ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ: ପ୍ରଥମ ଦିନରେ ରୋହିତ ଓ ଜାଡେଜାଙ୍କ ଶତକୀୟ ଇଂନିସ

The Sakala Picture
Published On

ରାଜକୋଟ: ରାଜକୋଟରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରିଛି। ପ୍ରଥମ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ଶତକୀୟ ଇଂନିସ ଦେଖିବାକୁ ମିଳିଥିଲା। ସହିପରି ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ । ଭରତ ପକ୍ଷରୁ […]

ରାଜକୋଟ: ରାଜକୋଟରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରିଛି। ପ୍ରଥମ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ଶତକୀୟ ଇଂନିସ ଦେଖିବାକୁ ମିଳିଥିଲା। ସହିପରି ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୧୧୦ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି କୂଳଦୀପ ଯାଦବ । ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର