ପୃଥିବୀ ଦିବସ: ଧରିତ୍ରୀ ମା’ ପାଇଁ ଦିନଟିଏ

The Sakala Picture
Published On

ଆମ ସୌରଜଗତରେ ପୃଥିବୀ ହିଁ ଏକମାତ୍ର ସ୍ଥାନ, ଯେଉଁଠି ଜୀବନ ସମ୍ଭବ ହୋଇଛି । ପଶୁପକ୍ଷୀଙ୍କ ସହ ବୋଧହୁଏ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷକୁ ନେଇ ଆମ ଧରା ଚଳଚଞ୍ଚଳ। ଆମ ସଭିଁଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ। ତେଣୁ କୁହାଯାଏ “ସ୍ବର୍ଗାଦପୀ ଗରୀୟସୀ ଜନନୀ ମା’ ଧରିତ୍ରୀ”। ମଣିଷ ନିଜର ବୁଦ୍ଧି ଦ୍ବାରା ଆରାମରେ ବଞ୍ଚିବା ପାଇଁ ବିଜ୍ଞାନ ଓ ବୁଦ୍ଧି ଦ୍ବାରା ଧରିତ୍ରୀ ମାତାର ସୌନ୍ଦର୍ଯ୍ୟ ଓ କଳେବରକୁ ନଷ୍ଟ କରିଚାଲିଛି। ପ୍ରତିଟି […]

ଆମ ସୌରଜଗତରେ ପୃଥିବୀ ହିଁ ଏକମାତ୍ର ସ୍ଥାନ, ଯେଉଁଠି ଜୀବନ ସମ୍ଭବ ହୋଇଛି । ପଶୁପକ୍ଷୀଙ୍କ ସହ ବୋଧହୁଏ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷକୁ ନେଇ ଆମ ଧରା ଚଳଚଞ୍ଚଳ। ଆମ ସଭିଁଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ। ତେଣୁ କୁହାଯାଏ “ସ୍ବର୍ଗାଦପୀ ଗରୀୟସୀ ଜନନୀ ମା’ ଧରିତ୍ରୀ”। ମଣିଷ ନିଜର ବୁଦ୍ଧି ଦ୍ବାରା ଆରାମରେ ବଞ୍ଚିବା ପାଇଁ ବିଜ୍ଞାନ ଓ ବୁଦ୍ଧି ଦ୍ବାରା ଧରିତ୍ରୀ ମାତାର ସୌନ୍ଦର୍ଯ୍ୟ ଓ କଳେବରକୁ ନଷ୍ଟ କରିଚାଲିଛି। ପ୍ରତିଟି ମୁହୂର୍ତ୍ତରେ ପ୍ରକୃତି ଉପରେ ପରୀକ୍ଷାନିରୀକ୍ଷା ଚଳାଇଛି । ପ୍ଳାଷ୍ଟିକ୍ ଠାରୁ ଆରମ୍ଭ କରି ବିଷାକ୍ତ ଧୂଆଁରେ ଧରିତ୍ରୀ ମାତାକୁ ଆକ୍ତାମାକ୍ତା କରିପକାଇଲାଣି ମଣିଷ । ସହରୀକରଣ ନିଶାରେ ଜଙ୍ଗଲ ଏବେ ପାଲଟିଛି କଂକ୍ରିଟ୍‌ ଆସ୍ତରଣ। ତା’ର ପରିଣାମ ବି ଭୋଗୁଛି ।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

ତଥାପି ହେଜିବାକୁ ନାରାଜ। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ଠିକ୍ ସମୟରେ ଋତୁ ଆସୁନି । ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି, କରାଳ ରୂପ ନେଇ ଆସୁଛି। ଫଳରେ କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ଆମ ବସୁନ୍ଧରା। ବୈଶାଖ ମାସ ଆରମ୍ଭ ନ ହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ। ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ। ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବା ତଥା ଧରଣୀ ମାତାକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଏ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା। ନେଲସନ୍‌ଙ୍କ ଆହ୍ବାନରେ ତା’ ପରବର୍ଷ ୧୯୭୦ ମସିହା ଏପ୍ରିଲ୍ ୨୨ରେ ଦେଶରେ ‘ପୃଥିବୀ ଦିବସ’ ପାଳନ କରାଯାଇଥିବାବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଏହା ଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ବର୍ତ୍ତମାନ ବିଶ୍ୱର ୧୯୨ରୁ ଅଧିକ ଦେଶରେ ‘ପୃଥିବୀ ଦିବସ’ ପାଳିତ ହେଉଛି। ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅବିଚାରିତ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ଏହାର ପ୍ରତିକାର ପାଇଁ ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ନିଜ କର୍ତ୍ତବ୍ୟକୁ ମନେ ପକାଇବା ପାଇଁ ଏହି ଦିନଟି। ନିଜେ ବଞ୍ଚିବା ସହ ପୃଥିବୀରେ ବାସ କରୁଥିବା ଅନ୍ୟ ଜୀବମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ପଲିଥିନର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍‌ କରିବା ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ।

22 Apr 2024 By The Sakala

ପୃଥିବୀ ଦିବସ: ଧରିତ୍ରୀ ମା’ ପାଇଁ ଦିନଟିଏ

ଆମ ସୌରଜଗତରେ ପୃଥିବୀ ହିଁ ଏକମାତ୍ର ସ୍ଥାନ, ଯେଉଁଠି ଜୀବନ ସମ୍ଭବ ହୋଇଛି । ପଶୁପକ୍ଷୀଙ୍କ ସହ ବୋଧହୁଏ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷକୁ ନେଇ ଆମ ଧରା ଚଳଚଞ୍ଚଳ। ଆମ ସଭିଁଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ। ତେଣୁ କୁହାଯାଏ “ସ୍ବର୍ଗାଦପୀ ଗରୀୟସୀ ଜନନୀ ମା’ ଧରିତ୍ରୀ”। ମଣିଷ ନିଜର ବୁଦ୍ଧି ଦ୍ବାରା ଆରାମରେ ବଞ୍ଚିବା ପାଇଁ ବିଜ୍ଞାନ ଓ ବୁଦ୍ଧି ଦ୍ବାରା ଧରିତ୍ରୀ ମାତାର ସୌନ୍ଦର୍ଯ୍ୟ ଓ କଳେବରକୁ ନଷ୍ଟ କରିଚାଲିଛି। ପ୍ରତିଟି ମୁହୂର୍ତ୍ତରେ ପ୍ରକୃତି ଉପରେ ପରୀକ୍ଷାନିରୀକ୍ଷା ଚଳାଇଛି । ପ୍ଳାଷ୍ଟିକ୍ ଠାରୁ ଆରମ୍ଭ କରି ବିଷାକ୍ତ ଧୂଆଁରେ ଧରିତ୍ରୀ ମାତାକୁ ଆକ୍ତାମାକ୍ତା କରିପକାଇଲାଣି ମଣିଷ । ସହରୀକରଣ ନିଶାରେ ଜଙ୍ଗଲ ଏବେ ପାଲଟିଛି କଂକ୍ରିଟ୍‌ ଆସ୍ତରଣ। ତା’ର ପରିଣାମ ବି ଭୋଗୁଛି ।

ତଥାପି ହେଜିବାକୁ ନାରାଜ। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ଠିକ୍ ସମୟରେ ଋତୁ ଆସୁନି । ଠିକ୍ ସମୟରେ ବର୍ଷା ହେଉନି, ଆଉ ଯେତେବେଳେ ବି ହେଉଛି, କରାଳ ରୂପ ନେଇ ଆସୁଛି। ଫଳରେ କେତେବେଳେ ମରୁଡ଼ି ତ କେତେବେଳେ ବନ୍ୟା ଭିତରେ ଛଟପଟ ହେଉଛି ଆମ ବସୁନ୍ଧରା। ବୈଶାଖ ମାସ ଆରମ୍ଭ ନ ହେଉଣୁ ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଉଛନ୍ତି ଜୀବମଣ୍ଡଳ। ପ୍ରକୃତି ଯେମିତି ନିଜର ଅସ୍ତିତ୍ୱ ହରାଉଛି। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଜଳବାୟୁ ସଙ୍କଟ। ଏବାବଦରେ ବିଶ୍ୱବାସୀଙ୍କୁ ସଚେତନ କରିବା ତଥା ଧରଣୀ ମାତାକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଏ।

ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା। ନେଲସନ୍‌ଙ୍କ ଆହ୍ବାନରେ ତା’ ପରବର୍ଷ ୧୯୭୦ ମସିହା ଏପ୍ରିଲ୍ ୨୨ରେ ଦେଶରେ ‘ପୃଥିବୀ ଦିବସ’ ପାଳନ କରାଯାଇଥିବାବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଏହା ଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା।

ବର୍ତ୍ତମାନ ବିଶ୍ୱର ୧୯୨ରୁ ଅଧିକ ଦେଶରେ ‘ପୃଥିବୀ ଦିବସ’ ପାଳିତ ହେଉଛି। ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅବିଚାରିତ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ଏହାର ପ୍ରତିକାର ପାଇଁ ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ନିଜ କର୍ତ୍ତବ୍ୟକୁ ମନେ ପକାଇବା ପାଇଁ ଏହି ଦିନଟି। ନିଜେ ବଞ୍ଚିବା ସହ ପୃଥିବୀରେ ବାସ କରୁଥିବା ଅନ୍ୟ ଜୀବମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ପଲିଥିନର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍‌ କରିବା ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର