ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା;  ରୂପ ଏକ, କଥା ଅନେକ…

The Sakala Picture
Published On

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀବିରଜା ଭାରତବର୍ଷର ପ୍ରସିଦ୍ଧ ଏକାବନ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଓ ପ୍ରାଚୀନତମ। ଦେବୀଙ୍କର ମୂର୍ତ୍ତି ଦ୍ବିଭୁଜା ଓ ଦଶବର୍ଷୀୟା କୁମାରୀ କନ୍ୟାପରି କମନୀୟା। ଦେବୀ ବାମହସ୍ତରେ ମହିଷ ପଶୁର ପୁଚ୍ଛକୁ ଧରି ଦକ୍ଷିଣ ହସ୍ତରେ ତ୍ରିଶୂଳଦ୍ବାରା ତାହାର ପୃଷ୍ଠଭାଗକୁ ବିଦ୍ଧ କରିଛନ୍ତି। ତାଙ୍କର କପାଳରେ ଗଣେଶ-ସର୍ପରାଜ ଅନନ୍ତ-ଯୋନି-ଲିଙ୍ଗ ଓ ଚନ୍ଦ୍ରର ପଞ୍ଚମୁଦ୍ରା ଶୋଭାଯାଉଛି। ବିଶେଷତ୍ବ ହେଉଛି ଯେ, ଶକ୍ତି ସଂସ୍କୃତିରେ ଚତୁର୍ଭୁଜାଠାରୁ ଅଷ୍ଟାଦଶଭୁଜା ମୂର୍ତ୍ତି ଦୃଷ୍ଟିଗୋଚର ହେଉଥିବା ବେଳେ କେବଳ ବିରଜା ଦେବୀ […]

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀବିରଜା ଭାରତବର୍ଷର ପ୍ରସିଦ୍ଧ ଏକାବନ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଓ ପ୍ରାଚୀନତମ। ଦେବୀଙ୍କର ମୂର୍ତ୍ତି ଦ୍ବିଭୁଜା ଓ ଦଶବର୍ଷୀୟା କୁମାରୀ କନ୍ୟାପରି କମନୀୟା। ଦେବୀ ବାମହସ୍ତରେ ମହିଷ ପଶୁର ପୁଚ୍ଛକୁ ଧରି ଦକ୍ଷିଣ ହସ୍ତରେ ତ୍ରିଶୂଳଦ୍ବାରା ତାହାର ପୃଷ୍ଠଭାଗକୁ ବିଦ୍ଧ କରିଛନ୍ତି। ତାଙ୍କର କପାଳରେ ଗଣେଶ-ସର୍ପରାଜ ଅନନ୍ତ-ଯୋନି-ଲିଙ୍ଗ ଓ ଚନ୍ଦ୍ରର ପଞ୍ଚମୁଦ୍ରା ଶୋଭାଯାଉଛି। ବିଶେଷତ୍ବ ହେଉଛି ଯେ, ଶକ୍ତି ସଂସ୍କୃତିରେ ଚତୁର୍ଭୁଜାଠାରୁ ଅଷ୍ଟାଦଶଭୁଜା ମୂର୍ତ୍ତି ଦୃଷ୍ଟିଗୋଚର ହେଉଥିବା ବେଳେ କେବଳ ବିରଜା ଦେବୀ ଦ୍ବିଭୂଜା ଅଟନ୍ତି। ଅନନ୍ୟ ଭୁଜା କଳାକୃତିର ସାକାର କଳ୍ପନା ମଧ୍ୟରେ ବିରଜାଙ୍କ ବିରଳମୂର୍ତ୍ତି ସ୍ବରୂପ ଏକ, କିନ୍ତୁ ପୁରାଣ ପୃଷ୍ଠାରେ ଅଙ୍କିତ ହୋଇଛି ଅନେକ କଥା, ରହସ୍ୟମୟ ତଥ୍ୟ ଓ ଦାର୍ଶନିକ ତତ୍ତ୍ବ।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ସ୍ତମ୍ଭେଶ୍ବରୀଙ୍କ ପ୍ରତୀକ ପୂଜାରୁ ପ୍ରତିମା ରୂପରେ ବିରଜା

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

ପ୍ରାଚୀନ ଯୁଗରେ ପ୍ରକୃତିର ଉପାସନା କରୁଥିବା ଭାରତର ଆଦିମ ଅଧିବାସୀମାନେ ଯେଉଁ ସ୍ତମ୍ଭେଶ୍ବରୀଙ୍କୁ ପୂଜା କରୁଥିଲେ, ସେହି ପରମ୍ପରାରେ ସଂସ୍କାରିତ ବିଗ୍ରହ ହେଉଛନ୍ତି ଶ୍ରୀବିରଜାଦେବୀ। ବର୍ତ୍ତମାନ ମଧ୍ୟ ସିଂହାସନରେ ଦେବୀଙ୍କ ଦକ୍ଷିଣ ପାର୍ଶ୍ବରେ ତଥା ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ  ରୁପା ତଥା ନାନାରତ୍ନମଣ୍ଡିତ ଓ ପଟ୍ଟବସ୍ତ୍ର ବେଷ୍ଟିତ ଏକ କାଷ୍ଠଦଣ୍ଡ ପୂଜା ପାଉଛନ୍ତି। ଶାରଦୀୟ ପୂଜା ସମୟରେ ସିଂହଧ୍ବଜ ରଥରେ ସେହି କାଷ୍ଠଦଣ୍ଡ ଦେବୀଙ୍କ ବିଜେ ପ୍ରତିମା ରୂପେ ବିରାଜମାନ କରନ୍ତି।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

ମହାଭାରତ ପୃଷ୍ଠାରେ ପୃଥିବୀମାତା ରୂପରେ ବିରଜା

ପୁରାଣପୁରୁଷ ବ୍ୟାସଦେବଙ୍କ ରଚିତ ସଂସ୍କୃତ ମହାଭାରତର ଏକଶହ ଚଉଦ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଯେ, ପ୍ରାଚୀନ ଯୁଗରେ ସ୍ବୟଂ ବ୍ରହ୍ମା ବିରଜଃକ୍ଷେତ୍ରରେ ଏକ ଯଜ୍ଞ ଅନୁଷ୍ଠାନ କରିଥିଲେ। ଯଜ୍ଞର ପୁରୋଧା କଶ୍ୟପମୁନିଙ୍କୁ ଦକ୍ଷିଣାରୂପରେ ପୃଥ୍ବୀମାତାଙ୍କୁ ଦିଆଯାଇଥିଲା। ମର୍ତ୍ତ୍ୟର ଜଣେ ମାନବଙ୍କୁ ପ୍ରଦାନ କରାଯାଉଥିବାରୁ ପୃଥିବୀମାତା କୁପିତା ହୋଇ ପାତାଳଗାମୀ ହେଲେ। ତାହାପରେ କଶ୍ୟପମୁନିଙ୍କ ପ୍ରାର୍ଥନାରେ ସେ ସନ୍ତୁଷ୍ଟ ହୋଇ ବେଦୀ ରୂପରେ ପ୍ରକାଶିତ ହେଲେ। ସେହି ବେଦୀରୂପିଣୀ ପୃଥିବୀମାତା ପରବର୍ତ୍ତୀ ସମୟରେ ବିରଜା ନାମରେ ଅଭିହିତ ହେଲେ।

ବାୟୁପୁରାଣ ପୁଷ୍ଠାରେ ପିତୃ କନ୍ୟାରୂପେ ବିରଜା

ସର୍ବ ପ୍ରାଚୀନ ବାୟୁପୁରାଣ ମତରେ ଆଜ୍ୟପା ନାମକ ପିତୃଗଣଙ୍କର ମାନସୀ କନ୍ୟା ହେଉଛନ୍ତି ବିରଜା। ସେହି ଦୃଷ୍ଟିରୁ ନାଭିଗୟାରେ ପିଣ୍ଡଦାନ ପରେ ପିଣ୍ଡଦାତା ପିତୃକନ୍ୟା ବିରଜାଙ୍କୁ ଦର୍ଶନ କରି ଶ୍ରାଦ୍ଧ ବିଧିକୁ ସମ୍ପନ୍ନ କରିଥା’ନ୍ତି।

ବିରଜାକ୍ଷେତ୍ର ମାହାତ୍ମ୍ୟରେ ବ୍ରହ୍ମାଗ୍ନିଜାତା ବିରଜା

ସ୍ଥଳପୁରାଣ ବିରଜାକ୍ଷେତ୍ର ମାହାତ୍ମ୍ୟର ବର୍ଣ୍ଣନାରୁ ଜଣାଯାଏ ଯେ, ଭଗବାନ ବିଷ୍ଣୁଙ୍କ ପ୍ରତି ଦ୍ରୋହ କାରଣରୁ ପିତାମହ ବ୍ରହ୍ମା ଅପୂଜ୍ୟ ହେବାର ଅଭିଶାପ ପାଇଥିଲେ। ଏହି ଶାପରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କ ପରାମର୍ଶରେ ସେ ପୁଣ୍ୟତୋୟା ବୈତରଣୀତଟସ୍ଥିତ ବିରଜଃକ୍ଷେତ୍ରରେ ଏକ ବିଶାଳ ଯଜ୍ଞର ଆୟୋଜନ କରିଥିଲେ। ଯଜ୍ଞର ଦକ୍ଷିଣାଗ୍ନି କୁଣ୍ଡରୁ ପ୍ରଭୁ ଶଙ୍କର ଆବିର୍ଭୂତ ହୋଇ ଈଶାନେଶ୍ବର ନାମରେ ଏଠାରେ ଅବସ୍ଥାନ କଲେ ଏବଂ ମାର୍ହପତ୍ୟ ଅଗ୍ନିକୁଣ୍ଡରୁ ଜ୍ୟୋତି ରୂପରେ ଭଗବତୀ ବିରଜା ପ୍ରକାଶିତ ହୋଇ ଏଠାରେ ଈଶାନେଶ୍ବରଙ୍କ ସହିତ କ୍ଷେତ୍ର ଲକ୍ଷ୍ମୀ ରୂପରେ ବାସ କଲେ। ଫଳରେ ଏହି ପୁଣ୍ୟଭୂମି ଅବିମୁକ୍ତ କ୍ଷେତ୍ରର ମର୍ଯ୍ୟାଦା ଲାଭ କରି ଶକ୍ତି ସଂସ୍କୃତିେର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟିକଲା।

ଦେବୀ ଭାଗବତରେ ବିନ୍ଧ୍ୟେଶ୍ବରୀ ରୂପରେ ବିରଜା

ଆର୍ଯ୍ୟ ଧର୍ମର ମହାନ ପ୍ରଚାରକ ଅଗସ୍ତ୍ୟ ମୁନିକଙ୍କ ଆଗମନରେ ବିରଜା କ୍ଷେତ୍ରର ଆଦିମ ଅଧିବାସୀମାନେ ପ୍ରଭାବିତ ହୋଇ ତାଙ୍କୁ ସସମ୍ମାନେ ଗୁରୁ ରୂପରେ ଓ ତାଙ୍କ ପତ୍ନୀ ଲୋପାମୁଦ୍ରାଙ୍କୁ ଗୁରୁମାତା ରୂପେ ଗ୍ରହଣ କରିଥିଲେ। ମହର୍ଷିଙ୍କର ଦାକ୍ଷିଣାତ୍ୟ ଯାତ୍ରାରେ କିଛି କାଳପରେ ଗୁରୁମାତାଙ୍କ ଦେହାନ୍ତ ଘଟିବାରୁ ଶିଷ୍ୟମାନେ ତାଙ୍କୁ ବିନ୍ଧ୍ୟେଶ୍ବରୀ ରୂପରେ ପୂଜା କଲେ। ପରବର୍ତ୍ତୀ ସମୟରେ ସେହି ବିନ୍ଧ୍ୟେଶ୍ବରୀ ସ୍ବାୟମ୍ଭୁବମନୁଙ୍କ ଦ୍ବାରା ସଂସ୍କାରିତ ହୋଇ ବିରଜେଶ୍ବରୀ ନାମରେ ପରିଚିତ ହେଲେ।
ବ୍ରହ୍ମବୈବର୍ତ୍ତ ପୁରାଣରେ ବିରଜା ଶ୍ରୀକୃଷ୍ଣଙ୍କର ସଖୀରୂପରେ ଏବଂ ତନ୍ତ୍ର ସାହିତ୍ୟ ପୃଷ୍ଠାର ଉଡ୍ଡୀୟମାନ ପୀଠର ଅଧିଶ୍ବରୀ ଭାବେ ସେ ପରିଚିତ ହୋଇଛନ୍ତି। ତାଙ୍କର ମୂର୍ତ୍ତି ଓ ସ୍ବରୂପ ଭାରତୀୟ ଶାକ୍ତ ଧାରାରେ ପ୍ରଥମ ଓ ଅନନ୍ୟ ବୋଲି ସ୍ବୀକୃତ ହୋଇଛି। ବିବର୍ତ୍ତନ କ୍ରମରେ ବିରଜାଙ୍କ ଏକରୂପ ମଧ୍ୟରେ ଅନେକ କଥାର ରହସ୍ୟ ଲୁଚି ରହିଛି।

13 Dec 2022 By The Sakala

https://www.thesakala.in/religion/goddess-of-jajpur-maa-birajadevi/article-17311
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର