ମିଳିଲା ହଜି ଯାଇଥିବା ପେଣ୍ଟିଂ: ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

The Sakala Picture
Published On

ଘରେ ଅନେକ ପୁରୁଣା ଜିନିଷ ପଡ଼ିରହିଥାଏ। ଯାହାକୁ ଆମେ ଅଦରକାରୀ ବୋଲି ଫିଙ୍ଗି ଦେଉ କିମ୍ବା ବିକ୍ରି କରିଦେଉ। ବେଳେବେଳେ ଏପରି ହୋଇଥାଏ କି, ଆମେ ଅଦରକାରୀ, ମୂଲ୍ୟହୀନ ଭାବୁଥିବା ଜିନିଷଟି ବେଶ୍‌ ମୂଲ୍ୟବାନ ହୋଇଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସର ଇପର୍ନେରେ । ସ୍ଥାନୀୟ ଅଞ୍ଚଳର ଏକ ପରିବାରର ଲୋକ ଜାଣିନଥିଲେ ଯେ, ତାଙ୍କ ଘରେ ଥିବା ଏକ ପୁରୁଣା ପେଣ୍ଟିଂର ମୂଲ୍ୟ ୯ ମିଲିୟନ ଡଲାର ଅର୍ଥାତ୍‌ ୬୭ କୋଟି […]

ଘରେ ଅନେକ ପୁରୁଣା ଜିନିଷ ପଡ଼ିରହିଥାଏ। ଯାହାକୁ ଆମେ ଅଦରକାରୀ ବୋଲି ଫିଙ୍ଗି ଦେଉ କିମ୍ବା ବିକ୍ରି କରିଦେଉ। ବେଳେବେଳେ ଏପରି ହୋଇଥାଏ କି, ଆମେ ଅଦରକାରୀ, ମୂଲ୍ୟହୀନ ଭାବୁଥିବା ଜିନିଷଟି ବେଶ୍‌ ମୂଲ୍ୟବାନ ହୋଇଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସର ଇପର୍ନେରେ । ସ୍ଥାନୀୟ ଅଞ୍ଚଳର ଏକ ପରିବାରର ଲୋକ ଜାଣିନଥିଲେ ଯେ, ତାଙ୍କ ଘରେ ଥିବା ଏକ ପୁରୁଣା ପେଣ୍ଟିଂର ମୂଲ୍ୟ ୯ ମିଲିୟନ ଡଲାର ଅର୍ଥାତ୍‌ ୬୭ କୋଟି ଟଙ୍କା। ନିକଟରେ ନିଲାମକର୍ତ୍ତା ଏଣ୍ଟୋନୀ ପେଟିଟଙ୍କୁ ମର୍ନେ ସ୍ଥିତ ଏକ ଆପର୍ଟମେଣ୍ଟରେ ରହୁଥିବା ଏହି ପରିବାରର ସମ୍ପତ୍ତି ଆକଳନ ପାଇଁ ଡକାଯାଇଥିଲା। ସେଠାରେ ସେ ପହଞ୍ଚି କାନ୍ଥରେ ଧୂଳି ଜମି ଯାଇଥିବା ଏକ ପେଣ୍ଟିଂ ଟଙ୍ଗା ଯାଇଥିବାର ଲକ୍ଷ୍ୟ କରିଥିଲେ। ଏହି ପେଣ୍ଟିଂର ମୂଲ୍ୟ ଥିଲା ଫ୍ରେଞ୍ଚ୍‌ ମାଷ୍ଟର ଫ୍ରାଗେନାର୍ଡଙ୍କ ହଜିଯାଇଥିବା ଚିତ୍ର। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ବିଶେଷଜ୍ଞମାନେ ଏହି ପେଣ୍ଟିଂକୁ ଯାଞ୍ଚ କଲାପରେ, ଫ୍ରାଗେନାର୍ଡଙ୍କ ଦ୍ବାରା ଅଙ୍କାଯାଇଥିବା ‘ଏ ଫିଲୋସଫର ରିଡିଙ୍ଗ’ର ପେଣ୍ଟିଂ ବୋଲି ଏହା ଜଣାପଡିଥିଲା। ପେଟିଟ୍ କହିଛନ୍ତି ଯେ, ୨୦୦ ବର୍ଷ ହେବ ଏହି ପରିବାରର ପିଢ଼ି ପରେ ପିଢ଼ି ଉକ୍ତ ପେଣ୍ଟିଂକୁ ନିଜ ପାଖରେ ରଖିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ପରିବାର ସଦସ୍ୟ ଏହି ପେଣ୍ଟିଂର କଳାକାରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ଏବେ ଏହି ପେଣ୍ଟିଂଟି ବିକ୍ରି ହୋଇଯାଇଛି। କ୍ରେତାଙ୍କ ବିଷୟରେ ନିଲାମକାରୀ ସଂସ୍ଥା କିଛି ସୂଚନା ଦେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: କ୍ରିଷ୍ଟିନା କୋଚ୍‌ଙ୍କ ପ୍ରେରଣାଦାୟୀ ବାର୍ତ୍ତା: 'ଯେଉଁ କାମ ଆପଣଙ୍କୁ ଭୟଭୀତ କରେ, ତାହାକୁ ନିଶ୍ଚୟ କରନ୍ତୁ'

03 Jul 2021 By The Sakala

ମିଳିଲା ହଜି ଯାଇଥିବା ପେଣ୍ଟିଂ: ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ଘରେ ଅନେକ ପୁରୁଣା ଜିନିଷ ପଡ଼ିରହିଥାଏ। ଯାହାକୁ ଆମେ ଅଦରକାରୀ ବୋଲି ଫିଙ୍ଗି ଦେଉ କିମ୍ବା ବିକ୍ରି କରିଦେଉ। ବେଳେବେଳେ ଏପରି ହୋଇଥାଏ କି, ଆମେ ଅଦରକାରୀ, ମୂଲ୍ୟହୀନ ଭାବୁଥିବା ଜିନିଷଟି ବେଶ୍‌ ମୂଲ୍ୟବାନ ହୋଇଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସର ଇପର୍ନେରେ । ସ୍ଥାନୀୟ ଅଞ୍ଚଳର ଏକ ପରିବାରର ଲୋକ ଜାଣିନଥିଲେ ଯେ, ତାଙ୍କ ଘରେ ଥିବା ଏକ ପୁରୁଣା ପେଣ୍ଟିଂର ମୂଲ୍ୟ ୯ ମିଲିୟନ ଡଲାର ଅର୍ଥାତ୍‌ ୬୭ କୋଟି ଟଙ୍କା। ନିକଟରେ ନିଲାମକର୍ତ୍ତା ଏଣ୍ଟୋନୀ ପେଟିଟଙ୍କୁ ମର୍ନେ ସ୍ଥିତ ଏକ ଆପର୍ଟମେଣ୍ଟରେ ରହୁଥିବା ଏହି ପରିବାରର ସମ୍ପତ୍ତି ଆକଳନ ପାଇଁ ଡକାଯାଇଥିଲା। ସେଠାରେ ସେ ପହଞ୍ଚି କାନ୍ଥରେ ଧୂଳି ଜମି ଯାଇଥିବା ଏକ ପେଣ୍ଟିଂ ଟଙ୍ଗା ଯାଇଥିବାର ଲକ୍ଷ୍ୟ କରିଥିଲେ। ଏହି ପେଣ୍ଟିଂର ମୂଲ୍ୟ ଥିଲା ଫ୍ରେଞ୍ଚ୍‌ ମାଷ୍ଟର ଫ୍ରାଗେନାର୍ଡଙ୍କ ହଜିଯାଇଥିବା ଚିତ୍ର। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ବିଶେଷଜ୍ଞମାନେ ଏହି ପେଣ୍ଟିଂକୁ ଯାଞ୍ଚ କଲାପରେ, ଫ୍ରାଗେନାର୍ଡଙ୍କ ଦ୍ବାରା ଅଙ୍କାଯାଇଥିବା ‘ଏ ଫିଲୋସଫର ରିଡିଙ୍ଗ’ର ପେଣ୍ଟିଂ ବୋଲି ଏହା ଜଣାପଡିଥିଲା। ପେଟିଟ୍ କହିଛନ୍ତି ଯେ, ୨୦୦ ବର୍ଷ ହେବ ଏହି ପରିବାରର ପିଢ଼ି ପରେ ପିଢ଼ି ଉକ୍ତ ପେଣ୍ଟିଂକୁ ନିଜ ପାଖରେ ରଖିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ପରିବାର ସଦସ୍ୟ ଏହି ପେଣ୍ଟିଂର କଳାକାରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ଏବେ ଏହି ପେଣ୍ଟିଂଟି ବିକ୍ରି ହୋଇଯାଇଛି। କ୍ରେତାଙ୍କ ବିଷୟରେ ନିଲାମକାରୀ ସଂସ୍ଥା କିଛି ସୂଚନା ଦେଇ ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର