କନ୍ୟାର ପାଦ ଛୁଇଁ ଆଶୀର୍ବାଦ ନେଲେ ବର
ସୋସିଆଲ୍ ମିଡିଆରେ ସେୟାର୍ ହେଉଥିବା ବିବାହ ଭିଡିଓଗୁଡ଼ିକ ଲୋକମାନେ ବେଶ୍ ପସନ୍ଦ କରନ୍ତି। ଏହି ଧାରାରେ ଆଉ ଏକ ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଏକ ନିବ ବିବାହିତ ଦମ୍ପତିଙ୍କ ନିଆରା କାର୍ଯ୍ୟକଳାପ। ସାଧାରଣତଃ ବିବାହ ଶେଷରେ ଝିଅ ପୁଅଟିର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି। କିନ୍ତୁ ଭାଇରାଲ୍ ଭିଡିଓରେ ଏହାର ବିପରୀତ ଧାରା ଦେଖିବାକୁ ମିଳିଛି। View this post on Instagram A post shared by […]
ସୋସିଆଲ୍ ମିଡିଆରେ ସେୟାର୍ ହେଉଥିବା ବିବାହ ଭିଡିଓଗୁଡ଼ିକ ଲୋକମାନେ ବେଶ୍ ପସନ୍ଦ କରନ୍ତି। ଏହି ଧାରାରେ ଆଉ ଏକ ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଏକ ନିବ ବିବାହିତ ଦମ୍ପତିଙ୍କ ନିଆରା କାର୍ଯ୍ୟକଳାପ। ସାଧାରଣତଃ ବିବାହ ଶେଷରେ ଝିଅ ପୁଅଟିର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତି। କିନ୍ତୁ ଭାଇରାଲ୍ ଭିଡିଓରେ ଏହାର ବିପରୀତ ଧାରା ଦେଖିବାକୁ ମିଳିଛି।
ବିବାହ ଶେଷରେ ବରଜଣକ କନ୍ୟାଟିର ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ଏହି ମଜାଦାର ଭିଡିଓଟି ‘ମିଷ୍ଟର ରବିନ୍ ହୁଡ୍’ ନାମକ ପେଜ୍ରୁ ସେୟାର କରାଯାଇଛି। ବର ଓ କନ୍ୟା ଏକ ମନ୍ଦିରରେ ଠିଆ ହୋଇଥିଲେ ଏବଂ ବରଣମାଳା ପକାଇ ସାରିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ କନ୍ୟାଟି ବରର ପାଦଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ ଦର ମଧ୍ଯ ମଜାଦାର୍ ଢଙ୍ଗରେ କନ୍ୟାର ପାଦଛୁଇଁବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ କନ୍ୟା ସ୍ମିତହାସ୍ୟ ଦେଇ ପଛକୁ ଘୁଞ୍ଚିଗଲେ। ଏହି ଭିଡିଓକୁ ୩୫ ମିଲିୟନରୁ ଅଧିକ ଥର ଦେଖାସରିଲାଣି।






