରିଥିଲେ। ଇଂଲଣ୍ଡ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ରୟ ୩୫ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ବେୟାରଷ୍ଟୋ ୬୬ ବଲରେ ୯୪ ରନ କରି ଆଉଟ ହୋଇଥିଲେ। ଏହାପରେ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ରହି ପାରି ନ ଥିଲେ। ବେନ ଷ୍ଟୋକ୍ସ ୧ ରନ, ଅଧିନାୟକ ଇୟନ ମୋର୍ଗାନ ୨୨ ରନ ଓ ଜୋସ ବଟଲର ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସାମ ବିଲିଙ୍ଗ୍‌ସ, ମୋଇନ ଅଲି ସମ୍ଭାଳିଥିଲେ। ସାମ ବିଲିଙ୍ଗ୍‌ସ ୨୨ ବଲରେ ୧୮ ଓ ମୋଇନ ଅଲି ୩୭ ବଲ ୩୦ ରନ କରି ଆଉଟ ହୋଇଥିଲେ। ସେହିପରି ସାମ କୁରାନ ୧୨, ଟମ କୁରାନ ୧୧ , ଆଦିଲ ରସିଦ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଅନ୍ଯପକ୍ଷରେ, ଟିମ ଇଣ୍ଡିଆର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସର୍ବାଧିକ ୪ ୱିକେଟ ମିଳିଛି। ସର୍ଦୁଲ ଠାକୁରଙ୍କୁ ୩ଟି ୱିକେଟ, ଭୁବନେଶ୍ବର କୁମାରଙ୍କୁ ୨ଟି ୱିକେଟ ଓ କୃନାଲ ପାଣ୍ଡ୍ୟାଙ୍କୁ ଗୋଟିଏ ୱିକେଟ ମିଳିଛି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର