କେଶ ଦାନ କରି ରେକର୍ଡ , ୧୭ ବର୍ଷ ଧରି କେଶକୁ ବଢ଼ାଇ ଆସୁଥିଲେ

The Sakala Picture
Published On

ସାଧାରଣତଃ ଘନ ଲମ୍ବା କେଶର ଯତ୍ନ ନେବା ଓ ତାହାକୁ ବଢ଼ାଇବା ଆଦୌ ସହଜ କାମ ନୁହେଁ। ତେବେ ଦୀର୍ଘ ୧୭ ବର୍ଷ ଧରି କେଶକୁ ବଢ଼ାଇ ଆସୁଥିଲେ ଆମେରିକାର ଜହାବ କମଲ ଖାନ୍। ଅବଶ୍ୟ ସେ ଏବେ ଏକ ମହତ୍ ଉଦ୍ଦେଶ୍ୟରେ ୬ ଫୁଟ୍ ଲମ୍ବ କେଶକୁ କାଟିଛନ୍ତି। ଅର୍ଥାତ୍ ସେ ୬ଫୁଟ୍ ଲମ୍ବ କେଶରୁ ୫ ଫୁଟ୍ ପର୍ଯ୍ୟନ୍ତ କାଟିଛନ୍ତି। ଏକାକୀ ଏତେ ସଂଖ୍ୟକ କେଶ ଦାନ କରି ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ […]

ସାଧାରଣତଃ ଘନ ଲମ୍ବା କେଶର ଯତ୍ନ ନେବା ଓ ତାହାକୁ ବଢ଼ାଇବା ଆଦୌ ସହଜ କାମ ନୁହେଁ। ତେବେ ଦୀର୍ଘ ୧୭ ବର୍ଷ ଧରି କେଶକୁ ବଢ଼ାଇ ଆସୁଥିଲେ ଆମେରିକାର ଜହାବ କମଲ ଖାନ୍। ଅବଶ୍ୟ ସେ ଏବେ ଏକ ମହତ୍ ଉଦ୍ଦେଶ୍ୟରେ ୬ ଫୁଟ୍ ଲମ୍ବ କେଶକୁ କାଟିଛନ୍ତି। ଅର୍ଥାତ୍ ସେ ୬ଫୁଟ୍ ଲମ୍ବ କେଶରୁ ୫ ଫୁଟ୍ ପର୍ଯ୍ୟନ୍ତ କାଟିଛନ୍ତି। ଏକାକୀ ଏତେ ସଂଖ୍ୟକ କେଶ ଦାନ କରି ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି ଜହାବ। ଏହାକୁ ସେ ‘ଚିଲଡ୍ରେନ ୱିଥ୍ ହେୟାର ଲସ୍’ ସଂସ୍ଥାକୁ ଦାନ କରିଛନ୍ତି। ଏହି ସଂସ୍ଥା ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଅକାଳରେ କେଶ ଝଡ଼ୁଥିବା ପିଲାଙ୍କୁ ମାଗଣାରେ ହେୟାର ରିପ୍ଲେସମେଣ୍ଟ୍‌ର ସୁବିଧା ଯୋଗାଇଥାଏ। ଅର୍ଥାତ୍ ଏହାକୁ ପିଲାଙ୍କ ୱିଗ୍ ତିଆରିରେ ବ୍ୟବହାର କରାଯିବ। ୩୦ ବର୍ଷୀୟା ଜହାବ ଜଣେ ପାକିସ୍ତାନୀ ବଂଶୋଦ୍ଭବ ଓ ଜଣେ ପେସାଦାର ସ୍କ୍ବାସ୍‌ ଖେଳାଳି। ତେବେ ସେ ଶେଷ ଥର ପାଇଁ ୧୩ ବର୍ଷ ବୟସରେ କେଶ କାଟିଥଲେ। ଜହାବ କେଶକୁ ଅତି ଯତ୍ନର ସହକାରେ ବଢ଼ାଇ ଆସୁଥିବା କହିଛନ୍ତି। କେଶରେ ସେ ନିୟମିତ ତାଙ୍କ ଜେଜେମାଆଙ୍କ ପ୍ରସ୍ତୁତ ତେଲକୁ ବ୍ୟବହାର କରନ୍ତି। ଯେଉଁଥିପାଇଁ ତାଙ୍କ କେଶ ଘନ କଳା ଓ ଲମ୍ବା ହୋଇଥିଲା। ତେବେ ଏଭଳି ଏକ ମହତ୍‌ କାମ ପାଇଁ ତାଙ୍କ ବାପା ତାଙ୍କୁ ପ୍ରୋତ୍ସାହିତ କରିଥିବା କଥା ଜହାବ କହିଛନ୍ତି। ଅବଶ୍ୟ ଏବେ ଜହାବ ତାଙ୍କ ନୂଆ ଲୁକ୍ ପାଇଁ

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp