ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍‍ ମ୍ୟାଚ୍‍; ବାଂଲାଦେଶକୁ ଭେଟିବ ଭାରତ

The Sakala Picture
Published On

କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ୫ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ଅପରପାର୍ଶ୍ବରେ ବାଂଲାଦେଶ […]

କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ୫ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ଅପରପାର୍ଶ୍ବରେ ବାଂଲାଦେଶ ୪ଟି ମ୍ୟାଚ୍‍ରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇ ଟେବଲ ଶୀର୍ଷରେ ରହିଛି। ବାରବାଟୀରେ ଭାରତ ବିଜୟୀ ହୋଇ ପଏଣ୍ଟ ଟେବଲ ଶୀର୍ଷକୁ ଫେରିବାକୁ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

‘ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡ଼ିଶାରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି। ଏଣୁ ବାରବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟ ହେବୁ ବୋଲି ଆଶାବାଦୀ ରହିଛୁ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସବୁବେଳେ ସହଯୋଗର ହାତ ବଢ଼ାଇଛି । ୨୦୧୪ ମସିହାରେ ବାରବାଟୀରେ ଭାରତୀୟ ଦଳ ୨୦ଦିନର ଶିବିର ଶେଷ କରି ବିଶ୍ୱକପ୍‍ ରେ ଯୋଗ ଦେଇଥିଲା। ସେହିବର୍ଷ ଦଳ ବିଶ୍ୱକପ୍‍ ବିଜୟୀ ହୋଇଥିଲା। ଏଣୁ ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ପାଇଁ ଏକ ଲକି ଭେୁନ୍ୟ’ ବୋଲି ସୋମବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଅଧିନାୟକ ଅଜୟ କୁମାର ରେଡ୍ଡୀ କହିଛନ୍ତି। କାଭି ଓଡ଼ିଶାର ସଭାପତି ଜାଫର ଇକବାଲ ଏହି ଅବସରରେ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର