ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଶ୍ରୀଗଣେଶଙ୍କ ପୂଜାରେ କେବେ ବି କରନ୍ତୁନି ଏହିସବୁ ଭୁଲ୍‌…

The Sakala Picture
Published On

ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଯେ, ଗଣେଶଙ୍କ ପୂଜା କରିବା ଦ୍ୱାରା ବଡ଼ବଡ଼ ସଙ୍କଟ ଦୂର ହୁଏ। ତେଣୁ ଶ୍ରୀଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ। ତେଣୁ ତାଙ୍କ ପୂଜାରେ କିଛି ତ୍ରୁଟି ରହିବା ଉଚିତ ନୁହେଁ। ନଚେତ୍‌ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପୂଜା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରି। ଅରୁଆ ଚାଉଳ ବା ଅକ୍ଷତକୁ ସୁଖ ସମୃଦ୍ଧିର […]

ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଯେ, ଗଣେଶଙ୍କ ପୂଜା କରିବା ଦ୍ୱାରା ବଡ଼ବଡ଼ ସଙ୍କଟ ଦୂର ହୁଏ। ତେଣୁ ଶ୍ରୀଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ। ତେଣୁ ତାଙ୍କ ପୂଜାରେ କିଛି ତ୍ରୁଟି ରହିବା ଉଚିତ ନୁହେଁ। ନଚେତ୍‌ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପୂଜା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରି।

  • ଅରୁଆ ଚାଉଳ ବା ଅକ୍ଷତକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଶ୍ରୀଗଣେଶଙ୍କ ପୂଜାରେ ଭାଙ୍ଗି ଯାଇଥିବା ଅକ୍ଷତକୁ ବ୍ୟବହାର କରନ୍ତୁ ନାହିଁ।
  • ଶ୍ରୀଗଣେଶଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।
  • ଶ୍ରୀଗଣେଶଙ୍କ ପୂଜାରେ ଲାଲ୍‌ ସିନ୍ଦୂର ଓ ଲାଲ୍‌ ରଙ୍ଗର ଫୁଲ ବ୍ୟବହାର କରାଯାଏ। ଶ୍ରୀଗଣେଶଙ୍କୁ ଦୂବ ଅର୍ପଣ କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।
  • ଶୁଖିଯାଇଥିବା କିମ୍ବା ବାସି ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ପରିବାରରେ ଦରିଦ୍ରତା ଆସିଥାଏ।
  • ଏକ ପୌରାଣିକ କଥା ଅନୁଯାୟୀ, ଚନ୍ଦ୍ର ଏକଦା ଶ୍ରୀଗଣେଶଙ୍କ ଉପହାସ କରିଥିଲେ। ତେଣୁ ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ଧଳାଫୁଲର ସମ୍ପର୍କ ଚନ୍ଦ୍ର ସହିତ ଥିବାରୁ ଶ୍ରୀଗଣେଶଙ୍କ ପୂଜାରେ ଧଳାଫୁଲ ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଧଳା ବସ୍ତ୍ର କିମ୍ବା କୌଣସି ଧଳା ରଙ୍ଗର ପୂଜାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
04 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp