ଅନ୍ତର୍ଜାତୀୟ ଶ୍ରମିକ ଦିବସ ପଛରେ ଶ୍ରମିକମାନଙ୍କ ରହିଛି ସଂଘର୍ଷମୟ ଇତିହାସ….

The Sakala Picture
Published On

ଆଜି ମେ’ ୧ ତାରିଖ, ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଶ୍ରମିକ କଥା ପଡ଼ିଲେ ମନକୁ ଆସେ, ଖରା, ବର୍ଷା ଓ ହାଡଭଙ୍ଗା ଶୀତରେ କାମ କରୁଥିବା ମଣିଷଟିଏ । ଆଜି ସେହି ଶ୍ରମିକଙ୍କ ପାଇଁ ଦିନଟିଏ । ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକମାନଙ୍କର […]

ଆଜି ମେ’ ୧ ତାରିଖ, ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଶ୍ରମିକ କଥା ପଡ଼ିଲେ ମନକୁ ଆସେ, ଖରା, ବର୍ଷା ଓ ହାଡଭଙ୍ଗା ଶୀତରେ କାମ କରୁଥିବା ମଣିଷଟିଏ । ଆଜି ସେହି ଶ୍ରମିକଙ୍କ ପାଇଁ ଦିନଟିଏ । ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ। ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକମାନଙ୍କ ସଂଘର୍ଷମୟ ଇତିହାସ ।

ଆହୁରି ପଢ଼ନ୍ତୁ: ସୁରଭି-୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି ଭି.ଏ.ଏମ୍.ଏଲ୍ କୋଇଲା ଖଣି

ଗୋଟିଏ ସମୟ ଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ଶ୍ରମିକମାନଙ୍କର କାମ କରିବାର ସମୟ ସୀମା ନ ଥିଲା କି ସେମାନଙ୍କୁ କାମ ଅନୁଯାୟୀ ପ୍ରାପ୍ୟ ମିଳୁ ନ ଥିଲା। ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାସ୍ତାକୁ ଓହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏଥିସହ କାମ କରିବା ସମୟ ୮ ଘଣ୍ଟା ରଖିବାକୁ ଦାବି କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶ୍ରମିକଙ୍କ ଉପରେ ପୋଲିସ ଅନ୍ଧାଧୂନ ଗୁଳି ମାଡ଼ କରିଥିଲା। ଏହି ଗୁଳି ମାଡ଼ରେ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶହ ଶହ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସରେ ଅନ୍ତରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନ ହୋଇଥିଲା। ଏହି ବୈଠକରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସମ୍ମେଳନରେ ମେ’ ୧କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ତା ପରଠାରୁ ଆମେରିକାରେ ଏହି ନିୟମ ପ୍ରଚଳନ ହୋଇଥିଲା। ସେବେଠାରୁ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଏହି ଦିନ ଶ୍ରମିକମାନଙ୍କୁ ପ୍ରତିବର୍ଷ ଛୁଟି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ୨୦୨୭ରେ ଭାରତର ଦ୍ୱିତୀୟ ସ୍ପେସପୋର୍ଟରୁ ଉତକ୍ଷେପଣ ହେବ ପ୍ରଥମ ରକେଟ୍‌: ଇସ୍ରୋର ବଡ଼ ଘୋଷଣା

ପରେ, ଆମେରିକାର ଶ୍ରମିକମାନଙ୍କ ପରି, ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହେଲା । ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ଫଳରେ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ଆମ ଦେଶରେ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp