ଜନଜାତି କଳା ନିଶାରେ ଗୃହିଣୀ; ବିନା ପ୍ରଶିକ୍ଷଣରେ ଆଙ୍କୁଛନ୍ତି ଆକର୍ଷଣୀୟ କଳାକୃତି

The Sakala Picture
Published On

ଭୁବନେଶ୍ୱର: କଳାକାର ପାଇଁ କଳା ପ୍ରଦର୍ଶନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ପଡ଼ି ନ ଥାଏ। ପ୍ରତ୍ୟେକ ସ୍ଥାନରେ ସେ ନିଜ ଅନ୍ତର୍ନିହିତ କଳାକୁ ପ୍ରତିପାଦିତ କରିବାକୁ ପ୍ରୟାସ କରେ । ନିରୋଳା ସ୍ଥାନରୁ ବି ଶିଳ୍ପୀ ଟିଏ ତା’ର ସୃଜନର ସୃଷ୍ଟି କରିପାରେ। କେବଳ ଯେ ଦକ୍ଷ ପ୍ରଶିକ୍ଷକଙ୍କ ଠାରୁ ପ୍ରଶିକ୍ଷଣ ନେଇ ଉତ୍ତମ ଶିଳ୍ପୀ କିମ୍ବା କଳାକାରଙ୍କ ସୃଷ୍ଟି ହୋଇଥାଏ, ତାହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ସୁନ୍ଦରପଦା ଅଞ୍ଚଳ ଯେଗେଶ୍ଵର ପାଟଣାର ନର୍ମଦା […]

ଭୁବନେଶ୍ୱର: କଳାକାର ପାଇଁ କଳା ପ୍ରଦର୍ଶନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ପଡ଼ି ନ ଥାଏ। ପ୍ରତ୍ୟେକ ସ୍ଥାନରେ ସେ ନିଜ ଅନ୍ତର୍ନିହିତ କଳାକୁ ପ୍ରତିପାଦିତ କରିବାକୁ ପ୍ରୟାସ କରେ । ନିରୋଳା ସ୍ଥାନରୁ ବି ଶିଳ୍ପୀ ଟିଏ ତା’ର ସୃଜନର ସୃଷ୍ଟି କରିପାରେ। କେବଳ ଯେ ଦକ୍ଷ ପ୍ରଶିକ୍ଷକଙ୍କ ଠାରୁ ପ୍ରଶିକ୍ଷଣ ନେଇ ଉତ୍ତମ ଶିଳ୍ପୀ କିମ୍ବା କଳାକାରଙ୍କ ସୃଷ୍ଟି ହୋଇଥାଏ, ତାହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ସୁନ୍ଦରପଦା ଅଞ୍ଚଳ ଯେଗେଶ୍ଵର ପାଟଣାର ନର୍ମଦା ବଳ। ଜଣେ ଗୃହିଣୀ ହୋଇ ମଧ୍ୟ ଜନଜାତି କଳାକୃତି ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ। ରୋଷେଇ ଘର ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ସମୟରେ ବି ସେ ରଙ୍ଗତୂଳୀକୁ ନିଜ ପାଖରୁ ଦୂରେଇ ପାରିନାହାନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ପିଲାଦିନରୁ ନର୍ମଦାଙ୍କର କଳାପ୍ରତି ଆଗ୍ରହ ରହିଥିଲା। ପୂର୍ବରୁ ପଟ୍ଟଚିତ୍ର କରୁଥିବାବେଳେ ର ଧୀରେ ଧୀରେ ଜନଜାତି କଳାକୃତି ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । କେବଳ ଜନଜାତି ମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ନୁହେଁ ବରଂ ସେସବୁକୁ ଚିତ୍ର ମଧ୍ୟରେ କାନ୍‌ଭାସ ହେଉ ଅବା କପଡ଼ାରେ ସାଇତି ରଖିବାକୁ ପ୍ରୟାସ କରିଥିଲେ। ବିନା ପ୍ରଶିକ୍ଷଣରେ ସେ ଜନଜାତି ଚିତ୍ରକଳା ଆଙ୍କିବା ଆରମ୍ଭ କରିଥିଲେ। ବିଭିନ୍ନ ଆର୍ଟକୁ ଦେଖି ସେଥିରୁ ନୂଆ ଜିନିଷ ବାହାର କରି କିଛି ଭିନ୍ନ କରିବା ତାଙ୍କର ନିଶା ପାଲଟିଗଲା। ଆଜକୁ ପ୍ରାୟ ୧୦ ବର୍ଷ ହେବ ଜନଜାତି ଚିତ୍ର ଆଙ୍କୁଛନ୍ତି ନର୍ମଦା। ଜନଜାତିମାନଙ୍କ ବେଶଭୁଷା, ଖାଦ୍ୟ, ଘର, ବ୍ୟବହାରିକ ସାମଗ୍ରୀ ଆଦିକୁ ନେଇ ସେ ବିଭିନ୍ନ ଚିତ୍ର ଆଙ୍କିଛନ୍ତି। ଯାହା ଜନଜାତି ସଂଗ୍ରହାଳୟ ଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍ ଅଫିସ କାନ୍ଥରେ ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଛୋଟ ବଡ଼ ବିଭିନ୍ନ ଆକୃତିର ଏହି ଚିତ୍ରକଳା ଆଙ୍କିବାକୁ କୌଣସି ନିର୍ଦ୍ଦିଷ୍ଟ ସମୟ ନେଇ ନ ଥାନ୍ତି ନର୍ମଦା। ଗୋଟିଏ ଦିନରେ ଛୋଟ ଆକୃତି(୮-୧୦) ଇଞ୍ଚର ୩ରୁ ୪ଟି କପଡ଼ାରେ ଚିତ୍ର କରନ୍ତି। ସେହିପରି ବଡ଼ କପଡ଼ାରେ (୧୮-୩୦ ଇଞ୍ଚ) ତିଆରି ପାଇଁ ୨ରୁ ୩ଦିନ ସମୟ ନେଇଥାନ୍ତି। ପରିବାର ଜଞ୍ଜାଳ ଭିତରେ ବି ସେ ନିଜ ନିଶାକୁ ଛାଡ଼ିପାରି ନାହାନ୍ତି। ଅଧିକାଂଶ ସମୟରେ ରୋଷେଇ ଘରେ ରଙ୍ଗତୂଳୀ ତାଙ୍କ ସାଥିରେ ଦେଖିବାକୁ ମିଳେ | ତାଙ୍କ ଦ୍ବାରା ପ୍ରସ୍ତୁତି ବିଭିନ୍ନ କଳାକୃତି ଆଦିବାସୀ ମେଳା ଠାରୁ ଆରମ୍ଭ କରି ତୋଷାଳି ପର୍ଯ୍ୟନ୍ତ ସବୁଠି ଆଦୃତି ଲାଭ କରିଛି। ନର୍ମଦାକୁ ପଡ଼ା, ରଙ୍ଗ ଏବଂ ତୁଳା ଯୋଗାଇ ଦିଆଯାଇଛି । ଏଥିପାଇଁ ତାଙ୍କୁ ବର୍ଗଫୁଟ ହିସାବରେ ପାରିଶ୍ରମିକ ମିଳୁଥିବା ସେ କହିଛନ୍ତି। କେବଳ ରାଜଧାନୀ କିମ୍ବା ଓଡ଼ିଶା ନୁହେଁ ବରଂ ଅନ୍ୟ ରାଜ୍ୟକୁ ମଧ୍ୟ ତାଙ୍କ କଳାକୃତି ରପ୍ତାନି କରାଯାଉଛି । ଏନେଇ ନର୍ମଦା କହିଛନ୍ତି ଯେ, ବିବାହ ପୂର୍ବରୁ ଯେଉଁଭଳି ଜନଜାତି ଆର୍ଟ କରୁଥିଲି ବିବାହ ପରେ ମଧ୍ୟ କରୁଛି ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

27 Sep 2021 By The Sakala

ଜନଜାତି କଳା ନିଶାରେ ଗୃହିଣୀ; ବିନା ପ୍ରଶିକ୍ଷଣରେ ଆଙ୍କୁଛନ୍ତି ଆକର୍ଷଣୀୟ କଳାକୃତି

ଭୁବନେଶ୍ୱର: କଳାକାର ପାଇଁ କଳା ପ୍ରଦର୍ଶନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ପଡ଼ି ନ ଥାଏ। ପ୍ରତ୍ୟେକ ସ୍ଥାନରେ ସେ ନିଜ ଅନ୍ତର୍ନିହିତ କଳାକୁ ପ୍ରତିପାଦିତ କରିବାକୁ ପ୍ରୟାସ କରେ । ନିରୋଳା ସ୍ଥାନରୁ ବି ଶିଳ୍ପୀ ଟିଏ ତା’ର ସୃଜନର ସୃଷ୍ଟି କରିପାରେ। କେବଳ ଯେ ଦକ୍ଷ ପ୍ରଶିକ୍ଷକଙ୍କ ଠାରୁ ପ୍ରଶିକ୍ଷଣ ନେଇ ଉତ୍ତମ ଶିଳ୍ପୀ କିମ୍ବା କଳାକାରଙ୍କ ସୃଷ୍ଟି ହୋଇଥାଏ, ତାହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ସୁନ୍ଦରପଦା ଅଞ୍ଚଳ ଯେଗେଶ୍ଵର ପାଟଣାର ନର୍ମଦା ବଳ। ଜଣେ ଗୃହିଣୀ ହୋଇ ମଧ୍ୟ ଜନଜାତି କଳାକୃତି ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ। ରୋଷେଇ ଘର ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ସମୟରେ ବି ସେ ରଙ୍ଗତୂଳୀକୁ ନିଜ ପାଖରୁ ଦୂରେଇ ପାରିନାହାନ୍ତି।

ପିଲାଦିନରୁ ନର୍ମଦାଙ୍କର କଳାପ୍ରତି ଆଗ୍ରହ ରହିଥିଲା। ପୂର୍ବରୁ ପଟ୍ଟଚିତ୍ର କରୁଥିବାବେଳେ ର ଧୀରେ ଧୀରେ ଜନଜାତି କଳାକୃତି ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । କେବଳ ଜନଜାତି ମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ନୁହେଁ ବରଂ ସେସବୁକୁ ଚିତ୍ର ମଧ୍ୟରେ କାନ୍‌ଭାସ ହେଉ ଅବା କପଡ଼ାରେ ସାଇତି ରଖିବାକୁ ପ୍ରୟାସ କରିଥିଲେ। ବିନା ପ୍ରଶିକ୍ଷଣରେ ସେ ଜନଜାତି ଚିତ୍ରକଳା ଆଙ୍କିବା ଆରମ୍ଭ କରିଥିଲେ। ବିଭିନ୍ନ ଆର୍ଟକୁ ଦେଖି ସେଥିରୁ ନୂଆ ଜିନିଷ ବାହାର କରି କିଛି ଭିନ୍ନ କରିବା ତାଙ୍କର ନିଶା ପାଲଟିଗଲା। ଆଜକୁ ପ୍ରାୟ ୧୦ ବର୍ଷ ହେବ ଜନଜାତି ଚିତ୍ର ଆଙ୍କୁଛନ୍ତି ନର୍ମଦା। ଜନଜାତିମାନଙ୍କ ବେଶଭୁଷା, ଖାଦ୍ୟ, ଘର, ବ୍ୟବହାରିକ ସାମଗ୍ରୀ ଆଦିକୁ ନେଇ ସେ ବିଭିନ୍ନ ଚିତ୍ର ଆଙ୍କିଛନ୍ତି। ଯାହା ଜନଜାତି ସଂଗ୍ରହାଳୟ ଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍ ଅଫିସ କାନ୍ଥରେ ସ୍ଥାନ ପାଇଛି।

ଛୋଟ ବଡ଼ ବିଭିନ୍ନ ଆକୃତିର ଏହି ଚିତ୍ରକଳା ଆଙ୍କିବାକୁ କୌଣସି ନିର୍ଦ୍ଦିଷ୍ଟ ସମୟ ନେଇ ନ ଥାନ୍ତି ନର୍ମଦା। ଗୋଟିଏ ଦିନରେ ଛୋଟ ଆକୃତି(୮-୧୦) ଇଞ୍ଚର ୩ରୁ ୪ଟି କପଡ଼ାରେ ଚିତ୍ର କରନ୍ତି। ସେହିପରି ବଡ଼ କପଡ଼ାରେ (୧୮-୩୦ ଇଞ୍ଚ) ତିଆରି ପାଇଁ ୨ରୁ ୩ଦିନ ସମୟ ନେଇଥାନ୍ତି। ପରିବାର ଜଞ୍ଜାଳ ଭିତରେ ବି ସେ ନିଜ ନିଶାକୁ ଛାଡ଼ିପାରି ନାହାନ୍ତି। ଅଧିକାଂଶ ସମୟରେ ରୋଷେଇ ଘରେ ରଙ୍ଗତୂଳୀ ତାଙ୍କ ସାଥିରେ ଦେଖିବାକୁ ମିଳେ | ତାଙ୍କ ଦ୍ବାରା ପ୍ରସ୍ତୁତି ବିଭିନ୍ନ କଳାକୃତି ଆଦିବାସୀ ମେଳା ଠାରୁ ଆରମ୍ଭ କରି ତୋଷାଳି ପର୍ଯ୍ୟନ୍ତ ସବୁଠି ଆଦୃତି ଲାଭ କରିଛି। ନର୍ମଦାକୁ ପଡ଼ା, ରଙ୍ଗ ଏବଂ ତୁଳା ଯୋଗାଇ ଦିଆଯାଇଛି । ଏଥିପାଇଁ ତାଙ୍କୁ ବର୍ଗଫୁଟ ହିସାବରେ ପାରିଶ୍ରମିକ ମିଳୁଥିବା ସେ କହିଛନ୍ତି। କେବଳ ରାଜଧାନୀ କିମ୍ବା ଓଡ଼ିଶା ନୁହେଁ ବରଂ ଅନ୍ୟ ରାଜ୍ୟକୁ ମଧ୍ୟ ତାଙ୍କ କଳାକୃତି ରପ୍ତାନି କରାଯାଉଛି । ଏନେଇ ନର୍ମଦା କହିଛନ୍ତି ଯେ, ବିବାହ ପୂର୍ବରୁ ଯେଉଁଭଳି ଜନଜାତି ଆର୍ଟ କରୁଥିଲି ବିବାହ ପରେ ମଧ୍ୟ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର