ଏକ ଉଦ୍ଭାବନ: ବରଦାନରୁ ଅଭିଶାପ

The Sakala Picture
Published On

ପ୍ଲାଷ୍ଟିକ ଆଧୁନିକ ଜୀବନଶୈଳୀର ଅନିର୍ବାଯ୍ୟ ଅଙ୍ଗ ହୋଇଯାଇଛି। ପୃଥିବୀରେ ପ୍ଲାଷ୍ଟିକର ବାର୍ଷିକ ମୁଣ୍ଡପିଛା ବ୍ୟବହାର ୨୦.୯ କିଗ୍ରା ଏବଂ ଭାରତରେ ୫.୩ କିଗ୍ରା। ଏହାର ସ୍ୱଚ୍ଛତା, ସ୍ୱଳ୍ପ ଓଜନ ବା ଆପେକ୍ଷିକ ଗୁରୁତ୍ୱ, ଜଳ, ବିଦ୍ୟୁତ ଓ ରସାୟନ ପ୍ରତିରୋଧକ କ୍ଷମତା, ନମନୀୟତା, ସ୍ଥାୟିତ୍ୱ ଏବଂ ସର୍ବୋପରି ସୁଲଭ ଓ ସ୍ୱଳ୍ପ ବ୍ୟୟ ବହୁଳତା ଯୋଗୁଁଁ ଏଥିରେ ନିର୍ମିତ ସାମଗ୍ରୀଗୁଡ଼ିକ ଅତ୍ୟଧିକ ଆଦୃତ ହୋଇଛି। ଆମର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାଗ, ପାଣି ବୋତଲ, ପେନ୍‌‌, ପେନସିଲ୍‌‌, ପ୍ୟାକିଙ୍ଗ୍‌‌ […]

ପ୍ଲାଷ୍ଟିକ ଆଧୁନିକ ଜୀବନଶୈଳୀର ଅନିର୍ବାଯ୍ୟ ଅଙ୍ଗ ହୋଇଯାଇଛି। ପୃଥିବୀରେ ପ୍ଲାଷ୍ଟିକର ବାର୍ଷିକ ମୁଣ୍ଡପିଛା ବ୍ୟବହାର ୨୦.୯ କିଗ୍ରା ଏବଂ ଭାରତରେ ୫.୩ କିଗ୍ରା। ଏହାର ସ୍ୱଚ୍ଛତା, ସ୍ୱଳ୍ପ ଓଜନ ବା ଆପେକ୍ଷିକ ଗୁରୁତ୍ୱ, ଜଳ, ବିଦ୍ୟୁତ ଓ ରସାୟନ ପ୍ରତିରୋଧକ କ୍ଷମତା, ନମନୀୟତା, ସ୍ଥାୟିତ୍ୱ ଏବଂ ସର୍ବୋପରି ସୁଲଭ ଓ ସ୍ୱଳ୍ପ ବ୍ୟୟ ବହୁଳତା ଯୋଗୁଁଁ ଏଥିରେ ନିର୍ମିତ ସାମଗ୍ରୀଗୁଡ଼ିକ ଅତ୍ୟଧିକ ଆଦୃତ ହୋଇଛି। ଆମର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାଗ, ପାଣି ବୋତଲ, ପେନ୍‌‌, ପେନସିଲ୍‌‌, ପ୍ୟାକିଙ୍ଗ୍‌‌ ସାମଗ୍ରୀ, ବ୍ରସ୍‌‌, ପ୍ରସାଧନ ସାମଗ୍ରୀ, ପୋଷାକ, ଫୋନ, କମ୍ପ୍ୟୁଟର, ଚୈାକି, ଟେବୁଲ୍‌‌, ରୋଷେଇ ସାମଗ୍ରୀ, ଖେଳନା, ଛୋଟରୁ ବୃହତ ଯନ୍ତ୍ରାଂଶ, ଯାନ, ବିଦ୍ୟୁତ ତାର ସହ ବିଭିନ୍ନ ନିର୍ମାଣ ଯନ୍ତ୍ରପାତିରେ ଏହାର ଉପଯୋଗ ଦ୍ରୁତଗତିରେ ବଢ଼଼ିି ଚାଲିଛି।

ଉଚ୍ଚ ଉତ୍ତାପ ସହନଶୀଳତା ନ ଥିବା ପରି ପ୍ଲାଷ୍ଟିକର ଗୁଣକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଦୂର କରି ଦେବା ଦ୍ୱାରା ଅଧୁନା ଆମ ଚତୁଃପାର୍ଶ୍ବରେ ଦୃଶ୍ୟମାନ ସମସ୍ତ ଉପଯୋଗୀ ବସ୍ତୁସମୂହରେ ପ୍ଲାଷ୍ଟିକର ବିନିଯୋଗ ଅନିର୍ବାଯ୍ୟ ପ୍ରାୟ। ଜୀବାଶ୍ମ ଇନ୍ଧନରୁ ଏହାର ଉତ୍ପାଦନ। ଧାତବ, ଜୀବଜ ବା ବୃକ୍ଷଜ ପଦାର୍ଥଠାରୁ ଆପେକ୍ଷିକ ସହଜ ହୋଇଥିବାରୁ ଅଧିକ ଉପଯୋଗୀ ହୋଇଯାଉଛି। ପରିବହନ କ୍ଷେତ୍ରରେ ଏହାର ଶକ୍ତ ତଥା ହାଲୁକା ଗୁଣ ସହ ଦୀର୍ଘସ୍ଥାୟିତ୍ୱ ଏହାକୁ ସର୍ବାଧିକ ଗ୍ରହଣୀୟ କରିଛି। ଏହାର ବ୍ୟବହାର ଯୋଗୁଁଁ ନିଜସ୍ୱ ଓଜନର ଅତ୍ୟଧିକ କ୍ଷୟ ଘଟୁଥିବାରୁ ଆଧୁନିକ ଯାନ ସବୁ ଅଧିକରୁ ଅଧିକ ଇନ୍ଧନକ୍ଷମ କରିପାରୁଛି।

ପୃଥିବୀରେ ବର୍ଷକୁ ୪୨ କୋଟି ଟନ ପ୍ଲାଷ୍ଟିକ ଉତ୍ପାଦନ ହେଉଛି। ସେଥିରୁ ୫.୭ କୋଟି ଟନ୍‌‌ର ବର୍ଜ୍ୟ ବସ୍ତୁ ନିର୍ଗତ ହେଉଛି। ଭାରତର ପ୍ଲାଷ୍ଟିକ ବର୍ଜ୍ୟ ୦.୯୩ କୋଟି ଟନ୍‌‌। କେବଳ ଆମେରିକାରେ ବର୍ଷକୁ ୩୫୦ କୋଟି ପ୍ଲାଷ୍ଟିକ ବୋତଲ ଫୋପଡ଼ା ଯାଉଛି। ଗୋଟିଏ ପ୍ଲାଷ୍ଟିକ ବୋତଲର କ୍ଷୁଦ୍ରାଂଶ ଅବକ୍ଷୟ ପାଇଁ ୫୦୦ ରୁ ୧୦୦୦ ବର୍ଷ ନେଇଥାଏ। ଏହା ଯୋଗୁଁଁ ସମସ୍ତ ପଶୁ, ପକ୍ଷୀ ଓ କୀଟ ପତଙ୍ଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇ ବିଲୀନମୁଖୀ। ଆମ ବ୍ୟର୍ଜ୍ୟବସ୍ତୁର ୧୦ ପ୍ରତିଶତ ହେଉଛି ପ୍ଲାଷ୍ଟିକ। ସେଥିମଧ୍ୟରୁ ଏବେ କେବଳ ୫ ପ୍ରତିଶତ ପୁନଃବିନିଯୋଗ ହୋଇପାରୁଛି। ପ୍ଲାଷ୍ଟିକର ବିଭିନ୍ନ କ୍ଷେତ୍ରରେ ବ୍ୟବହାର କିଛି ଏହିପରି। – ପ୍ୟାକେଜିଂରେ ୩୬%, ନିର୍ମାଣରେ ୧୬%, ବସ୍ତ୍ରରେ ୧୫%, ନିତ୍ୟ ବ୍ୟବହାର୍ଯ୍ୟରେ ୧୦%, ପରିବହନରେ ୭%, ଇଲେକ୍ଟ୍ରୋନିକରେ ୪%, ଶିଳ୍ପରେ ୧%, ଅନ୍ୟାନ୍ୟ ୧୧%।
ପ୍ଲାଷ୍ଟିକ୍‌‌ଜାତ ସାମଗ୍ରୀର ପ୍ରାକୃତିକ ବା ସ୍ୱାଭାବିକ ଅବକ୍ଷୟ ଅତ୍ୟଧିକ ସମୟସାପେକ୍ଷ ହୋଇଥିବାରୁ ଏହା ମାନବ ସମାଜ ପାଇଁ ଏକ ଅଭିଶାପ ରୂପରେ ଉଭା ହେଲାଣି। ବ୍ୟର୍ଜ୍ୟ ବସ୍ତୁ ପରିଚାଳନାରେ ଏହା ସବୁଠାରୁ ବଡ଼ ଆହ୍ୱାନ ହୋଇଛି। ଉଦାହରଣ ସ୍ୱରୂପ ଏକ କାଠ ଉପକରଣ ପ୍ରାକୃତିକ ପରିବେଶରେ ସଂପୂର୍ଣ୍ଣ କ୍ଷୟ ହେବାକୁ ୧୦ରୁ୨୦ ବର୍ଷ ନେଉଥିବା ବେଳେ ଏକ ପ୍ଲାଷ୍ଟିକ ଉପକରଣ ୨୦୦-୧୦୦୦ ବର୍ଷ ନେଇ ଥାଏ। ତେଣୁ ଏହା ପରିବେଶକୁ ବିଷାକ୍ତ କରିଥାଏ। ପ୍ଲାଷ୍ଟିକ ଉଦ୍ଭାବନଠାରୁ ଆଜି ପର୍ଯ୍ୟନ୍ତ ଏହାର କ୍ଷୟ ହୋଇ ନାହିଁ, ବରଂ ଏହାର କ୍ଷୁଦ୍ରାଂଶ ପରିବେଶକୁ ବିଷମୟ କରି ଚାଲିଛି। ଗତ ଦଶ ବର୍ଷରେ ଆମେ ଏହାର ବ୍ୟବହାର ଏତେ ମାତ୍ରାରେ ବୃଦ୍ଧି କରିଛେ ଯେ ଗତ ଶହେ ବର୍ଷର ଉତ୍ପାଦନଠାରୁ ଅଧିକ।

ବ୍ୟସ୍ତ ବିବ୍ରତ ମାନବ ସମାଜର ଦୁର୍ଦ୍ଦଶା ଲାଘବ କରିବା ପାଇଁ ପ୍ରମୁଖ ରାଷ୍ଟ୍ର ମୁଖ୍ୟଗଣ ଏହାର ପ୍ରତିକାର ପାଇଁ କେତେକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮ ମସିହାର ଉତ୍ପାଦନ ଭିତ୍ତିରେ ୨୦୩୦ ସୁଦ୍ଧା ସର୍ବାଧିକ ବିନିଯୋଗ ହେଉଥିବା ପ୍ୟାକେଜିଂ କ୍ଷେତ୍ରରେ ପ୍ଲାଷ୍ଟିକ ଉତ୍ପାଦ ୧୫% କମ କରାଯିବ। ଏହାର ୫୫% ପୁନଃ ବିନିଯୋଗ ହେବ। ଏତଦ୍‌‌ବ୍ୟତୀତ ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ପ୍ଲାଷ୍ଟିକକୁ ଦ୍ରୁତ ହ୍ରାସ କରି ବାଇଓ-ପ୍ଲାଷ୍ଟିକ (ପଲିଏଥିଲିନ୍‌‌) କୁ ଗୁରୁତ୍ୱ ଦିଆଯିବ। ପ୍ଲାଷ୍ଟିକ ପ୍ରଦୂଷଣରୁ ସୁରକ୍ଷା ପାଇଁ ଚତୁବର୍ଗ ପ୍ରୟାସ ହେବା ନିହାତି ଆବଶ୍ୟକ। ପୁନଃବିନିଯୋଗ (ରିସାଇକେଲ୍‌‌), ସାମୟିକ ବନ୍ଦ (ପଜ୍‌‌), ବିକଳ୍ପ ବିନିଯୋଗ (ରିପରପସ୍‌‌), ବ୍ୟବହାର ସଂକୋଚନ (ରିଡ୍ୟୁସ୍‌‌)।

ଆଇନ ଭିତ୍ତିକ କଟକଣା ଅପେକ୍ଷା ମାନବିକ ଉପଲବ୍ଧି ଓ ସଚେତନତା ଏ ସାଂଘାତିକ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୂପକ ରାକ୍ଷସଠାରୁ ଆମକୁ ଉଦ୍ଧାର କରିବାରେ ଅଧିକ ସହାୟକ ହେବ। ସମସ୍ତଙ୍କୁ ପ୍ଲାଷ୍ଟିକର ବିନିଯୋଗକୁ କମ କରିବା ପାଇଁ ସଚେତନତା ସୃଷ୍ଟି କରି ଉଦାହରଣ ହେବାକୁ ପଡ଼ିବ। ଏହାର ଭୟାବହ ପରିଣତି ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଆମ ସମସ୍ତଙ୍କୁ ଆଗଭର ହେବାକୁ ପଡ଼ିବ। ସରକାର ତାଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକର ବିନିଯୋଗ ତଥା ସୁପରିଚାଳନା ପାଇଁଁ ଦୀର୍ଘମିଆଦୀ ଯୋଜନା କରିବାକୁ ବାଧ୍ୟ କରିବା ପାଇଁ ଜନଜାଗରଣର ନିତାନ୍ତ ଆବଶ୍ୟକତା ରହିଛି।

ବିମଳ ମିଶ୍ର
ବେଙ୍ଗାଲୁରୁ, ମୋ: ୯୪୩୭୦୬୧୪୮୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର