ଭାରତର ରହସ୍ଯମୟ ମନ୍ଦିର, ବର୍ଷକୁ ଖୋଲାଯାଏ କେବଳ ୫ ଘଣ୍ଟା

The Sakala Picture
Published On

ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏହି ରହସ୍ଯର କାରଣ ଆଜି ଯାଏ ମଧ୍ଯ ଜଣାପଡି ନାହିଁ। ରହସ୍ୟ ଯୋଗୁଁ ଏହି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କେତେକ ମନ୍ଦିର ସେମାନଙ୍କର ଅନନ୍ୟ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ ଘଟୁଥିବା ଆଶ୍ଚର୍ଯ୍ଯକର ଘଟଣା ଯୋଗୁଁ ଅନ୍ଯକେତେକ ମନ୍ଦିର ସାରା ବିଶ୍ୱରେ ଲୋକପ୍ରିୟ। ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ […]

ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏହି ରହସ୍ଯର କାରଣ ଆଜି ଯାଏ ମଧ୍ଯ ଜଣାପଡି ନାହିଁ। ରହସ୍ୟ ଯୋଗୁଁ ଏହି ମନ୍ଦିରଗୁଡ଼ିକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। କେତେକ ମନ୍ଦିର ସେମାନଙ୍କର ଅନନ୍ୟ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ ଘଟୁଥିବା ଆଶ୍ଚର୍ଯ୍ଯକର ଘଟଣା ଯୋଗୁଁ ଅନ୍ଯକେତେକ ମନ୍ଦିର ସାରା ବିଶ୍ୱରେ ଲୋକପ୍ରିୟ। ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ସ୍ୱତନ୍ତ୍ର। ବିଶେଷ କଥା ହେଉଛି ଏହି ମନ୍ଦିର ବର୍ଷରେ ମାତ୍ର ପାଞ୍ଚ ଘଣ୍ଟା ପାଇଁ ଖୋଲା ହୋଇଥାଏ। ଏହା ସହିତ ମହିଳାମାନଙ୍କ ପାଇଁ ମଧ୍ୟ ଅନେକ ବିଶେଷ ନିୟମ ରହିଛି।

ଆମେ ନିରଈ ମାତା ମନ୍ଦିର ବିଷୟରେ କହୁଛୁ। ଏହି ମନ୍ଦିର ଛତିଶଗଡର ଗାରିଆବନ୍ଦ ଜିଲ୍ଲା ମୁଖ୍ୟାଳୟଠାରୁ ୧୨ କିଲୋମିଟର ଦୂରରେ ଏକ ପାହାଡ ଉପରେ ଅବସ୍ଥିତ। ନିରଈ ମାତା ନଡିଆ ଏବଂ ଧୂପକାଠିରେ  ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି।

ସାଧାରଣତଃ ମନ୍ଦିର ମାନଙ୍କ ଦେବା ଦେବୀଙ୍କୁ  ପ୍ରତ୍ଯେକ ଦିନ ପୂଜା କରାଯାଇଥାଏ। କିନ୍ତୁ ନିରଈ ମାତାଙ୍କ ମନ୍ଦିରରେ କେବଳ ଚୈତ୍ର ନବରାତ୍ରୀରେ ୫ ଘଣ୍ଟା ପାଇଁ ଖୋଲାଯାଇଥାଏ। ସକାଳ ୪ ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ମାଆଙ୍କ ଦର୍ଶନ ମିଳିଥାଏ।  ବାକି ଦିନରେ ଭକ୍ତଙ୍କୁ ଏଠାକୁ ଆସିବା ନିଷେଧ । ଯେଉଁ ଦିନ ଏହି ମନ୍ଦିର ଖୋଲେ, ହଜାର ହଜାର ଲୋକ ମାଆଙ୍କୁ ଦର୍ଶନ ପାଇଁ ଏଠାରେ ପହଞ୍ଚିଥାନ୍ତି।

ପ୍ରତିବର୍ଷ ନବରାତ୍ରୀ ସମୟରେ ମା’ଙ୍କ ମନ୍ଦିରରେ ଆଲୌକିକ ଘଟଣା ଦେଖିବାକୁ ମିଳେ। ମାଆଙ୍କ ମନ୍ଦିରର ଜ୍ଯୋତି ଆପେ ଆପେ ଜଳିଥାଏ। ଏହି ଚମତ୍କାର କିପରି ଘଟେ ଆଜି ପର୍ଯ୍ୟନ୍ତ ଏହାର ରହସ୍ଯ ଜଣାପଡି ନାହିଁ।  ଗ୍ରାମବାସୀ କହିବା ଆନୁଯାୟୀ, ନିରଈ ଦେବୀଙ୍କର ଏହା ଏକ ଚମତ୍କାର । ବିନା ତେଲ ଓ ଘିଅରେ ଏହା  ୯ଦିନ ପର୍ଯ୍ୟନ୍ତ ଜଳିଥାଏ।

ମହିଳାମାନଙ୍କୁ ନିରଈ ମାତା ମନ୍ଦିରରେ ପ୍ରବେଶ ଓ ପୂଜା କରିବାକୁ ଅନୁମତି ନାହିଁ । ଏଠାରେ କେବଳ ପୁରୁଷମାନେ ପୂଜାପାଠ ରୀତିନୀତି କରନ୍ତି । ଏମିତିକୁ ମହିଳାମାନଙ୍କୁ ଏହି ମନ୍ଦିରର ପ୍ରସାଦ ଖାଇବା ମଧ୍ଯ ନିଷେଧ। କୁହାଯାଏ ଯେ, ଯଦି ମହିଳାମାନେ ମନ୍ଦିରର ପ୍ରସାଦ ଖାଆନ୍ତି, ତେବେ ସେମାନଙ୍କ ସହିତ କିଛି ଅଘଟଣ ଘଟିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp