ଟ୍ରମ୍ପ୍‌ଙ୍କ ଆଉ ଏକ ଝଟ୍‌କା : ଭାରତରୁ ଚିଙ୍ଗୁଡ଼ି ଆମଦାନୀ ବନ୍ଦ କରିବ ଆମେରିକା, ୧୬୦୦ କୋଟିର କ୍ଷତି ସହିବ ଓଡ଼ିଶା

The Sakala Picture
Published On

ୱାଶିଂଟନ୍‌ : ଏଚ୍‌-୧ବି ଭିସା ପରେ ଭାରତକୁ ଆଉ ଏକ ବଡ଼ ଧକ୍କା ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା। ଲୁଇସିଆନାର ଚିଙ୍ଗୁଡ଼ି ଏବଂ କ୍ୟାଟ୍‌ଫିସ୍‌ ଶିଳ୍ପକୁ ସୁରକ୍ଷା ଦେବାକୁ ଯାଇ ଟ୍ରମ୍ପ୍‌ ପ୍ରଶାସନ ଭାରତରୁ ଚିଙ୍ଗୁଡ଼ି ଆମଦାନୀ ଉପରେ କଟକଣା ଲଗାଇବେ ବୋଲି ସୂଚନା ମିଳିଛି। ଫଳରେ ଚିଙ୍ଗୁଡ଼ି ଶିଳ୍ପ ସହ ଜଡ଼ିତ ଦେଶର ପ୍ରାୟ ୧୫ ଲକ୍ଷ ଲୋକ ପ୍ରଭାବିତ ହେବେ । ଅନୁରୂପ ଭାବରେ ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଓଡ଼ିଶା ପ୍ରତ୍ୟକ୍ଷ ଭାବରେ […]

ୱାଶିଂଟନ୍‌ : ଏଚ୍‌-୧ବି ଭିସା ପରେ ଭାରତକୁ ଆଉ ଏକ ବଡ଼ ଧକ୍କା ଦେବାକୁ ପ୍ରସ୍ତୁତ ହେଉଛି ଆମେରିକା। ଲୁଇସିଆନାର ଚିଙ୍ଗୁଡ଼ି ଏବଂ କ୍ୟାଟ୍‌ଫିସ୍‌ ଶିଳ୍ପକୁ ସୁରକ୍ଷା ଦେବାକୁ ଯାଇ ଟ୍ରମ୍ପ୍‌ ପ୍ରଶାସନ ଭାରତରୁ ଚିଙ୍ଗୁଡ଼ି ଆମଦାନୀ ଉପରେ କଟକଣା ଲଗାଇବେ ବୋଲି ସୂଚନା ମିଳିଛି। ଫଳରେ ଚିଙ୍ଗୁଡ଼ି ଶିଳ୍ପ ସହ ଜଡ଼ିତ ଦେଶର ପ୍ରାୟ ୧୫ ଲକ୍ଷ ଲୋକ ପ୍ରଭାବିତ ହେବେ । ଅନୁରୂପ ଭାବରେ ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଓଡ଼ିଶା ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ହେବ ଓ ଓଡ଼ିଶାରୁ ଆମେରିକାକୁ ବାର୍ଷିକ ରପ୍ତାନୀ ହେଉଥିବା ୧୬୦୦ କୋଟିର ଚିଙ୍ଗୁଡ଼ି କାରବାର ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ପରେ ଦେଶର ଚିଙ୍ଗୁଡ଼ି (ସମୁଦ୍ରିକ ଖାଦ୍ୟ) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଛି। ଏହି ଶିଳ୍ପ ସହିତ ଜଡିତ ପ୍ରାୟ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ ପଡ଼ିଛି। ଏହି ସମସ୍ୟା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ୨୦୨୪-୨୫ ମସିହାରେ ଓଡ଼ିଶା ୪,୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରିଥିଲା। ଏହି ରପ୍ତାନିର ପ୍ରାୟ ଏକ ତୃତୀୟାଂଶ କେବଳ ଆମେରିକାକୁ ହୋଇଥିଲା। ଏହି ସମୟରେ ଆମେରିକା ପ୍ରଶାସନର ଚିଙ୍ଗୁଡ଼ି ଆମଦାନୀ କଟକଣା ରପ୍ତାନିକାରୀ, ମତ୍ସ୍ୟଜୀବୀ ଏବଂ ସରକାରଙ୍କୁ ଚିନ୍ତାରେ ପକାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୦୪-୦୫ ରେ ରାଜ୍ୟର ଚିଙ୍ଗୁଡ଼ି ରପ୍ତାନି ୩୦୦-୪୦୦ କୋଟି ମଧ୍ୟରେ ରହିଥିଲା। ୨୦୨୪-୨୫ରେ ଏହା ୪,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତରୁ ଚିଙ୍ଗୁଡ଼ି ଆମେରିକା, ୟୁରୋପ, ରୁଷ, ଜାପାନ ଏବଂ ଅନ୍ୟାନ୍ୟ ବିକଶିତ ଦେଶଗୁଡ଼ିକୁ କରାଯାଉଛି ଏବଂ ଏହାର ସିଂହଭାଗ କେବଳ ଆମେରିକାକୁ ପଠାଯାଉଛି। ଭାରତରୁ ବାର୍ଷିକ ୯ ଲକ୍ଷ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦିତ ହୋଇଥାଏ, ଯାହା ସାରା ବିଶ୍ୱରୁ ଉତ୍ପାଦିତ ଚିଙ୍ଗୁଡ଼ିର ୪୦%।

ସମ୍ପ୍ରତି ଆମେରିକୀୟ ସେନେଟରମାନେ ଭାରତୀୟ ଚିଙ୍ଗୁଡ଼ି ରପ୍ତାନି ଉପରେ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ରିପବ୍ଲିକାନ୍‌ ସେନେଟର ବିଲ୍‌ କାସିଡି ଏବଂ ସିଣ୍ଡି ହାଇଡ୍‌-ସ୍ମିଥ୍‌ ଆମେରିକୀୟ କଂଗ୍ରେସରେ ‘ଇଣ୍ଡିଆ ଚିଙ୍ଗୁଡ଼ି ଟାରିଫ୍‌ ବିଲ୍‌’ ଆଗତ କରିଛନ୍ତି। ଭାରତ ଅନୁଚିତ ବାଣିଜ୍ୟ ଅଭ୍ୟାସ ମାଧ୍ୟମରେ ଆମେରିକା ବଜାରରେ ଚିଙ୍ଗୁଡ଼ି ବିକ୍ରି କରୁଛି, ଯାହା ଦ୍ୱାରା ଲୁଇସିଆନାର ଚିଙ୍ଗୁଡ଼ି ଏବଂ କ୍ୟାଟ୍‌ଫିସ୍‌ ଶିଳ୍ପକୁ ଯଥେଷ୍ଟ କ୍ଷତି ପହଞ୍ଚୁଥିବା ଏଥିରେ ଉଲ୍ଲେଖ ରହିଛି। ଆମେରିକୀୟ ସେନେଟରମାନେ ଏହି ବିଲ୍‌ ସାମୁଦ୍ରିକ ଖାଦ୍ୟ ଶିଳ୍ପ ଏବଂ ହଜାର ହଜାର ନିଯୁକ୍ତିକୁ ସୁରକ୍ଷା ଦେବ ବୋଲି ଦାବି କରିଛନ୍ତି।

About The Author

ସମ୍ବନ୍ଧିତ ଖବର