ଲକ୍ଷ୍ୟ ସାଧନର ମାଧ୍ୟମ ‘ଭିଜନ ବୋର୍ଡ’

The Sakala Picture
Published On

ଜୀବନରେ ସଫଳତା ଚାହୁଁଥିଲେ ଭିଜନ୍‌ ବୋର୍ଡ ତିଆରି କରନ୍ତୁ। ତେବେ ଏହା କେବଳ ଏକ ବୋର୍ଡ ନୁହେଁ, ବରଂ ଏହା ହେଉଛି ଲକ୍ଷ୍ୟ ସାଧନର ଏକ ଶକ୍ତିଶାଳୀ ମାଧ୍ୟମ। ଭିଜନ ବୋର୍ଡ କାର୍ଯ୍ୟ କରିବା ଦିଗରେ ଉତ୍ସାହିତ କରେ ଏବଂ ସ୍ବପ୍ନକୁ ବାସ୍ତବିକତାରେ ରୂପାନ୍ତରିତ କରିବା ଦିଗରେ ସାହାଯ୍ୟ କରେ। -ଭିଜନ୍‌ ବୋର୍ଡ ପାଇଁ ପ୍ରଥମତଃ ଏକ ବୋର୍ଡ ଆବଶ୍ୟକ। ପତ୍ରିକାରୁ କଟା ହୋଇଥିବା ଚିତ୍ର ଆଦି ଲଗାଇପାରିବେ। ରଙ୍ଗିନ କଲମ ଏବଂ ଷ୍ଟିକର୍‌ ଉପଯୋଗ କରିପାରିବେ। […]

ଜୀବନରେ ସଫଳତା ଚାହୁଁଥିଲେ ଭିଜନ୍‌ ବୋର୍ଡ ତିଆରି କରନ୍ତୁ। ତେବେ ଏହା କେବଳ ଏକ ବୋର୍ଡ ନୁହେଁ, ବରଂ ଏହା ହେଉଛି ଲକ୍ଷ୍ୟ ସାଧନର ଏକ ଶକ୍ତିଶାଳୀ ମାଧ୍ୟମ। ଭିଜନ ବୋର୍ଡ କାର୍ଯ୍ୟ କରିବା ଦିଗରେ ଉତ୍ସାହିତ କରେ ଏବଂ ସ୍ବପ୍ନକୁ ବାସ୍ତବିକତାରେ ରୂପାନ୍ତରିତ କରିବା ଦିଗରେ ସାହାଯ୍ୟ କରେ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ନାସାର 'ଭୟେଜର-୧': ପୃଥିବୀ ଠାରୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିଲା ମହାକାଶଯାନ

-ଭିଜନ୍‌ ବୋର୍ଡ ପାଇଁ ପ୍ରଥମତଃ ଏକ ବୋର୍ଡ ଆବଶ୍ୟକ। ପତ୍ରିକାରୁ କଟା ହୋଇଥିବା ଚିତ୍ର ଆଦି ଲଗାଇପାରିବେ। ରଙ୍ଗିନ କଲମ ଏବଂ ଷ୍ଟିକର୍‌ ଉପଯୋଗ କରିପାରିବେ।
-ସେହିପରି ଡିଜିଟାଲ ଭିଜନ ବୋର୍ଡ ପାଇଁ ଅନଲାଇନ୍ ଟୁଲ୍ ବ୍ୟବହାର କରିପାରିବେ।

-ଜୀବନର ବିଭିନ୍ନ କ୍ଷେତ୍ର ଯେଭଳି କ୍ୟାରିୟର, ସ୍ବାସ୍ଥ୍ୟ, ସମ୍ପର୍କ, ଅର୍ଥ ବ୍ୟକ୍ତିଗତ ଉନ୍ନତି ବାବଦରେ ଚିନ୍ତା କରିପାରିବେ। ଲକ୍ଷ୍ୟକୁ ସ୍ପଷ୍ଟ ଭାବେ ଲେଖିପାରିବେ। ଏଭଳି କରିବା ଦ୍ବାରା ଏହା ନିତିଦିନ ଲକ୍ଷ୍ୟ ପୂରଣରେ ପ୍ରେରିତ କରେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଚାଲିଛି ବୋଇତ ବନ୍ଦାଣ ଉତ୍ସବ

-ଏଭଳି ଫଟୋକୁ ଚୟନ କରନ୍ତୁ, ଯାହା ଲକ୍ଷ୍ୟକୁ ପୂରା କରିବାରେ ସାହାଯ୍ୟ କରୁଥିବ।

-ଭିଜନ ବୋର୍ଡକୁ ଏଭଳି ଭାବେ ବ୍ୟବସ୍ଥିତ କରନ୍ତୁ, ଯାହାକୁ ପ୍ରତ୍ୟେକ ଦିନ ଦେଖିଲେ ପ୍ରେରଣା ମିଳିପାରୁଥିବ।

-ଏହାକୁ ଏଭଳି ସ୍ଥାନରେ ଲଗାନ୍ତୁ ଯେଭଳି ସବୁଦିନ ଏହା ଉପରେ ନଜର ପଡ଼ିପାରୁଥିବ। ନିଜ ରୁମ୍‌ର କାନ୍ଥ ନଚେତ କାମ କରିବା ଡେସ୍କରେ ଲଗାଇପାରିବେ।
ଲକ୍ଷ୍ୟ ପୂରଣ ହେଲେ, ଭିଜନ ବୋର୍ଡକୁ ଅପଡେଟ୍ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp