କ’ଣ କହୁଛି ୨୧ ଗ୍ରାମ୍‌ ଥିଓରି

The Sakala Picture
Published On

ଜନ୍ମ ଓ ମୃତ୍ୟୁର ରହସ୍ୟ ଆଜି ଯାଏଁ ବି ଏକ ପହେଳି ହୋଇ ରହିଛି। ଯିଏ ଜନ୍ମ ହୋଇଛି ତା’ର ମୃତ୍ୟୁ ନିଶ୍ଚିତ। ତେବେ ମନରେ ପ୍ରଶ୍ନ ଉଠେ ମୃତ୍ୟୁ ପରେ କ’ଣ ହୁଏ? ଯଦି ଶରୀରରେ ଆତ୍ମା ଅଛି, ତେବେ ସେ ଯାଏ କୁଆଡ଼େ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ବି ବୈଜ୍ଞାନିକମାନେ ଖୋଜି ପାଇ ନାହାନ୍ତି। ବିଜ୍ଞାନ ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ହେବା ପରେ ତା’ର ଶରୀର କ୍ଷୟ ହୋଇ ମାଟିରେ ମିଶେ। […]

ଜନ୍ମ ଓ ମୃତ୍ୟୁର ରହସ୍ୟ ଆଜି ଯାଏଁ ବି ଏକ ପହେଳି ହୋଇ ରହିଛି। ଯିଏ ଜନ୍ମ ହୋଇଛି ତା’ର ମୃତ୍ୟୁ ନିଶ୍ଚିତ। ତେବେ ମନରେ ପ୍ରଶ୍ନ ଉଠେ ମୃତ୍ୟୁ ପରେ କ’ଣ ହୁଏ? ଯଦି ଶରୀରରେ ଆତ୍ମା ଅଛି, ତେବେ ସେ ଯାଏ କୁଆଡ଼େ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ବି ବୈଜ୍ଞାନିକମାନେ ଖୋଜି ପାଇ ନାହାନ୍ତି। ବିଜ୍ଞାନ ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ହେବା ପରେ ତା’ର ଶରୀର କ୍ଷୟ ହୋଇ ମାଟିରେ ମିଶେ। ଏଥିରୁ ବୃକ୍ଷ ସୃଷ୍ଟି ହୁଏ। ଏହାକୁ ଜୀବଜନ୍ତୁ ଖାଦ୍ୟଭାବେ ଗ୍ରହଣ କରନ୍ତି। ଏହା ହେଉଛି ବ୍ୟକ୍ତିର ମୃତ୍ୟୁପରେ ଶରୀରର କଥା। ତେବେ ଏଠାରେ ପ୍ରଶ୍ନ ଉଠେ ଆତ୍ମା କୁଆଡ଼େ ଯାଉଛି? ସତରେ କ’ଣ ଆତ୍ମା ଅଛି? ଏହି ରହସ୍ୟକୁ ସମାଧାନ କରିବା ଲାଗି ଡଙ୍କନ୍ ମ୍ୟାକଡଗାଲ୍ ନାମକ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏକ ପରୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

ଏହି ପରୀକ୍ଷା ସମୟରେ, ସେ ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଓଜନ ମାପିଲେ ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତିଙ୍କ ଓଜନ ମାପିଲେ। ଏହି ପରୀକ୍ଷାର ଫଳାଫଳ ଯାହା ଆସିଲା, ସେଥିରେ ସମସ୍ତେ ଚକିତ ହୋଇଯାଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ମୃତ୍ୟୁ ପୂର୍ବରୁ ଏବଂ ପରେ ବ୍ୟକ୍ତିର ଓଜନରେ ପ୍ରାୟ ୨୧ ଗ୍ରାମ ପାର୍ଥକ୍ୟ ଥିଲା। ଯେତେଥର ଏହି ପରୀକ୍ଷା କରାଯାଇଥିଲା, ସମାନ ଫଳାଫଳ ଆସୁଥିଲା। ଏହି ପରୀକ୍ଷା ପରେ ସିଦ୍ଧାନ୍ତ ନିଆଗଲା ଯେ, ଆତ୍ମାର ଓଜନ ମାତ୍ର ୨୧ ଗ୍ରାମ। ଏହି ୨୧ ଗ୍ରାମ ସିଦ୍ଧାନ୍ତ ଦ୍ବାରା ଏହା ପ୍ରମାଣିତ ହେଲା ଯେ, ଶରୀର ଭିତରେ ନିଶ୍ଚିତ ଭାବରେ କିଛି ଅଛି; ଯାହା ମୃତ୍ୟୁ ପରେ ତୁରନ୍ତ ଚାଲିଯାଏ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ଏହି କାରଣରୁ ୨୧ ଗ୍ରାମ ସିଦ୍ଧାନ୍ତ ବେଶ୍‌ ଜନାଦୃତ ହୋଇଥିଲା। ମୃତ୍ୟୁର ଅତି ନିକଟତର ହୋଇଥିବା ବ୍ୟକ୍ତିଙ୍କ ମତରେ, ମୃତ୍ୟୁ ସମୟରେ ମସ୍ତିଷ୍କ ସ୍ଥିର ରୁହେ ନାହିଁ। ମସ୍ତିଷ୍କରେ ବହୁତ ହଲଚଲ ଚାଲିଥାଏ। ଏହି କାରଣରୁ ସେମାନେ ଅଜବ ଜିନିଷ ସବୁ ଦେଖନ୍ତି। ତେବେ ସତ୍ୟ କ’ଣ ତାହା ଆଜି ବି କେହି ଜାଣନ୍ତି ନାହିଁ। ଯଦିଓ ୨୧ ଗ୍ରାମ ସିଦ୍ଧାନ୍ତ ପ୍ରମାଣ କରେ ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶରୀରରେ କିଛି ଅଛି ଯାହା ହେତୁ ୨୧ ଗ୍ରାମ ଓଜନ କମିଯାଏ। କିନ୍ତୁ ଏହା ଏକ ଆତ୍ମା ​​ବୋଲି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ଉତ୍ସାହର ସହ ପାଳିତ ହେଉଛି ପବିତ୍ର ବିଜୟା ଦଶମୀ ଓ ଦଶହରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp