ଅହିଂସାର ସ୍ରଷ୍ଟା ଓ ଦ୍ରଷ୍ଟା

The Sakala Picture
Published On

ଗୌତମ ବୁଦ୍ଧ ଓ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଉଭୟ ବିଧିପ୍ରେରିତ ମହାପୁରୁଷ। ଜଣେ ଭାରତୀୟ ଆଧ୍ୟାତ୍ମିକତାର ପ୍ରଥମ ବିଶ୍ୱବନ୍ଦିତ ବ୍ୟକ୍ତି। ଆଉ ଜଣେ ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଉଭୟ ଗୋଟିଏ ସୂତ୍ରରେ ବନ୍ଧା। ସେହି ସୂତ୍ରଟି ହେଉଛି ଯୋଗ, ଯାହା ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବସିତ। ବୁଦ୍ଧଙ୍କର ପ୍ରକୃତ ନାମ ସିଦ୍ଧାର୍ଥ ଗୌତମ। ଯେହେତୁ ସେ ବୁଦ୍ଧି ବା ଜ୍ଞାନର ଉପାସକ ତାଙ୍କୁ କୁହାଯାଉଥିଲା ବୁଦ୍ଧ। ଶାକ୍ୟବଂଶଜ ରାଜପୁତ୍ର ସିଦ୍ଧାର୍ଥ ଗୌତମଙ୍କୁ […]

ଗୌତମ ବୁଦ୍ଧ ଓ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଉଭୟ ବିଧିପ୍ରେରିତ ମହାପୁରୁଷ। ଜଣେ ଭାରତୀୟ ଆଧ୍ୟାତ୍ମିକତାର ପ୍ରଥମ ବିଶ୍ୱବନ୍ଦିତ ବ୍ୟକ୍ତି। ଆଉ ଜଣେ ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଉଭୟ ଗୋଟିଏ ସୂତ୍ରରେ ବନ୍ଧା। ସେହି ସୂତ୍ରଟି ହେଉଛି ଯୋଗ, ଯାହା ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବସିତ।

ବୁଦ୍ଧଙ୍କର ପ୍ରକୃତ ନାମ ସିଦ୍ଧାର୍ଥ ଗୌତମ। ଯେହେତୁ ସେ ବୁଦ୍ଧି ବା ଜ୍ଞାନର ଉପାସକ ତାଙ୍କୁ କୁହାଯାଉଥିଲା ବୁଦ୍ଧ। ଶାକ୍ୟବଂଶଜ ରାଜପୁତ୍ର ସିଦ୍ଧାର୍ଥ ଗୌତମଙ୍କୁ ପିଲାଟି ଦିନରୁ ବ୍ୟଥିତ କରିଥିଲା ମଣିଷ ଭୋଗୁଥିବା ଦୁଃଖ ଓ ଯାତନା। ବୟସ ବଢ଼଼ିବା ସହିତ ତାଙ୍କ ପ୍ରାଣକୁ ଅଧିକ ମ୍ରିୟମାଣ କଲା ରାଜ୍ୟ ବିସ୍ତାରକୁ ରାଜଧର୍ମ ଭାବେ ଗ୍ରହଣ କରିଥିବା ରଣରଙ୍କ ଜାତି ଶାକ୍ୟମାନଙ୍କର ରକ୍ତାଭିଷେକ। ହଜାର ହଜାର ନିରୀହ ମଣିଷଙ୍କ ଶବ ଉପରେ ରାଜ୍ୟ ଜୟର ଏ ଅନ୍ଧ ଉନ୍ମାଦନା କାହିଁକି? ମଣିଷ ପ୍ରତି ମଣିଷ ଏତେ ନିଷ୍ଠୁର ହୋଇପାରୁଛି କେମିତି? ଏମିତି କିଛି ଉତ୍ପୀଡ଼କ ପ୍ରଶ୍ନର ତାଡ଼ନାରେ ସେ ଅତିଷ୍ଠ ହୋଇପଡ଼ିଲେ। ତାଙ୍କ ଜିଜ୍ଞାସୁ ମନକୁ ଆଉ ଅଟକାଇ ରଖି ପାରିଲାନି ରାଜକୀୟ ଐଶ୍ୱର୍ଯ୍ୟ ତଥା ଆତ୍ମୀୟଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ କର୍ତ୍ତବ୍ୟବୋଧ। ଜଗତକଲ୍ୟାଣ ନିମନ୍ତେ ସେ ଶାନ୍ତିର ଠିକଣା ଖୋଜି ଖୋଜି କପିଳବାସ୍ତୁରୁ ଯାଇ ପହଞ୍ଚିଗଲେ ପବିତ୍ର ନିରଞ୍ଜନା ନଦୀ ତଟରେ। ଏକ ସଂକଳ୍ପସ୍ନାତ ପ୍ରଲମ୍ୱିତ ସାଧନା ବଳରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇ ସାରାଜଗତ ପାଇଁ ପାଲଟିଗଲେ ଦିବ୍ୟଜ୍ଞାନ ଓ କରୁଣାର ବତୀଘର।

ବୁଦ୍ଧତ୍ୱ ମଣିଷର ଏକ ପ୍ରଜ୍ଞାଦୀପ୍ତ ଅବସ୍ଥା। ଚେତନାର ଊର୍ଦ୍ଧ୍ବ ସୋପାନ। ଗୌତମ ବୁଦ୍ଧ ସେହି ସ୍ତରରେ ପହଞ୍ଚି ଜଗତକୁ ଯେଉଁ ମାର୍ଗ ପ୍ରଦର୍ଶନ କଲେ ତାହାକୁ କୁହାଗଲା ବୌଦ୍ଧ ଦର୍ଶନ। ଶାନ୍ତ, ଶୁଦ୍ଧ ଓ ଅହିଂସ୍ର ଜୀବନ ଯାପନ ନିମନ୍ତେ ଏହି ଦର୍ଶନ ମୂଳତଃ ଆଚରଣଶୁଦ୍ଧତା ଉପରେ ଆଧାରିତ ଏକ ବୈଜ୍ଞାନିକ ତତ୍ତ୍ୱ। ବୌଦ୍ଧ ଧର୍ମଦର୍ଶନ କହେ – ମଣିଷ ଦୁଃଖ ଭୋଗିବାର ପ୍ରମୁଖ କାରଣ ହେଉଛି ତା’ର ଅତ୍ୟଧିକ ଲୋଭ ବା କାମନା। ଲୋଭ ଓ ମୋହର ବଶବର୍ତ୍ତୀ ହେବା ମଣିଷର ଏକ ସ୍ୱାଭାବିକ ପ୍ରବୃତ୍ତି ହୋଇଥିବାରୁ ସେ ଅଳ୍ପରେ ସନ୍ତୁଷ୍ଟ ନହୋଇ ଖୋଜେ ଆବଶ୍ୟକତାଠାରୁ ଅଧିକ ପାର୍ଥିବ ସମ୍ପଦ। ବୁଦ୍ଧଙ୍କ ମତରେ ଏହି ବିରାମହୀନ କାମନା ହିଁ ଦୁଃଖର କାରଣ। ଜଣେ ଧର୍ମ ପ୍ରବର୍ତ୍ତକ ଭାବରେ ନୁହେଁ, ବରଂ ଜଣେ ସମାଜବିଜ୍ଞାନୀର ଦୃୃଷ୍ଟିଭଙ୍ଗୀ ନେଇ ସେ କହିଛନ୍ତି – ‘କାମନାର ବିନାଶରେ ଦୁଃଖର ବିନାଶ।’ ମାତ୍ର ସମ୍ପୂର୍ଣ୍ଣ କାମନା ରହିତ ଜୀବନ ବଞ୍ଚିବା କ’ଣ ସମ୍ଭବ? ଏହା କେବଳ ଏକ ଉଦ୍ଭଟ ପରିକଳ୍ପନା ବୋଲି ମତ ପ୍ରକାଶ ପାଏ। ଏହି ଜୀବନ ସତ୍ୟକୁ ଉପଲବ୍ଧି କଲାପରେ ମଣିଷର ସର୍ବନିମ୍ନ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ବୁଦ୍ଧ ନିର୍ଦ୍ଧାରଣ କଲେ ନିର୍ବାଣ ପ୍ରାପ୍ତିର ମଧ୍ୟମ ପନ୍ଥା।

ବୌଦ୍ଧ ଦର୍ଶନରେ ନିର୍ବାଣର ଅର୍ଥ – ପୁନର୍ଜନ୍ମରୁ ମୁକ୍ତି ନୁହେଁ, ବରଂ ଏକ ଜ୍ୱଳନମୁକ୍ତ ଜୀବନ। ମଣିଷ ସେତେବେଳେ ଜ୍ୱଳନମୁକ୍ତ ବା ନିର୍ବାଣ ଲାଭ କରେ, ଯେତେବେଳେ ସେ ପହଞ୍ଚିଯାଏ ସ୍ଥିତପ୍ରଜ୍ଞତାର ଏକ ଊର୍ଦ୍ଧ୍ବସ୍ତରରେ। ତଥାଗତଙ୍କ ମତରେ ଯିଏ ନିଜେ ଏହି ସୋପାନରେ ପହଞ୍ଚି ଅନ୍ୟକୁ ମୁକ୍ତିର ମାର୍ଗ ଦେଖାଏ ସେ ହିଁ କେବଳ ବୁଦ୍ଧ। ପ୍ରତ୍ୟେକ ମଣିଷ ଭିତରେ ସୁପ୍ତାବସ୍ଥାରେ ଅଛି ବୁଦ୍ଧ ହେବାର ଶକ୍ତି। ସେ ଶକ୍ତିକୁ ଜାଗ୍ରତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ସେ ପ୍ରସ୍ତୁତ କରିଛନ୍ତି ଏକ ଆଚରଣସିଦ୍ଧ ମାର୍ଗଦର୍ଶିକା ବା ‘ଅଷ୍ଟାଙ୍ଗ ମାର୍ଗ’। ଗୋଟେ ଜାତିବିହୀନ ସମତୁଲ ସମାଜ ଗଠନ ଲକ୍ଷ୍ୟ ନେଇ ସେ ଖଞ୍ଜିଥିବା ଏହି ମାର୍ଗଦର୍ଶିକାର ମୂଳ ଆଧାର ହେଉଛି ‘ଅହିଂସା’। ପରବର୍ତ୍ତୀ ସମୟରେ ଏହି ଅହିଂସା ନୀତି ଉପରେ ଗଢ଼ି ଉଠିଲା ଗାନ୍ଧୀବାଦର ଭବ୍ୟମନ୍ଦିର।

ମାନବବାଦୀ ଚିନ୍ତାନାୟକ ମହାତ୍ମା ଗାନ୍ଧୀ। ଜଣେ ଧର୍ମନିରପେକ୍ଷ ଓ ଧର୍ମପ୍ରାଣ ସନ୍ଥ। ବୁଦ୍ଧଙ୍କର ଅହିଂସା ନୀତି ତାଙ୍କୁ ଏତେ ମାତ୍ରାରେ ଅନୁପ୍ରାଣିତ କରିଥିଲା ଯେ ତାକୁ ସେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ କରିଥିଲେ ଏକ ନିର୍ବିକଳ୍ପ ସିଦ୍ଧାନ୍ତ ଭାବରେ। ତାଙ୍କ ଦୃଷ୍ଟିରେ ଅହିଂସା କେବଳ ଏକ ସିଦ୍ଧାନ୍ତ ନଥିଲା, ବରଂ ଥିଲା ସାମାଜିକ ନ୍ୟାୟ ପ୍ରତିଷ୍ଠାର ଆୟୁଧ। ବୁଦ୍ଧଙ୍କ ଅହିଂସା ଦର୍ଶନରୁ ପାଇଥିବା ସତ୍ୟାଗ୍ରହକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ଗ୍ରହଣ କରି ସେ ଜିଣିଥିଲେ ଦକ୍ଷିଣ ଆଫ୍ରିକା ସରକାରଙ୍କ ହୃଦୟ। ବର୍ଣ୍ଣବୈଷମ୍ୟ ଜର୍ଜରିତ ପ୍ରବାସ ଭୂମିରେ ଗାନ୍ଧିଜୀଙ୍କ ଏହି ଅବିଶ୍ୱସନୀୟ ସଫଳତା ପରେ ଅହିଂସା ଅସ୍ତ୍ରର ଶକ୍ତି ସମ୍ପର୍କରେ ଅବଗତ ହେଲା ବିଶ୍ୱ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପୂୂର୍ବରୁ ହିଂସାର ରାସ୍ତାକୁ ଆପଣେଇ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଥିଲା ଭାରତୀୟ ଯୁୁବଶକ୍ତି। ମାତ୍ର ଗାନ୍ଧିଜୀଙ୍କ ଯୋଗଦାନ ପରେ ବଦଳିଗଲା ମୁକ୍ତି ସଂଗ୍ରାମର ଦିଗ। ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଡାକରା ଦେଶବାସୀଙ୍କ ମନରେ ଭରିଦେଲା ନୂତନ ବିଶ୍ୱାସ ଓ ଅବବୋଧ। ସତ୍ୟାଗ୍ରହ ଅସ୍ତ୍ର ବଳରେ ଦୁର୍ଦ୍ଧର୍ଷ ଇଂରେଜ ଜାତିକୁ ପରାସ୍ତ କରି ସେ ଯୁଦ୍ଧକୁ ଦେଲେ ନୂଆ ପରିଭାଷା। ବିଶ୍ୱ ଇତିହାସରେ ଲେଖାଗଲା ମୁକ୍ତି ସଂଗ୍ରାମର ନୂଆ କାହାଣୀ। ନୂଆ ସଂଜ୍ଞା।

ସତ୍ୟ ଓ ଅହିଂସା କେବଳ ଏକ ବିଶ୍ୱାସ ନୁହେଁ, ଗାନ୍ଧିଜୀଙ୍କ ପାଇଁ ଏହା ଥିଲା ଜୀବନ ସଂହିତା। ତାଙ୍କ ସମଗ୍ର ଜୀବନକୁ ଧାରଣ କରିଥିବା ଏକ ମହାନ୍‌‌ ଆଦର୍ଶ। ଅହିଂସାର ପ୍ରୟୋଗକୁ ନେଇ ଜିଜ୍ଞାସୁମାନଙ୍କ ଅନେକ ଜଟିଳ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ଉଭୟ ବୁଦ୍ଧ ଓ ଗାନ୍ଧୀ। ବୁଦ୍ଧଙ୍କୁ ତତ୍କାଳୀନ ଭାରତର ଜଣେ ଦକ୍ଷ ସେନାପତିଙ୍କ ପ୍ରଶ୍ନ ଥିଲା- ‘ଜଣେ ସେନାପତି ଭାବରେ ମୋର କର୍ତ୍ତବ୍ୟ ହେଉଛି ଆକ୍ରମଣକାରୀ ଶତ୍ରୁକୁ ହତ୍ୟା କରି ରାଜ୍ୟକୁ ସୁରକ୍ଷିତ ରଖିବା। ମୁଁ ଯଦି ଅହିଂସାର ପୂଜାରୀ ହୁଏ, ତେବେ ରାଜ୍ୟର ପ୍ରଜାମାନଙ୍କୁ ସୁରକ୍ଷା ଦେବ କିଏ? ମୋ ରାଜ୍ୟର ନାରୀମାନଙ୍କୁ ଶତ୍ରୁ ବଳାତ୍କାର କରୁଥିବା ଦେଖି ମୁଁ ଅହିଂସା ଧର୍ମ ପାଳନ କରିବି କେମିତି?’ ଏହାର ଉତ୍ତର ଦେବାକୁ ଯାଇ ବୁଦ୍ଧ କହିଥିଲେ, ‘ଶାନ୍ତି ରକ୍ଷାର ସମସ୍ତ ଉଦ୍ୟମ ଅସଫଳ ହେଲା ପରେ ନ୍ୟାୟ ପାଇଁ ସଂଗ୍ରାମ କରିବା ତୁମର କର୍ତ୍ତବ୍ୟ। ମାତ୍ର ଲଢ଼େଇରେ ତୁମେ ଯଦି ବିଜୟୀ ହୁଅ, ତେବେ ଶତ୍ରୁ ପ୍ରତି ଘୃଣା ପରିବର୍ତ୍ତେ ପ୍ରେମପୂର୍ଣ୍ଣ ବ୍ୟବହାର କରିବା ଉଚିତ୍‌‌।’

ଏହି ମର୍ମରେ ଗାନ୍ଧିଜୀ କହନ୍ତି, ଅହିଂସା ଉପାୟରେ ଅନ୍ୟକୁ ପ୍ରତିରୋଧ କରିବା ହିଁ ଜୀବନର ସର୍ବଶ୍ରେଷ୍ଠ ପଥ। ଅହିଂସାର ରାସ୍ତାରେ ଜୀବନକୁ ବାଜି ଲଗାଇ ଦେବା ସତ୍ତ୍ବେ ଶତ୍ରୁର ମନ ଜିଣି ନ ପାରିଲେ ନିରବରେ ଅନ୍ୟାୟକୁ ସହିବା ଅପେକ୍ଷା ପ୍ରବଳ ଆକ୍ରମଣର ପ୍ରତିରୋଧ କରି ଜୀବନ ହରାଇବା ଶ୍ରେୟସ୍କର। କାରଣ ଅହିଂସା କେବେ ଭୀରୁର ଅସ୍ତ୍ର ନୁହେଁ, ବୀରର ଅସ୍ତ୍ର।

ନିବୃତ୍ତିର ପ୍ରତିଷ୍ଠା ପାଇଁ ଲୋଡ଼ା ଆତ୍ମାର ବଳଶାଳୀ ଆବେଦନ। ଅନ୍ୟଥା ନିବୃତ୍ତିର ବାରଣକୁ ମାନେନାହିଁ ପ୍ରବୃତ୍ତି। ବୌଦ୍ଧ ସଂଘରେ ତାହା ହିଁ ହେଲା ବୁଦ୍ଧଙ୍କ ମହାପ୍ରୟାଣ ପରେ। ବୁଦ୍ଧ ବାନ୍ଧିଥିବା ଶୀଳସାଧନା ପ୍ରତି ଆଉ ରହିଲାନି ବୌଦ୍ଧଭିକ୍ଷୁମାନଙ୍କ ଆଗ୍ରହ ଓ ନିଷ୍ଠା। ଇତିହାସ କହେ, ବୁଦ୍ଧ ଥିଲେ ନିରୀଶ୍ୱରବାଦୀ। ଅଥଚ ସେହି ଐତିହାସିକ ପୁରୁଷ ବୁଦ୍ଧଙ୍କୁ ଭଗବାନଙ୍କ ନବମ ଅବତାର କରି ବସେଇ ଦିଆଗଲା ଅମୋଘସିଦ୍ଧି ମୁଦ୍ରାରେ। ଯେଉଁ ଭାରତ ଭୂଖଣ୍ଡରେ ବୌଦ୍ଧଧର୍ମ ଉତ୍ପତ୍ତି ଲାଭକରି ବିଶ୍ୱବିସ୍ତୃତି ଲାଭ କରିଥିଲା, କ୍ରମଶଃ ସେହି ଜନ୍ମମାଟିରେ ବିପନ୍ନ ହୋଇ ପଡ଼ିଲା ତା’ର ସ୍ଥିତି।

ବିଶ୍ୱାସ ପରିବର୍ତ୍ତେ ମନରେ ବିଦ୍ୱେଷ ଭରିଗଲେ ଅନୁଭବ କରିହୁଏନି ଆଲୋକ ଓ ଅନ୍ଧାର ଭିତରେ ଫରକ। ଆପଣା ଅନ୍ଧବିଚାର ଆଗରେ କୌଣସି ମୂଲ୍ୟ ରଖେନି ମହାପୁରୁଷଙ୍କ ତ୍ୟାଗ ଓ ସାଧନା। ଏହି କାରଣରୁ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କୁ ପ୍ରାଣବଳି ଦେବାକୁ ପଡ଼ିଲା ଜଣେ ଧର୍ମାନ୍ଧ ଆତତାୟୀର ଗୁଳିରେ।

ବାସ୍ତବରେ ନିଜର ଆଚରଣ, ନିର୍ଭୀକତା ଓ ମାନବ ପ୍ରୀତିକୁ ଏକ ସୁସଂହତ ଦର୍ଶନରେ ପରିଣତ କରି ସାରା ବିଶ୍ୱକୁ ଚମତ୍କୃତ କରିଦେଇଥିବା ଏହି ବିଶ୍ୱନାୟକଙ୍କ ଜୀବନ ଥିଲା ସମୟର ଏକ ପ୍ରବହମାନ ଧାରା। ସେଥିପାଇଁ କୁହାଯାଏ ଗାନ୍ଧୀବାଦ ଫଳପୁଷ୍ପ ଧାରଣ କରିଥିବା ଏକ ମହାଦ୍ରୁମ। ତା’ର ଛାଇ ତଳେ ଆଶ୍ରୟ ନେଇଛନ୍ତି ପୃଥିବୀର ଲକ୍ଷଲକ୍ଷ ମଣିଷ। ଅଥଚ ଆମେ ଭାରତବାସୀ ଆଜିର ଦିନରେ ଗାନ୍ଧୀବାଦ ପ୍ରାସଙ୍ଗିଗତା ହରେଇଛି ବୋଲି କହି ତାଙ୍କ ନୀତି ଓ ଆଦର୍ଶକୁ ହତ୍ୟା କରି ଚାଲିଛୁ ପ୍ରତି ମୁହୂର୍ତ୍ତରେ।

ଡ.ପ୍ରଫୁଲ୍ଲ କୁମାର ସାହୁ
ଭଦ୍ରକ, ମୋ: ୬୩୭୧୬୪୨୪୬୪

13 May 2023 By The Sakala

https://www.thesakala.in/sakala-editorial/sakala-article-13-05-2023-1/article-21608
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର