ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଇନିଂସ : ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଛି। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ […]

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଛି। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।

30 Oct 2022 By The Sakala

ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଇନିଂସ : ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଛି। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଛି।

ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।

ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।

https://www.thesakala.in/sports/t20-world-cup-suryakumar-yadavs-68-helps-india-post-133-9-vs-south-africa/article-16155
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର