ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ଯାଚ୍, ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

The Sakala Picture
Published On

ପୁଣେ: ଭାରତ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସିରିଜ୍‍ ବିଜୟପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହେଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଏକଦିବସୀୟରେ ଡେବ୍ୟୁ କରୁଛନ୍ତି। ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜ୍‍କୁ ୩-୧ […]

ପୁଣେ: ଭାରତ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସିରିଜ୍‍ ବିଜୟପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହେଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଏକଦିବସୀୟରେ ଡେବ୍ୟୁ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହା ପୂର୍ବରୁ ଖେଳାଯାଇଥିବା ଟେଷ୍ଟ ସିରିଜ୍‍କୁ ୩-୧ ଓ ଟି-୨୦ ସିରିଜ୍‍କୁ ୩-୨ରେ ଜିତିଥିବା ଭାରତ ଦିନିକିଆ ସିରିଜ୍‍କୁ ମଧ୍ୟ ଜିତିବାକୁ ଚେଷ୍ଟା କରିବ। ଏଥିଲାଗି ଉଭୟ ଦଳ ଲଢ଼େଇଲାଗି କ୍ଷେତ୍ର ପ୍ରସ୍ତୁତ କରିସାରିଥିଲାବେଳେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡକୁ ପରାଜୟର ରାସ୍ତା ଦେଖାଇବା ଲାଗି ବିରାଟ କୋହଲିଙ୍କ ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଛି। ପୁଣେରେ ମ୍ୟାଚ୍‍ ଗୁଡ଼ିକ ବିନା ଦର୍ଶକରେ ଖେଳାଯିବ। ଏହା ଖେଳର ଉତ୍ସାହରେ ଭଟ୍ଟା ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର