ଆଜି ପବିତ୍ର ସୀତା ନବମୀ
ଆଜି ପବିତ୍ର ସୀତା ନବମୀ। ବୈଶାଖ ମାସ ଶୁକ୍ଳ ନବମୀକୁ ସୀତା ନବମୀ ବୋଲି କୁହାଯାଏ। ଧାର୍ମିକ ମାନ୍ୟତାନୁସାରେ, ମା’ ସୀତା ପୃଥିବୀରେ ଜନ୍ମ ହୋଇଥିଲେ। ତେଣୁ ଏହି ଦିନଟିକୁ ସୀତା ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ସୀତା ନବମୀକୁ ‘ଜାନକୀ ନବମୀ’ ମଧ୍ୟ କୁହାଯାଏ। ସେହିପରି ପ୍ରତ୍ୟେକ ଭାରତୀୟ ନାରୀ ମା’ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି। ରାମ ନବମୀର ମାସେ ପରେ ପଡ଼ିଥାଏ ସୀତା ନବମୀ। ସେହିପରି ରାମ ନବମୀରେ ଶ୍ରୀରାମଙ୍କ […]
ଆଜି ପବିତ୍ର ସୀତା ନବମୀ। ବୈଶାଖ ମାସ ଶୁକ୍ଳ ନବମୀକୁ ସୀତା ନବମୀ ବୋଲି କୁହାଯାଏ। ଧାର୍ମିକ ମାନ୍ୟତାନୁସାରେ, ମା’ ସୀତା ପୃଥିବୀରେ ଜନ୍ମ ହୋଇଥିଲେ। ତେଣୁ ଏହି ଦିନଟିକୁ ସୀତା ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ସୀତା ନବମୀକୁ ‘ଜାନକୀ ନବମୀ’ ମଧ୍ୟ କୁହାଯାଏ। ସେହିପରି ପ୍ରତ୍ୟେକ ଭାରତୀୟ ନାରୀ ମା’ ସୀତାଙ୍କୁ ସର୍ବଶ୍ରେଷ୍ଠ ଆଦର୍ଶ ରୂପେ ଗ୍ରହଣ କରିଥାନ୍ତି।
ରାମ ନବମୀର ମାସେ ପରେ ପଡ଼ିଥାଏ ସୀତା ନବମୀ। ସେହିପରି ରାମ ନବମୀରେ ଶ୍ରୀରାମଙ୍କ ପୂଜା ଦ୍ବାରା ଯେଉଁ ଫଳ ମିଳେ, ଠିକ୍ ସେମିତି ସୀତା ନବମୀରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ସମାନ ଫଳ ପ୍ରାପ୍ତି ହୁଏ। ମା’ ସୀତା ହେଲେ ମହାଲକ୍ଷ୍ମୀଙ୍କ ସ୍ବରୂପ। ଏହି ପବିତ୍ର ଦିନରେ ମା’ ସୀତା ଏବଂ ଶ୍ରୀରାମଙ୍କୁ ପୂଜା କଲେ ସୁଖୀ ଦାମ୍ପତ୍ୟ ଜୀବନର ଆଶୀର୍ବାଦ ପ୍ରାପ୍ତ ହୁଏ। ଏହା ସହ ସମସ୍ତ ମନୋକାମନା ପୂରଣ ହୁଏ।
ଏହିଦିନ ସଧବା ନାରୀ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ତଥା ପରିବାରର ସୁଖଶାନ୍ତି ପାଇଁ ବ୍ରତ ରଖନ୍ତି। ଏହାବାଦ୍ ସୀତା ନବମୀରେ ପୂଜାପାଠ କରିବା ପରେ ଦାନ କରିବା ଉଚିତ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପରେ ଦାନ କରିବାର ପରମ୍ପରା ଅଛି। ଏଣୁ ଏହିଦିନ ଦାନ କରାଯାଉଥିବା ଦାନ ଦ୍ବାରା କନ୍ୟାଦାନ ଏବଂ ଚାରିଧାମ ତୀର୍ଥଯାତ୍ରା ସମାନ ଫଳ ପ୍ରାପ୍ତ ହୁଏ। ପୌରାଣିକ ମାନ୍ୟତାନୁସାରେ, ମିଥିଳା ରାଜା ଜନକ ନିଜ ଜମିରେ ହଳ କରୁଥିଲେ। ସେହି ସମୟରେ ସେ ମା’ ସୀତାଙ୍କୁ ପାଇଥିଲେ। ସେବେଠାରୁ ସୀତା ଜନକ ନନ୍ଦିନୀ ଜାନକୀ ଭାବେ ପରିଚିତ।