ଜାଣନ୍ତୁ ବିଶ୍ବର କେଉଁଠାରେ ଅଛି ନର୍କ ମନ୍ଦିର…..

The Sakala Picture
Published On

ମନ୍ଦିରକୁ ଲୋକେ ଭଗବାନଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ମନ୍ଦିରରେ ଲୋକେ ମନୋକାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିବା ସହ କ୍ଷମା ଯାଚନ, ଦାନ, ଧର୍ମ ଆଦି କରିଥାନ୍ତି। ମନ୍ଦିର ଏପରି ଏକ ସ୍ଥାନ, ଯେଉଁଠାକୁ ଗଲେ ଶାନ୍ତି ମଧ୍ୟ ମିଳିଥାଏ । ତେବେ  ଥାଇଲ୍ୟାଣ୍ଡରେ ଏପରି ଏକ ମନ୍ଦିର ଅଛି, ଯାହା ‘ନର୍କ ମନ୍ଦିର’ ଭାବେ ଖ୍ୟାତ। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ଥିବା ଏହି ମନ୍ଦିରଟି ବିଶ୍ବର ଏକମାତ୍ର ‘ନର୍କ ମନ୍ଦିର’ । ଏହା ବ୍ୟାଙ୍କକଠାରୁ ପ୍ରାୟ […]

ମନ୍ଦିରକୁ ଲୋକେ ଭଗବାନଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ମନ୍ଦିରରେ ଲୋକେ ମନୋକାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିବା ସହ କ୍ଷମା ଯାଚନ, ଦାନ, ଧର୍ମ ଆଦି କରିଥାନ୍ତି। ମନ୍ଦିର ଏପରି ଏକ ସ୍ଥାନ, ଯେଉଁଠାକୁ ଗଲେ ଶାନ୍ତି ମଧ୍ୟ ମିଳିଥାଏ । ତେବେ  ଥାଇଲ୍ୟାଣ୍ଡରେ ଏପରି ଏକ ମନ୍ଦିର ଅଛି, ଯାହା ‘ନର୍କ ମନ୍ଦିର’ ଭାବେ ଖ୍ୟାତ। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ଥିବା ଏହି ମନ୍ଦିରଟି ବିଶ୍ବର ଏକମାତ୍ର ‘ନର୍କ ମନ୍ଦିର’ । ଏହା ବ୍ୟାଙ୍କକଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଟିଆଙ୍ଗ ମାଇ ସହରରେ ଅବସ୍ଥିତ । ଏହି ମନ୍ଦିରରେ ବୌଦ୍ଧ ଭିକ୍ଷୁ ‘ପ୍ରା କ୍ରୁ ବିଶାନ୍‌ଜାଲିକନ୍’ ଦ୍ବାରା ନିର୍ମିତ ହୋଇଥିଲା। ଏହା ମାଧ୍ୟମରେ ସେ ଲୋକମାନଙ୍କୁ ସଚେତନ କରାଇବାକୁ ଚାହୁଁଥିଲେ ଯେ, ଖରାପ କାର୍ଯ୍ୟ କରୁଥିବା ଲୋକଙ୍କ ସହିତ ସବୁବେଳେ ଖରାପ ହିଁ ହୋଇଥାଏ। ଏହି ମନ୍ଦିରରେ ମୂର୍ତ୍ତିଗୁଡ଼ିକୁ ଦେଖିବା ପରେ ଏପରି ଲାଗିବ ଯେ, ଯେପରି ପ୍ରକୃତରେ ନର୍କରେ ନିର୍ଯାତନା ଦିଆଯାଉଛି। ସ୍ଥାନୀୟ ଲୋକମାନେ ମଧ୍ୟ ବିଶ୍ଵାସ କରନ୍ତି ଯେ, ଥରେ ଏହି ନର୍କ ମନ୍ଦିର ପରିଦର୍ଶନ କଲେ ପାପର ପ୍ରାୟଶ୍ଚିତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp