ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡକୁ ୪୯ ରନ୍‌ରେ ହରାଇ ଆଗୁଆ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବଡ଼ ବିଜୟ ସହ ଭାରତ ଆଗୁଆ ସିରିଜ୍‌ କବଜା କରିଛି। ଆଜି ଏଜବେଷ୍ଟନରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ଯାହା ଫଳରେ ବିଜୟ ପାଇଁ ଘରୋଇ ଇଠଲଣ୍ଡ ଆଗରେ ୧୭୧ ରନ୍‌ ଲକ୍ଷ୍ୟ ରହିଥିଲା। ଘରୋଇ ଇଂଲଣ୍ଡ ଭାରତୀୟ ବୋଲିଂ ବାହିନୀର ସାମ୍ନା କରିନପାରି ୧୭ […]

ବର୍ମିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବଡ଼ ବିଜୟ ସହ ଭାରତ ଆଗୁଆ ସିରିଜ୍‌ କବଜା କରିଛି। ଆଜି ଏଜବେଷ୍ଟନରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚରେ  ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ଯାହା ଫଳରେ ବିଜୟ ପାଇଁ ଘରୋଇ ଇଠଲଣ୍ଡ ଆଗରେ ୧୭୧ ରନ୍‌ ଲକ୍ଷ୍ୟ ରହିଥିଲା। ଘରୋଇ ଇଂଲଣ୍ଡ ଭାରତୀୟ ବୋଲିଂ ବାହିନୀର ସାମ୍ନା କରିନପାରି ୧୭ ଓଭରରେ ୧୨୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଯାହା ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୪୯ ରନ୍‌ର ବୃହତ ବିଜୟ ସହ ଆଗୁଆ ସିରିଜ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଅଧିନାୟକ ରୋହିତ ଓ ଋଷଭ ଓପନ କରିବାକୁ ଆସିଥିଲେ। ଦୁହେଁ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ରହିପାରିନଥିଲେ।ରୋହିତ ଓ ପନ୍ତ ପ୍ରଥମ ୱିକେଟ ପାଇଁ ୪.୫ ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ଗ୍ଲିସନ ୨୦ ବଲରେ ୩୧ ରନ କରିଥିବା ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।ଏହାପରେ ବିରାଟ କୋହଲି(୧) ଗ୍ଲିସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ସେ ୨୬ ରନ କରିଥିବା ପନ୍ତଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏକଦା ୪୯ ରନରେ କୌଣସି ୱିକେଟ ହରାଇ ନଥିବା ଭାରତ ୬୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।ଭାରତ ବ୍ୟାଟିଂ ଲାଇନକୁ ଯୁବ ଇଂଲିଶ ବୋଲର ତଥା ଡେବ୍ୟୁଟାଣ୍ଟ ରିଚାର୍ଡ ଗ୍ଲିସନ ଛିନଛତ୍ର କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଏହାପରେ ସୂର୍ଯ୍ୟ କୁମାର ଯାଦବ ଓ ଇନଫର୍ମ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ କେବଳ ୮୯ ରନ୍‌ରେ ପହଞ୍ଚାଇ ପାରିଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ କ୍ରିସ ଜୋର୍ଡାନ ଆଉଟ କରିଥିଲେ।ସୂର୍ୟ୍ୟ କୁମାର ଯାବଦ ୧୫ ଓ ପାଣ୍ଡ୍ୟା ୧୨ ରନ କରିଛନ୍ତି। ଦୀନେଶ କାର୍ତ୍ତିକ ଭଲ ଆରମ୍ଭ କରିଥିଲେ ହେଁ ୧୨ ରନ କରି ରନ ଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ହର୍ଷଲ ପଟେଲ କିଛି ବଡ଼ ଶଟ ଖେଳି ୩ ବଲରେ ୭ ରନ୍‌ କରିଛନ୍ତି। ତାଙ୍କ ୱିକେଟ ଜୋର୍ଡାନଙ୍କ ଖାତାକୁ ଯାଇଛି। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ନିଜର ଯାଦୁ ଦେଖାଇଥିଲେ। ହେଲେ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ଜାଡେଜା ଶେଷ ଯାଏ ୨୯ ବଲରେ ଅପରାଜିତ ୪୬ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ୨ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ ହୋଇଛନ୍ତି। ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିଥିଲେ ବି କୌଣସି ବଲର ସମ୍ମୁଖୀନ ହୋଇ ନାହାନ୍ତି।ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଗ୍ଲିସନ ୩ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

ତେବେ ଭାରତ ପକ୍ଷରୁ ଦିଆଯାଇଥିବା ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ବଲ୍‌ରେ ୱିକେଟ ହରାଇଥିଲା। ପ୍ରଥମ ବଲରେ ହିଁ ଓପନର ଜେସନ ରୟଙ୍କ ୱିକେଟ ଭୁବନେଶ୍ୱର କୁମାର ନେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ଅଧିନାୟକ ଜୋଶ ବଟଲର(୪) ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ଶିକାର ବନିଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଲିଆମ ଲିଭିଙ୍ଗଷ୍ଟୋନ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ଯଶପ୍ରୀତ ବୁମ୍ରାଙ୍କୁ ଚତୁରତାକୁ ବୁଝି ପାରି ନଥିଲେ। ସେ ମାତ୍ର ୧୫ ରନ କରି ବୁମ୍ରାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ହ୍ୟାରୀ ବ୍ରୁକ୍ସ(୮) ଓ ଡାୱିଡ ମଲାନ(୧୫)ଙ୍କ ୱିକେଟ ୟୁଜବେନ୍ଦର ଚହଲ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଛିନଛତ୍ର କରି ଦେଇଥିଲେ।ସାମ କୁରାନ(୨)ଙ୍କୁ ଆଉଟ କରି ବୁମ୍ରା ଇଂଲଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ। ୬୦ ରନରେ ୬ଟି ୱିକେଟ ହରାଇ ଇଂଲଣ୍ଡ ମ୍ୟାଚ୍‌ରୁ ସଂପୂର୍ଣ୍ଣ ଭାବେ ଆଉଟ ହୋଇ ଯାଇଥିଲେ। ତେବେ କ୍ରିଜ୍‌ରେ ମୋଇନ ଅଲୀ ଥିବାରୁ ଇଂଲଣ୍ଡ ତାଙ୍କ ଠାରୁ ସାମାନ୍ୟ ଆଶା ରଖିଥିଲେ। ସେ ମଧ୍ୟ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେ ବଡ଼ ଶଟ ଖେଳିଥିଲେ। ହେଲେ ସେହି ପାଣ୍ଡ୍ୟା ହିଁ ତାଙ୍କୁ ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଆଉଟ ହେବା ପୂର୍ବରୁ ମୋଇନ ଅଲୀ ୨୧ ବଲରେ ୩୫ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ୪ ୱିକେଟ ଦଖଲ କରିଥିବା କ୍ରିସ ଜୋର୍ଡାନ କୌଣସି ବଲ ସାମ୍ନା କରିବା ପୂର୍ବରୁ ରନ ଆଉଟ ହୋଇ ଯାଇଥିଲେ। ସେହିପରି ଡେବ୍ୟୁଣ୍ଟାଣ୍ଟ ରିଚାର୍ଡ ଗ୍ଲିସନ କେବଳ ୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଆଉଟ କରି ଭୁବନେଶ୍ୱର କୁମାର ଇଂଲଣ୍ଡକୁ ୯ମ ଝଟକା ଦେଇଥିଲେ। ଶେଷରେ ହର୍ଷଲ ପଟେଲ ସ୍ପିନର ମାଟ ପାର୍କିନସନ(୦)ଙ୍କୁ କ୍ଲିନବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଡାଭିଡ ୱିଲ୍ଲୀ ଶେଷ ଯାଏ ୨୨ ବଲରେ ୩୩ ରନ କରି ଅପରାଜିତ ରହିଥିଲେ।ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ବୁମ୍ରା ଓ ଚହଲ ୨ଟି ଲେଖାଏ ସଫଳତା ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

09 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର