ସ୍କୁଲ ବସର ରଙ୍ଗ କଣ ପାଇଁ ହୋଇଥାଏ ହଳଦିଆ, ଜାଣନ୍ତୁ କାରଣ…

The Sakala Picture
Published On

ନୂଆଦିଲ୍ଲୀ: ବିଦ୍ୟାଳୟ ପିଲାମାନଙ୍କୁ ପରିବହନ ପାଇଁ ସାଧାରଣତଃ ହଳଦିଆ ବସ୍ ବ୍ୟବହାର କରାଯାଉଥିବା ଆମେ ଦେଖିଛେ। ହେଲେ କାହିଁକି ଶିକ୍ଷାନୁଷ୍ଠାନରେ ହଳଦିଆ ବସର ବ୍ୟବହାର ହୋଇଥାଏ। ଏହାର କରାଣ କଣ। ଏହାପଛରେ କଣ ରହିଛି ରହସ୍ଯ। ଆଜି ସେ ସବୁ କଥା ଆମେ ଆପଙ୍କୁ କହିବୁ। ଆଜି ଆମେ ଆପଣଙ୍କୁ ଏହି ସ୍କୁଲ୍ ବସ୍ ସହିତ ଜଡିତ କିଛି ମଜାଦାର କଥା କହିବୁ । ୧୯୦୦ ଶତାବ୍ଦୀରେ ଉତ୍ତର ଆମେରିକାରେ ବିଦ୍ୟାଳୟ ପାଇଁ ପ୍ରଥମ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର […]

ନୂଆଦିଲ୍ଲୀ: ବିଦ୍ୟାଳୟ ପିଲାମାନଙ୍କୁ ପରିବହନ ପାଇଁ ସାଧାରଣତଃ ହଳଦିଆ ବସ୍ ବ୍ୟବହାର କରାଯାଉଥିବା ଆମେ ଦେଖିଛେ। ହେଲେ କାହିଁକି ଶିକ୍ଷାନୁଷ୍ଠାନରେ ହଳଦିଆ ବସର ବ୍ୟବହାର ହୋଇଥାଏ। ଏହାର କରାଣ କଣ। ଏହାପଛରେ କଣ ରହିଛି ରହସ୍ଯ। ଆଜି ସେ ସବୁ କଥା ଆମେ ଆପଙ୍କୁ କହିବୁ। ଆଜି ଆମେ ଆପଣଙ୍କୁ ଏହି ସ୍କୁଲ୍ ବସ୍ ସହିତ ଜଡିତ କିଛି ମଜାଦାର କଥା କହିବୁ ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

୧୯୦୦ ଶତାବ୍ଦୀରେ ଉତ୍ତର ଆମେରିକାରେ ବିଦ୍ୟାଳୟ ପାଇଁ ପ୍ରଥମ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବହୃତ ହୋଇଥିଲା। ସେହି ସମୟରେ କୌଣସି ମୋଟର ଯାନ ନ ଥିବାରୁ ଘୋଡା ଗାଡିଗୁଡି ଦ୍ବାରା ପିଲାମାନେ ସ୍କୁଲକୁ ଯିବା ପାଇଁ ବ୍ୟବହାର କରୁଥିଲେ।

ଆହୁରି ପଢ଼ନ୍ତୁ: EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଘୋଡ ଗାଡିର ବଳଳରେ ମୋଟର ଗାଡ଼ି ବ୍ୟବହାର ହେଲା। ଏହି ମଟୋର ଗାଡ଼ିଗୁଡିକ କାଠ ଏବଂ ଧାତୁରେ ନିର୍ମିତ ହୋଇଥିଲା। ସେମାନଙ୍କୁ ଅନ୍ୟ ମୋଟର ଯାନଠାରୁ ଭିନ୍ନ କରିବା ପାଇଁ କମଳା କିମ୍ବା ହଳଦିଆ ରଙ୍ଗ ଦିଆଯାଇଥିଲା।

୧୯୩୯ ମସିହାରେ ପ୍ରଥମେ ହଳଦିଆ ରଙ୍ଗର ବସ୍ ବ୍ୟବହାର ହୋଇଥିଲା । ଏହା ଆରମ୍ଭ ଉତ୍ତର ଆମେରିକାର ଏକ ସରକାରୀ ବିଦ୍ୟାଳୟରେ  ହୋଇଥିଲା। ଭାରତ, ଆମେରିକା ଏବଂ କାନାଡା ସମେତ ବିଶ୍ବର ଅନେକ ଦେଶରେ ସ୍କୁଲ ବସ୍ ମଧ୍ୟ ହଳଦିଆ ରହିଥିବା ନଜିର ଅଛି। ବର୍ତ୍ତମାନ ଏହି ରଙ୍ଗର ବସ୍ ସ୍କୁଲ ବସର ପରିଚୟ ପାଲଟିଛି।

ସ୍କୁଲ ବସ୍ ସମ୍ବନ୍ଧରେ ସୁପ୍ରିମକୋର୍ଟ ମଧ୍ୟ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହା ଅନୁଯାୟୀ ଘରୋଇ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ହେବା ଉଚିତ୍। ଏହା ବ୍ୟତୀତ ସ୍କୁଲ ବସ୍ ଆଗ ଏବଂ ପଛରେ ’ସ୍କୁଲ ବସ୍’ ଲେଖାଯିବା ଉଚିତ। ଯଦି ସ୍କୁଲ ବସ୍ ଭଡ଼ାରେ ଅଛି, ତେବେ ଏହାକୁ ’ସ୍କୁଲ୍ ବସ୍ ଡ୍ୟୁଟି’ ଭାବରେ ମଧ୍ୟ ଲେଖିବା ଉଚିତ୍।

ସୁପ୍ରିମକୋର୍ଟ ଏହାର ନିର୍ଦ୍ଦେଶାବଳୀରେ ମଧ୍ୟ କହିଛନ୍ତି ଯେ, ସ୍କୁଲ ବସ୍‌ରେ ପ୍ରଥମେ ଫାଷ୍ଟେଡ ବାକ୍ସ ରହିବା ଆବଶ୍ୟକ। ଏହା ବ୍ୟତୀତ ବସ୍ ୱିଣ୍ଡୋ ମଝିରେ ଏକ ଗ୍ରିଲ୍ ରହିବା ଉଚିତ। ବସ୍ ସହିତ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ରହିବ। ଏଥିସହ ସ୍କୁଲ ବସ୍‌ରେ ଜଣେ ସେବାୟତ ରହିବା ଆବଶ୍ୟକ ଏବଂ ସ୍କୁଲ ବସର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ହେବା ଉଚିତ୍।

ନିୟମ ଅନୁଯାୟୀ, ଯଦି ପିଲାମାନେ ୧୨ ବର୍ଷରୁ କମ୍ ତେବେ ସ୍କୁଲ ବସରେ ୧.୫ ଗୁଣ ଅଧିକ ପିଲା ରହିପାରିବେ ଏବଂ ଯଦି ପିଲାଟି ୧୨ ବର୍ଷରୁ ଅଧିକ, ତେବେ ତାଙ୍କୁ ଗୋଟିଏ ସିଟ୍ ଦିଆଯିବା ଉଚିତ୍।

ସ୍କୁଲ ବସ୍ ରଙ୍ଗ ହଳଦିଆ ରଙ୍ଗର ପଛରେ କିଛି ବୈଜ୍ଞାନିକ ଏବଂ ସୁରକ୍ଷା କାରଣ ରହିଛି। ୧୯୩୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ପ୍ରମାଣିତ ହେଇଛି ଯେ, ହଳଦିଆ ରଙ୍ଗ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଆଖିରେ ଦେଖାଯାଏ ଏବଂ ବାକି ରଙ୍ଗ ମଧ୍ୟରେ ମନୁଷ୍ୟର ଧ୍ୟାନ ପ୍ରଥମେ ହଳଦିଆ ଉପରେ ଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହଳଦିଆରେ ବାକି ତୁଳନାରେ ୧.୨୪ ଗୁଣ ଅଧିକ ଆକର୍ଷଣ ରହିଛି। ସୁରକ୍ଷା ପାଇଁ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ରଙ୍ଗରେ ରଖାଯାଏ, କାରଣ ବିଶ୍ୱାସ କରାଯାଏ ଯେ ବସଟି ହଳଦିଆ ରଙ୍ଗ ଯୋଗୁଁ ଦୂରରୁ ଦେଖାଯାଏ। ହଳଦିଆ ବସ୍ ବର୍ଷା, ରାତି, ଦିନ କିମ୍ବା କୁହୁଡ଼ି ସହଜରେ ଦୃଶ୍ୟମାନ ହୁଏ। ଏହି କାରଣରୁ ଦୁର୍ଘଟଣାର ସମ୍ଭାବନା ବହୁତ କମ୍ ଥାଏ ।

05 Apr 2021 By The Sakala

ସ୍କୁଲ ବସର ରଙ୍ଗ କଣ ପାଇଁ ହୋଇଥାଏ ହଳଦିଆ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ବିଦ୍ୟାଳୟ ପିଲାମାନଙ୍କୁ ପରିବହନ ପାଇଁ ସାଧାରଣତଃ ହଳଦିଆ ବସ୍ ବ୍ୟବହାର କରାଯାଉଥିବା ଆମେ ଦେଖିଛେ। ହେଲେ କାହିଁକି ଶିକ୍ଷାନୁଷ୍ଠାନରେ ହଳଦିଆ ବସର ବ୍ୟବହାର ହୋଇଥାଏ। ଏହାର କରାଣ କଣ। ଏହାପଛରେ କଣ ରହିଛି ରହସ୍ଯ। ଆଜି ସେ ସବୁ କଥା ଆମେ ଆପଙ୍କୁ କହିବୁ। ଆଜି ଆମେ ଆପଣଙ୍କୁ ଏହି ସ୍କୁଲ୍ ବସ୍ ସହିତ ଜଡିତ କିଛି ମଜାଦାର କଥା କହିବୁ ।

୧୯୦୦ ଶତାବ୍ଦୀରେ ଉତ୍ତର ଆମେରିକାରେ ବିଦ୍ୟାଳୟ ପାଇଁ ପ୍ରଥମ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବହୃତ ହୋଇଥିଲା। ସେହି ସମୟରେ କୌଣସି ମୋଟର ଯାନ ନ ଥିବାରୁ ଘୋଡା ଗାଡିଗୁଡି ଦ୍ବାରା ପିଲାମାନେ ସ୍କୁଲକୁ ଯିବା ପାଇଁ ବ୍ୟବହାର କରୁଥିଲେ।

image credit-amar ujala

ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଘୋଡ ଗାଡିର ବଳଳରେ ମୋଟର ଗାଡ଼ି ବ୍ୟବହାର ହେଲା। ଏହି ମଟୋର ଗାଡ଼ିଗୁଡିକ କାଠ ଏବଂ ଧାତୁରେ ନିର୍ମିତ ହୋଇଥିଲା। ସେମାନଙ୍କୁ ଅନ୍ୟ ମୋଟର ଯାନଠାରୁ ଭିନ୍ନ କରିବା ପାଇଁ କମଳା କିମ୍ବା ହଳଦିଆ ରଙ୍ଗ ଦିଆଯାଇଥିଲା।

୧୯୩୯ ମସିହାରେ ପ୍ରଥମେ ହଳଦିଆ ରଙ୍ଗର ବସ୍ ବ୍ୟବହାର ହୋଇଥିଲା । ଏହା ଆରମ୍ଭ ଉତ୍ତର ଆମେରିକାର ଏକ ସରକାରୀ ବିଦ୍ୟାଳୟରେ  ହୋଇଥିଲା। ଭାରତ, ଆମେରିକା ଏବଂ କାନାଡା ସମେତ ବିଶ୍ବର ଅନେକ ଦେଶରେ ସ୍କୁଲ ବସ୍ ମଧ୍ୟ ହଳଦିଆ ରହିଥିବା ନଜିର ଅଛି। ବର୍ତ୍ତମାନ ଏହି ରଙ୍ଗର ବସ୍ ସ୍କୁଲ ବସର ପରିଚୟ ପାଲଟିଛି।

ସ୍କୁଲ ବସ୍ ସମ୍ବନ୍ଧରେ ସୁପ୍ରିମକୋର୍ଟ ମଧ୍ୟ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହା ଅନୁଯାୟୀ ଘରୋଇ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ହେବା ଉଚିତ୍। ଏହା ବ୍ୟତୀତ ସ୍କୁଲ ବସ୍ ଆଗ ଏବଂ ପଛରେ ’ସ୍କୁଲ ବସ୍’ ଲେଖାଯିବା ଉଚିତ। ଯଦି ସ୍କୁଲ ବସ୍ ଭଡ଼ାରେ ଅଛି, ତେବେ ଏହାକୁ ’ସ୍କୁଲ୍ ବସ୍ ଡ୍ୟୁଟି’ ଭାବରେ ମଧ୍ୟ ଲେଖିବା ଉଚିତ୍।

ସୁପ୍ରିମକୋର୍ଟ ଏହାର ନିର୍ଦ୍ଦେଶାବଳୀରେ ମଧ୍ୟ କହିଛନ୍ତି ଯେ, ସ୍କୁଲ ବସ୍‌ରେ ପ୍ରଥମେ ଫାଷ୍ଟେଡ ବାକ୍ସ ରହିବା ଆବଶ୍ୟକ। ଏହା ବ୍ୟତୀତ ବସ୍ ୱିଣ୍ଡୋ ମଝିରେ ଏକ ଗ୍ରିଲ୍ ରହିବା ଉଚିତ। ବସ୍ ସହିତ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ରହିବ। ଏଥିସହ ସ୍କୁଲ ବସ୍‌ରେ ଜଣେ ସେବାୟତ ରହିବା ଆବଶ୍ୟକ ଏବଂ ସ୍କୁଲ ବସର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ହେବା ଉଚିତ୍।

ନିୟମ ଅନୁଯାୟୀ, ଯଦି ପିଲାମାନେ ୧୨ ବର୍ଷରୁ କମ୍ ତେବେ ସ୍କୁଲ ବସରେ ୧.୫ ଗୁଣ ଅଧିକ ପିଲା ରହିପାରିବେ ଏବଂ ଯଦି ପିଲାଟି ୧୨ ବର୍ଷରୁ ଅଧିକ, ତେବେ ତାଙ୍କୁ ଗୋଟିଏ ସିଟ୍ ଦିଆଯିବା ଉଚିତ୍।

ସ୍କୁଲ ବସ୍ ରଙ୍ଗ ହଳଦିଆ ରଙ୍ଗର ପଛରେ କିଛି ବୈଜ୍ଞାନିକ ଏବଂ ସୁରକ୍ଷା କାରଣ ରହିଛି। ୧୯୩୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ପ୍ରମାଣିତ ହେଇଛି ଯେ, ହଳଦିଆ ରଙ୍ଗ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଆଖିରେ ଦେଖାଯାଏ ଏବଂ ବାକି ରଙ୍ଗ ମଧ୍ୟରେ ମନୁଷ୍ୟର ଧ୍ୟାନ ପ୍ରଥମେ ହଳଦିଆ ଉପରେ ଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହଳଦିଆରେ ବାକି ତୁଳନାରେ ୧.୨୪ ଗୁଣ ଅଧିକ ଆକର୍ଷଣ ରହିଛି। ସୁରକ୍ଷା ପାଇଁ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ରଙ୍ଗରେ ରଖାଯାଏ, କାରଣ ବିଶ୍ୱାସ କରାଯାଏ ଯେ ବସଟି ହଳଦିଆ ରଙ୍ଗ ଯୋଗୁଁ ଦୂରରୁ ଦେଖାଯାଏ। ହଳଦିଆ ବସ୍ ବର୍ଷା, ରାତି, ଦିନ କିମ୍ବା କୁହୁଡ଼ି ସହଜରେ ଦୃଶ୍ୟମାନ ହୁଏ। ଏହି କାରଣରୁ ଦୁର୍ଘଟଣାର ସମ୍ଭାବନା ବହୁତ କମ୍ ଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp