ଅଫିସ୍ ବୈଠକର ପ୍ରସ୍ତୁତି…
ଅନେକ ସମୟରେ ଅଫିସ୍ ମିଟିଂ ବିରକ୍ତିକର ଲାଗେ। ହେଲେ ଏହି ବୈଠକକୁ ଯିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ନିହାତି ଜରୁରି। ବୈଠକ ସମୟରେ କିଛି କଥା ଉପରେ ଧ୍ୟାନ ରଖିବା କର୍ମଚାରୀଙ୍କ ପକ୍ଷେ ଖୁବ୍ ଗୁରୁତ୍ବ ବହନ କରେ। -ଅଫିସ୍ ମିଟିଂକୁ ଯିବା ପୂର୍ବରୁ ମିଟିଂ ଏଜେଣ୍ଡାକୁ ଭଲଭାବେ ପଢ଼ନ୍ତୁ। କେଉଁ ବିଷୟରେ ଆଲୋଚନା ହେବ ଏବଂ ଏଥିରେ ଆପଣଙ୍କ ଭୂମିକା କ’ଣ ରହିବ, ସେକଥା ଜାଣନ୍ତୁ। -ମିଟିଂରେ କୌଣସି ତଥ୍ୟ ପ୍ରଦାନ କରିବାର […]
ଅନେକ ସମୟରେ ଅଫିସ୍ ମିଟିଂ ବିରକ୍ତିକର ଲାଗେ। ହେଲେ ଏହି ବୈଠକକୁ ଯିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ନିହାତି ଜରୁରି। ବୈଠକ ସମୟରେ କିଛି କଥା ଉପରେ ଧ୍ୟାନ ରଖିବା କର୍ମଚାରୀଙ୍କ ପକ୍ଷେ ଖୁବ୍ ଗୁରୁତ୍ବ ବହନ କରେ।
-ଅଫିସ୍ ମିଟିଂକୁ ଯିବା ପୂର୍ବରୁ ମିଟିଂ ଏଜେଣ୍ଡାକୁ ଭଲଭାବେ ପଢ଼ନ୍ତୁ। କେଉଁ ବିଷୟରେ ଆଲୋଚନା ହେବ ଏବଂ ଏଥିରେ ଆପଣଙ୍କ ଭୂମିକା କ’ଣ ରହିବ, ସେକଥା ଜାଣନ୍ତୁ।
-ମିଟିଂରେ କୌଣସି ତଥ୍ୟ ପ୍ରଦାନ କରିବାର ଥିଲେ, ପୂର୍ବରୁ ତାହାକୁ ଏକତ୍ର କରି ରଖନ୍ତୁ।
-ସବୁବେଳେ ମିଟିଂ ଆରମ୍ଭ ହେବାର ୫-୧୦ ମିନିଟ୍ ପୂର୍ବରୁ ପହଞ୍ଚନ୍ତୁ।
-ମିଟିଂରେ ନିଜ ପକ୍ଷ ରଖନ୍ତୁ। ପ୍ରଶ୍ନ କରନ୍ତୁ ଏବଂ ଅନ୍ୟର ବିଚାରରେ ନିଜ ମତ ରଖନ୍ତୁ। ଏହାଦ୍ବାରା ମିଟିଂରେ ରୁଚି ଥିବା ଜଣାଯାଏ।
-ମିଟିଂରେ ଅଧିକ କଥା ନ କହି ଅନ୍ୟମାନଙ୍କ କଥା ଧ୍ୟାନରେ ଶୁଣନ୍ତୁ। ଅନ୍ୟଜଣକ କଥା ଶୁଣିବା ପରେ ହିଁ ସଠିକ ଓ ପ୍ରଭାବୀ ମତ ରଖିପାରିବେ।
-ମିଟିଂରେ ନିଜ ପକ୍ଷ ରଖିବା କୁହାଗଲେ, ନିଜ କଥାକୁ ସିଧାସଳଖ ରଖନ୍ତୁ।
-ମିଟିଂରେ ସିଧା ଓ ଆତ୍ମବିଶ୍ବାସର ସହ ବସନ୍ତୁ। ନତ ମସ୍ତକ ହୋଇ ବସନ୍ତୁ ନାହିଁ।
31 Jul 2025
By The Sakala

⊕ https://www.thesakala.in/special/preparing-for-the-office-meeting/article-41832