ଅକ୍ଷର ଓ ଅଶ୍ବନୀଙ୍କ ଘାତକ ବୋଲିଂ : ମାତ୍ର ୮୧ ରନ୍‌ରେ ଇଂଲଣ୍ଡ ଅଲ୍‌ଆଉଟ

The Sakala Picture
Published On

ଅହମଦାବାଦ :  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ପୁଣି ଥରେ ବ୍ୟାଟିଂ ବିଫଳତାର ଶିକାର ହୋଇଛି। ସମ୍ପୂର୍ଣ୍ଣ ସ୍ପିନରମାନଙ୍କୁ ସୁହାଉଥିବା ଏହି ଲୋ ସ୍କୋରିଂ ପିଚ୍‌ରେ ଇଂଲଣ୍ଡ ୨ୟ ଇନିଂସରେ ମାତ୍ର ୮୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୩୩ ରନ୍‌ରେ ପଛୁଆ ଥିବା ଭ୍ରମଣକାରୀ ଦଳ ଘରୋଇ ଦଳକୁ ୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି । ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ […]

ଅହମଦାବାଦ :  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ପୁଣି ଥରେ ବ୍ୟାଟିଂ ବିଫଳତାର ଶିକାର ହୋଇଛି। ସମ୍ପୂର୍ଣ୍ଣ ସ୍ପିନରମାନଙ୍କୁ ସୁହାଉଥିବା ଏହି ଲୋ ସ୍କୋରିଂ ପିଚ୍‌ରେ ଇଂଲଣ୍ଡ ୨ୟ ଇନିଂସରେ ମାତ୍ର ୮୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୩୩ ରନ୍‌ରେ ପଛୁଆ ଥିବା ଭ୍ରମଣକାରୀ ଦଳ ଘରୋଇ ଦଳକୁ ୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଣି କମାଲ୍‌ କରିଛନ୍ତି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ। ଦୁହିଁଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଦେଇଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଭାରତ ବ୍ୟାଟିଂ କରି ୧୪୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା କଷ୍ଟସାଧ୍ୟ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଛନ୍ତି। ପ୍ରଥମ ଇଂନିସରେ ୬ ୱିକେଟ ନେଇଥିବା ଅକ୍ଷର ଏହି ଟେଷ୍ଟରେ ମୋଟ୍ ୧୧ ୱିକେଟ ନେଇଥିବା ବେଳେ ଅଶ୍ବନୀ ପ୍ରଥମ ଇଂନିସରେ ୩ ଓ ଦ୍ବିତୀୟ ଇଂନିସରେ ୪ ୱିକେଟ ସହ ମୋଟ ୭ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

25 Feb 2021 By The Sakala

ଅକ୍ଷର ଓ ଅଶ୍ବନୀଙ୍କ ଘାତକ ବୋଲିଂ : ମାତ୍ର ୮୧ ରନ୍‌ରେ ଇଂଲଣ୍ଡ ଅଲ୍‌ଆଉଟ

ଅହମଦାବାଦ :  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ପୁଣି ଥରେ ବ୍ୟାଟିଂ ବିଫଳତାର ଶିକାର ହୋଇଛି। ସମ୍ପୂର୍ଣ୍ଣ ସ୍ପିନରମାନଙ୍କୁ ସୁହାଉଥିବା ଏହି ଲୋ ସ୍କୋରିଂ ପିଚ୍‌ରେ ଇଂଲଣ୍ଡ ୨ୟ ଇନିଂସରେ ମାତ୍ର ୮୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୩୩ ରନ୍‌ରେ ପଛୁଆ ଥିବା ଭ୍ରମଣକାରୀ ଦଳ ଘରୋଇ ଦଳକୁ ୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ।

ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଣି କମାଲ୍‌ କରିଛନ୍ତି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ। ଦୁହିଁଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଦେଇଛି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ।

ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ଭାରତ ବ୍ୟାଟିଂ କରି ୧୪୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା କଷ୍ଟସାଧ୍ୟ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଛନ୍ତି। ପ୍ରଥମ ଇଂନିସରେ ୬ ୱିକେଟ ନେଇଥିବା ଅକ୍ଷର ଏହି ଟେଷ୍ଟରେ ମୋଟ୍ ୧୧ ୱିକେଟ ନେଇଥିବା ବେଳେ ଅଶ୍ବନୀ ପ୍ରଥମ ଇଂନିସରେ ୩ ଓ ଦ୍ବିତୀୟ ଇଂନିସରେ ୪ ୱିକେଟ ସହ ମୋଟ ୭ ୱିକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର