କ’ଣ ଏହି ଅଧରପଣା ନୀତି, କାହିଁକି ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି

The Sakala Picture
Published On

ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ଏବଂ ଏହା ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ‘ ‘ଅଧର ପଣା’ କୁହାଯାଏ । ସ୍ୱତଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର ‘ଅଧର ପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା […]

ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ଏବଂ ଏହା ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ‘ ‘ଅଧର ପଣା’ କୁହାଯାଏ । ସ୍ୱତଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର ‘ଅଧର ପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ‘ ଅଧର ପଣା ଭୋଗ କରାଯାଉଛି । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗତର ସମସ୍ତ ଜଡ଼, ଚେତନା ତଥା ଦିବ୍ୟ ଚେତନାର ଅଧିପତି। ସେ ଦୟାବାନ୍‌ ଓ ନ୍ୟାୟ ପ୍ରିୟ। ପ୍ରେତମାନେ ବା ଅଶରୀରୀମାନେ ମଧ୍ୟ ପ୍ରଭୁଙ୍କର ବଡ଼ ପ୍ରିୟ। ଶରୀର ନ ଥିଲେ ମଧ୍ୟ ବାସନାମୟ ଶରୀର ଅତୃପ୍ତ ହୋଇ ମୃତ୍ୟୁ ଲଭିଥିବାରୁ ସେମାନଙ୍କ ମୋକ୍ଷ ପାଇଁ ଶ୍ରୀଜନ୍ନାଥ ଅଧରାମୃତ ବା ଅଧରଛୁଆଁ ପ୍ରପାନକ(ପଣା)କୁ ପ୍ରଦାନ କରିଥା’ନ୍ତି। ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ। ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା’ନ୍ତି ରଥଯାତ୍ରାକୁ। ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି। ରଥ ଉପରେ ଶ୍ରୀବିଗ୍ରହମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ହୋଇ ନୀତି ଆରମ୍ଭ ହୋଇଥାଏ। ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଗୋଲ ମରିଚ, କର୍ପୂର, ଜାଇଫଳ ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ ପ୍ରପାନକ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଛାଉଣୀ ମଠ କୂଅରୁ ପାଣି ଆଣି ମହାପ୍ରଭୁଙ୍କ ଶ୍ରୀମୁଖ ପାଖରେ ହିଁ ପଣା ପ୍ରସ୍ତୁତ ହୋଇ ଲାଗି ହୋଇଥାଏ। ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥା’ନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କ ଶ୍ରୀଅଧର ଉଚ୍ଚଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ତି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ତି ସମାନ ମାପର ହୋଇ ନ ଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ବାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢ଼ି ରଥଉପରକୁ ବୋହି ନେଇ ବଡ଼ ପିତ୍ତଳ ହାଣ୍ତିମାନଙ୍କରେ ରଖିଥାନ୍ତି।

ଆହୁରି ପଢ଼ନ୍ତୁ: ନୂଆ ଲେବର କୋଡ୍ ଲାଗୁ: ହାସଲ ହେବାକୁ ଥିବା ଦରମା କମିବ, ଜାଣନ୍ତୁ ₹୫୦ ହଜାର ଦରମା ଥିଲେ କେତେ ହେବ କ୍ଷତି

ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧରପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରୁ ଆସୁଥିଲା। ପରବର୍ତ୍ତୀ ସମୟରେ ଏହି ଜଳ ସିଂହଦ୍ବାର ସମ୍ମୁଖରୁ ଅଣାଯାଉଅଛି। ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡ଼େଇଥାନ୍ତି। ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଛ ଓ ସୁଭାଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ତେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ତି ଉପରେ ଖଣ୍ତେ ଲେଖାଏଁ ଧଳା କରିଆ (ଜାଲିକନା) ପକାଯାଏ। ମହାସୁଆରମାନେ ପ୍ରତିରଥରେ ଅଧର ହାଣ୍ତିରେ ପଣା ପ୍ରସ୍ତୁତ କରିଥା’ନ୍ତି। ଏହାପରେ ପତ୍ରିବଡ଼ୁ, ସୁଆର ବଡ଼ୁ ଓ ଗରବାଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ପାଠ କରନ୍ତି, ତତ୍ ପରେ ପାଳିଆ ପୂଜାପଣ୍ତା ପଞ୍ଚୋପଚାରେ ପୂଜା କରିଥା’ନ୍ତି।
ସତ୍ତ୍ବଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ବାର ପାଖରେ ପହଞ୍ଚିବା ପରେ ଅଧରପଣା ଭୋଗ ହେବା କଥା। କିନ୍ତୁ ସମୟ ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ଦିନ ତିନି ହାଣ୍ଡି ଓ ଦ୍ବାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡିର ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମକୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇଟି ସାନ ହାଣ୍ଡି ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ପାଇଁ ଗୋଟିଏ ସାନ ହାଣ୍ଡି କ୍ରମରେ ମୋଟ ୧୨ଟି ହାଣ୍ଡି ଭୋଗ ହେଉଥିଲା। ବର୍ତ୍ତମାନ ତିନିରଥ ପାଇଁ ଦ୍ବାଦଶୀ ଦିନ ମୋଟ ୯ ହାଣ୍ଡିର ଅଧରପଣା ଭୋଗ ହେଉଛି।

ନଅ ହାଣ୍ଡିର ପଣା ବ୍ୟବସ୍ଥା ରହସ୍ୟା ବୃତ୍ତ। ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କୁ ମହାକାଳୀ ବୋଲି ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥା’ନ୍ତି। ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଏ। ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବାଦେବୀ ରହିଥା’ନ୍ତି। ଅଧର ପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ନଅଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଏ।ଦେବସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଉତ୍ସବ ଆରମ୍ଭ ହୋଇ ନୀଳାଦ୍ରିବିଜେରେ ସମାପ୍ତ ହୋଇଥାଏ। ଦେବତାମାନଙ୍କଠାରୁ ଉତ୍ସବ ଆରମ୍ଭ ହୋଇ ଅଶରୀରୀମାନଙ୍କ ପାଖରେ ସରିଥାଏ। ଦେବସ୍ନାନ ଉତ୍ସବରେ ମହାପ୍ରଭୁ ଦେବତା, ଯକ୍ଷ, ଗନ୍ଧର୍ବ ଆଦିଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଥିବା ବେଳେ ଦ୍ବିତୀୟ ଭାଗରେ ଶ୍ରୀଗୁଣ୍ଡିଚାରେ ରଥରେ ବସି ମନୁଷ୍ୟ, ପଶୁ ଯୋନିରେ ଜନ୍ମଗ୍ରହଣ କରିଥିବା ସମସ୍ତ ପ୍ରାଣୀଙ୍କୁ ଦର୍ଶନ ଦେଇ ପତିତ ଉଦ୍ଧାର କରିଥା’ନ୍ତି। ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ଉଦ୍ଧାର କରିଥା’ନ୍ତି।

କେତେକେ ଗବେଶକଙ୍କ ମତରେ ଅଧରପଣା ପରମ୍ପରା ୪୫୦ ବର୍ଷର ପୂରାତନ । ସୂର୍ଯ୍ୟମଣି ପାଟ ମହାଦେଇଙ୍କ ସମୟରେ ଅର୍ଥାତ୍ ୧୮୯୧ ମସିହାରେ ଅଧରପଣା ଭୋଗ ସମ୍ପର୍କରେ ପୁରୀର ଦୁଇମଠ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ୧୮୯୩ ମସିହାରେ ଏଥିପାଇଁ ଏକ ‘ହୁକୁମ ନାମା’ଜାରି ହୋଇଥିଲା । ସେତେବେଳେ ଶ୍ରୀମନ୍ଦିର ପରିଚାଳକ ଥିଲେ ନିତ୍ୟାନନ୍ଦ ଦାସ । ଓଡ଼ିଆ ମଠର ଅଧିକାରୀ ଥିଲେ ରାମକୃଷ୍ଣ ଦାସ ଗୋସ୍ୱାମୀ ଓ ରାଘବ ଦାସ ମଠର ମ୍ୟାନେଜର ଥିଲେ ଗୁରୁ କୃଷ୍ଣ ଚନ୍ଦ୍ର ମହାନ୍ତି । ତେବେ ଏହି ହୁକୁମ ନାମାରୁ ଜଣାଯାଏ ଯେ, ସେତେବେଳର ବିବାଦ ପରଠାରୁ ରାଘବଦାସ ମଠ ଗୋଟିଏ ବର୍ଷ ଦୁଇଟି ରଥ ପାଇଁ ୬ ହାଣ୍ଡି ଅଧରପଣା ଯୋଗାଉଥିବାବେଳେ ଠିକ୍ ତତପର ଦିବସରେ ଓଡ଼ିଆ ମଠ ଦୁଇଟି ରଥ ପାଇଁ ୬ ହାଣ୍ଡି ଅଧରପଣା ଭୋଗ କରୁଥିଲେ । ସମ୍ପ୍ରତି ଅଧର ପଣା ଗୋଟିଏ ଦିନରେ ହିଁ ସୀମିତ ହୋଇ ଯାଇଥିବା ବେଳେ ଉଭୟ ରାଘବ ଦାସ ଓ ଓଡ଼ିଆ ମଠ ପ୍ରତିବର୍ଷ ତିନୋଟି ଲେଖାଏଁ ଅଧର ହାଣ୍ଡି ଓ ପଣା ସମାଗ୍ରୀ ଯୋଗାଇ ଆସୁଛନ୍ତି

11 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp