ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆଜି ବିଶ୍ବ ଚକଲେଟ୍‌ ଦିବସ

The Sakala Picture
Published On

ଚକଲେଟ୍‌ କାହାକୁ ପସନ୍ଦ ନୁହେଁ। ପିଲାଠୁ ବୁଢା ସମସ୍ତଙ୍କର ଅତିପ୍ରିୟ ‘ଚକଲେଟ୍‌’। ଶସ୍ତାରୁ ମହଙ୍ଗା ସବୁ ପ୍ରକାରର ଚକଲେଟ୍‌ ବଜାରରେ ଉପଲବ୍ଧ। ମଣିଷକୁ ମିଠାର ସ୍ବାଦ ଚଖାଇଥିବା ଚକଲେଟ୍‌ ପାଇଁ ଦିନଟିଏ ସମର୍ପିତ କରାଯାଇଛି। ପ୍ରତିବର୍ଷ ଜୁଲାଇ ୭ ତାରିଖକୁ ବିଶ୍ବ ଚକଲେଟ୍‌ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଚକଲେଟ୍‌ ପ୍ରେମୀମାନେ ପରସ୍ପରକୁ ଚକଲେଟ୍‌ ଦେଇଥାନ୍ତି। ୧୫୫୦ରେ ୟୁରୋପରେ ପ୍ରଥମଥର ପାଇଁ ଚକଲେଟ୍‌କୁ ପରିଚିତ କରାଯାଇଥିଲା। ମାତ୍ର ଏହି ଦିବସ ପାଳନର ପରମ୍ପରା ୨୦୦୯ରୁ […]

ଚକଲେଟ୍‌ କାହାକୁ ପସନ୍ଦ ନୁହେଁ। ପିଲାଠୁ ବୁଢା ସମସ୍ତଙ୍କର ଅତିପ୍ରିୟ ‘ଚକଲେଟ୍‌’। ଶସ୍ତାରୁ ମହଙ୍ଗା ସବୁ ପ୍ରକାରର ଚକଲେଟ୍‌ ବଜାରରେ ଉପଲବ୍ଧ। ମଣିଷକୁ ମିଠାର ସ୍ବାଦ ଚଖାଇଥିବା ଚକଲେଟ୍‌ ପାଇଁ ଦିନଟିଏ ସମର୍ପିତ କରାଯାଇଛି। ପ୍ରତିବର୍ଷ ଜୁଲାଇ ୭ ତାରିଖକୁ ବିଶ୍ବ ଚକଲେଟ୍‌ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଚକଲେଟ୍‌ ପ୍ରେମୀମାନେ ପରସ୍ପରକୁ ଚକଲେଟ୍‌ ଦେଇଥାନ୍ତି। ୧୫୫୦ରେ ୟୁରୋପରେ ପ୍ରଥମଥର ପାଇଁ ଚକଲେଟ୍‌କୁ ପରିଚିତ କରାଯାଇଥିଲା। ମାତ୍ର ଏହି ଦିବସ ପାଳନର ପରମ୍ପରା ୨୦୦୯ରୁ ଆରମ୍ଭ ହୋଇଛି। କୁହାଯାଏ, ଚକଲେଟ୍‌ର ପ୍ରାରମ୍ଭ ଚାରି ହଜାର ବର୍ଷ ତଳେ ହୋଇଥିଲା।

ଆହୁରି ପଢ଼ନ୍ତୁ: ମାସିକ ୫,୦୦୦ ଟଙ୍କା ଦରମାରୁ ୪୮ କୋଟି ଟଙ୍କାର ବ୍ୟବସାୟ: ଜାଣନ୍ତୁ ନୟନା ବୈଦ୍ୟଙ୍କ ସଫଳତାର କାହାଣୀ

ଚକଲେଟ୍‌ର ବ୍ୟବହାର ପ୍ରଥମେ ଆମେରିକା ଓ ମେକ୍ସିକୋବାସୀ ଆରମ୍ଭ କରିଥିଲେ। ୧୫୨୮ରେ ସ୍ପେନ ରାଜା ମେକ୍ସିକୋକୁ ଦଖଲ କଲେ ଏବଂ ତାଙ୍କୁ ଏଠାକାର କୋକୋ ଭଲ ଲାଗିଲା। ଏହା ପରେ ସେ କୋକୋ ମଞ୍ଜିକୁ ସ୍ପେନ ନେଇ ସେଠାରେ ଚକଲେଟ୍‌କୁ ପରିଚିତ କରାଇଲେ। ତେେବ ପ୍ରଥମେ ଚକଲେଟ୍‌ର ସ୍ବାଦ ମିଠା ନୁହେଁ, ବରଂ ଥିଲା ରାଗ। ଏହାର ସ୍ବାଦରେ ପରିବର୍ତ୍ତନ ଆଣିବା ପାଇଁ ମହୁ, ଭାନିଲା ବ୍ୟତୀତ ଅନ୍ୟାନ୍ୟ ଜିନିଷ ସେଥିରେ ଉପଯୋଗ କରାଯାଇ କୋଲ୍ଡ କଫି ତିଆରି କରାଗଲା। ତା’ପରେ ଜଣେ ଡାକ୍ତର ଏହାକୁ ପାନୀୟରୁ ଚକଲେଟ୍‌ରେ ପରିଣତ କଲେ। ଯାହାକୁ କୁହାଗଲା ‘ କ୍ୟାଡ୍‌ବରି ମିଲ୍କ ଚକଲେଟ୍‌’ । ୧୮୨୮ରେ ଡଚ୍ କେମିଷ୍ଟ୍‌ କନରାଡ ଜୋହାନ୍ସ ଭ୍ୟାନ୍‌ ହୁଟନ୍‌ ‘କୋକୋ ପ୍ରେସ୍‌’ ନାଁରେ ଏକ ମେସିନ୍ ବିକଶିତ କଲେ।

ଏହି ମେସିନ ଚକଲେଟ୍‌ର ରାଗ ସ୍ବାଦକୁ ଦୂର କଲା। ଏହା ପରେ ୧୮୪୮ରେ ଇଂଲଣ୍ଡର ଚକଲେଟ୍‌ କମ୍ପାନି ‘ଏ ବ୍ରିଷ୍ଟଲ୍‌’ ପ୍ରଥମଥର ପାଇଁ କୋକୋେର ବଟର, କ୍ଷୀର ଓ ଚିନି ମିଶାଇ ଏହାକୁ ଚକଲେଟ୍‌ର ରୂପ ଦେଲା। ଆଜିକାଲି ଡାର୍କ ଚକଲେଟ୍‌, ହ୍ବାଇଟ୍ ଚକଲେଟ୍‌ ଆଦି ବିଭିନ୍ନ ପ୍ରକାରର ଚକଲେଟ୍ ବଜାରରେ ଉପଲବ୍ଧ। ଅନ୍ୟପଟେ ଚକଲେଟ୍‌ ଏବେ ଉପହାରର ଅଂଶ ମଧ୍ୟ ପାଲଟିଛି। ସେହିପରି ଚକଲେଟ୍‌ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଚକଲେଟ୍‌ ଖାଇଲେ ମନ ଖୁସି ରହେ। ହୃଦ୍‌ରୋଗୀଙ୍କ ପାଇଁ ଡାର୍କ ଚକଲେଟ୍‌ ବେଶ୍ ଭଲ ହୋଇଥାଏ।

07 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp