ତ୍ରିନେତ୍ର ଗଣେଶ ମନ୍ଦିର; ଯେଉଁଠି ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇ ଶ୍ରଦ୍ଧାଳୁମାନେ ଜଣାନ୍ତି ନିଜର ଦୁଃଖ

The Sakala Picture
Published On

ଭଗବାନ ଶ୍ରୀଗଣେଶ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ବିଘ୍ନହର୍ତ୍ତା। ତେବେ ସାରାଦେଶରେ ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସମସ୍ତ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି, ରାଜସ୍ଥାନସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର। ଏହି ମନ୍ଦିର ସାୱାଇ ମାଧପୁରରୁ ୧୨ କି.ମି ଦୂରରେ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଯେ , ଦେଶ ବ୍ୟାପି ଶ୍ରଦ୍ଧାଳୁ ଏଠାକୁ ଚିଠି […]

ଭଗବାନ ଶ୍ରୀଗଣେଶ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ବିଘ୍ନହର୍ତ୍ତା। ତେବେ ସାରାଦେଶରେ ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସମସ୍ତ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି, ରାଜସ୍ଥାନସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର। ଏହି ମନ୍ଦିର ସାୱାଇ ମାଧପୁରରୁ ୧୨ କି.ମି ଦୂରରେ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଯେ , ଦେଶ ବ୍ୟାପି ଶ୍ରଦ୍ଧାଳୁ ଏଠାକୁ ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ପ୍ରତିଦିନ ଡାକ ଜରିଆରେ ଶହ ଶହ ଚିଠି ଏଠାକୁ ଆସେ। ସମସ୍ତ ଚିଠିରେ ତ୍ରିନେତ୍ର ଗଣେଶଙ୍କ ଠିକଣା ଲେଖା ହୋଇଥାଏ। ହିନ୍ଦୀ ଓ ଇଂରାଜୀର ପତ୍ରଗୁଡ଼ିକ ମନ୍ଦିରର ପୁଜାରୀ ଭଗବାନଙ୍କ ସାମ୍ନାରେ ପଢ଼ିଥା’ନ୍ତି। ଅନ୍ୟ କୌଣସି ଭାଷାରେ ହେଲେ ପୂଜାରୀ କେବଳ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖିଦିଅନ୍ତି।

ଆହୁରି ପଢ଼ନ୍ତୁ: ଚାରଧାମ ଯାତ୍ରାରେ ରେକର୍ଡ ଭିଡ଼ ମଧ୍ୟରେ ବଢୁଛି ମୃତ୍ୟୁସଂଖ୍ୟା: ୨୫ ଦିନରେ ୪୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, କେଦାରନାଥରେ ସର୍ବାଧିକ

ଭଗବାନ ତ୍ରିନେତ୍ର ଗଣେଶଙ୍କୁ ବାହାଘର ନିମନ୍ତ୍ରଣ ପତ୍ର ପଠାଇଲେ ସମସ୍ତ କାର୍ଯ୍ୟ ବିଘ୍ନ ବିନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏଠାକାର ଆଖପାଖ ଅଞ୍ଚଳରେ କାହାରି ବାହାଘର ହେଲେ ପ୍ରଥମ ନିମନ୍ତ୍ରଣ ପତ୍ର ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟକୁ ଆସିଥାଏ। ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ଗଣେଶ ମନ୍ଦିର, ଯେଉଁଠି ଶ୍ରୀଗଣେଶଙ୍କ ତିନୋଟି ନେତ୍ର ଅଛି। ଏଠାରେ ଭଗବାନ ଗଣେଶ ପୂରା ପରିବାର ଅର୍ଥାତ୍‌ ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଏବଂ ଦୁଇ ପୁତ୍ର ଶୁଭ ଓ ଲାଭଙ୍କ ସହ ବିରାଜମାନ କରିଛନ୍ତି। ଭଗବାନ ଗଣେଶଙ୍କ ବାହନ ମୂଷିକ ମଧ୍ୟ ଏଠାରେ ବିରାଜମାନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଭଗବାନ ଗଣେଶଙ୍କ ତୃତୀୟ ନେତ୍ରକୁ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ମନ୍ଦିରଟି ୧୪୭୯ ଫୁଟ ଉଚ୍ଚରେ ଆରାବଳୀ ଏବଂ ବିନ୍ଧ୍ୟାଚଳ ପର୍ବତରେ ଅବସ୍ଥିତ। ତ୍ରିଲୋଚନ ଗଣେଶଙ୍କୁ ଦର୍ଶନ କରିବାକୁ ହେଲେ, ଅନେକ ଶିଡ଼ି ଚଢ଼ିବାକୁ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: ବଟ ସାବିତ୍ରୀ ବ୍ରତ ୨୦୨୬: ବରଗଛ ପରିକ୍ରମା ବେଳେ କରନ୍ତୁ ଏହି ମନ୍ତ୍ର ଜପ, ମିଳିବ ଅଖଣ୍ଡ ସୌଭାଗ୍ୟ

17 Jun 2022 By The Sakala

ତ୍ରିନେତ୍ର ଗଣେଶ ମନ୍ଦିର; ଯେଉଁଠି ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇ ଶ୍ରଦ୍ଧାଳୁମାନେ ଜଣାନ୍ତି ନିଜର ଦୁଃଖ

ଭଗବାନ ଶ୍ରୀଗଣେଶ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ବିଘ୍ନହର୍ତ୍ତା। ତେବେ ସାରାଦେଶରେ ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସମସ୍ତ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି, ରାଜସ୍ଥାନସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର। ଏହି ମନ୍ଦିର ସାୱାଇ ମାଧପୁରରୁ ୧୨ କି.ମି ଦୂରରେ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଯେ , ଦେଶ ବ୍ୟାପି ଶ୍ରଦ୍ଧାଳୁ ଏଠାକୁ ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ପ୍ରତିଦିନ ଡାକ ଜରିଆରେ ଶହ ଶହ ଚିଠି ଏଠାକୁ ଆସେ। ସମସ୍ତ ଚିଠିରେ ତ୍ରିନେତ୍ର ଗଣେଶଙ୍କ ଠିକଣା ଲେଖା ହୋଇଥାଏ। ହିନ୍ଦୀ ଓ ଇଂରାଜୀର ପତ୍ରଗୁଡ଼ିକ ମନ୍ଦିରର ପୁଜାରୀ ଭଗବାନଙ୍କ ସାମ୍ନାରେ ପଢ଼ିଥା’ନ୍ତି। ଅନ୍ୟ କୌଣସି ଭାଷାରେ ହେଲେ ପୂଜାରୀ କେବଳ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖିଦିଅନ୍ତି।

ଭଗବାନ ତ୍ରିନେତ୍ର ଗଣେଶଙ୍କୁ ବାହାଘର ନିମନ୍ତ୍ରଣ ପତ୍ର ପଠାଇଲେ ସମସ୍ତ କାର୍ଯ୍ୟ ବିଘ୍ନ ବିନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏଠାକାର ଆଖପାଖ ଅଞ୍ଚଳରେ କାହାରି ବାହାଘର ହେଲେ ପ୍ରଥମ ନିମନ୍ତ୍ରଣ ପତ୍ର ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟକୁ ଆସିଥାଏ। ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ଗଣେଶ ମନ୍ଦିର, ଯେଉଁଠି ଶ୍ରୀଗଣେଶଙ୍କ ତିନୋଟି ନେତ୍ର ଅଛି। ଏଠାରେ ଭଗବାନ ଗଣେଶ ପୂରା ପରିବାର ଅର୍ଥାତ୍‌ ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଏବଂ ଦୁଇ ପୁତ୍ର ଶୁଭ ଓ ଲାଭଙ୍କ ସହ ବିରାଜମାନ କରିଛନ୍ତି। ଭଗବାନ ଗଣେଶଙ୍କ ବାହନ ମୂଷିକ ମଧ୍ୟ ଏଠାରେ ବିରାଜମାନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଭଗବାନ ଗଣେଶଙ୍କ ତୃତୀୟ ନେତ୍ରକୁ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ମନ୍ଦିରଟି ୧୪୭୯ ଫୁଟ ଉଚ୍ଚରେ ଆରାବଳୀ ଏବଂ ବିନ୍ଧ୍ୟାଚଳ ପର୍ବତରେ ଅବସ୍ଥିତ। ତ୍ରିଲୋଚନ ଗଣେଶଙ୍କୁ ଦର୍ଶନ କରିବାକୁ ହେଲେ, ଅନେକ ଶିଡ଼ି ଚଢ଼ିବାକୁ ପଡ଼ିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp