ସୁବର୍ଣ୍ଣପୁର
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ପୂର୍ନୀ କନ୍ଦାରୁ ଜୀବିକା ଧନ୍ଦା ପାଲଟିଛି ଗରିବଙ୍କ ରୋଜଗାର ମାଧ୍ୟମ
Published On
By The Sakala
ସୁବର୍ଣ୍ଣପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରରେ ପାରମ୍ପରିକ ଖାଦ୍ୟ ପୂର୍ନୀ କନ୍ଦାର ବହୁତ ଚାହିଦା ରହିଛି। ପଦ୍ମଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂର୍ନୀ କନ୍ଦା କୁହାଯାଏ। ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ। ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ୍ ଆକୃତି ଇଷତ ମାଟିଆ ରଙ୍ଗର ଏହି […]
ବିଦ୍ୟୁତ କର୍ମଚାରୀଙ୍କ ଗାଡି- ହାଇୱା ଧକ୍କା, ୩ ମୃତ
Published On
By The Sakala
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଦ୍ୟୁତ୍ କର୍ମଚାରୀଙ୍କ ଗାଡ଼ିକୁ ଏକ ହାଇୱା ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବିଦ୍ୟୁତ କର୍ମଚାରୀଙ୍କ ଗାଡି ବୋଲେରୋ ଓ ସାମ୍ନାପଟୁ ଆସୁଥିବା ଏକ ହାଇୱା ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋରେ ଥିବା ୩ ବିଦ୍ୟୁତ୍ କର୍ମଚାରୀ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ASI, ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ
Published On
By The Sakala
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ। ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ […]
ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର, ଋଣ କରାଇଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ
Published On
By The Sakala
ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫ ହଜାର ଲାଞ୍ଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ଅନୁସାରେ ସୁନିଲ କୁମାର ମିଶ୍ର ପିଏମ୍ଇଜିପି ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ […]
ପ୍ରକୃତିର ଅପାର ଦାନ: ଦେଉଳଝରି
Published On
By The Sakala
ସୁବର୍ଣ୍ଣପୁର (ଧରଣୀଧର ମିଶ୍ର): ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର ମଧ୍ୟ ଭାଗରେ ରହିଛି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଦେଉଳଝରି। ଜଙ୍ଗଲ, ପର୍ବତ, ଝରଣା ସହ ପକ୍ଷୀଙ୍କ କାକଳି ଦେଉଳଝରିକୁ ଆକର୍ଷଣୀୟ କରି ଗଢି ତୋଳିଥିଲେ ମଧ୍ୟ ଏଯାଏଁ ଦେଉଳଝରିରେ ବିକାଶର ସୂର୍ଯ୍ୟ ଉଦୟ ହୋଇନି। ଅଗନା ଅଗନି ଜଙ୍ଗଲ ଭିତରେ ସୁଉଚ୍ଚ ପର୍ବତମାଳା। ଖୁବ୍ ମନୋରମ ପରିବେଶ। ଏହାରି ଭିତରେ ଠିକ ଦେଉଳ ଭଳି ଏକ ପାହାଡ଼ ରହିଛି। ପାହାଡ଼ ପାଦ ଦେଶରେ କୁଳୁ କୁଳୁ […]
ଗୋ-ସଂପଦଙ୍କ ଈଶ୍ୱର ‘ଗୋଧନେଶ୍ୱର’
Published On
By The Sakala
ସୁବର୍ଣ୍ଣପୁର (ବିନୋଦ ପାଣ୍ଡେ): ପ୍ରକୃତି ସବୁଜିମା,ବଣପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ଥିବା ପ୍ରାଚୀନ ଶୈବପୀଠ ଗୋଧନେଶ୍ୱର ବେଶ ପ୍ରସିଦ୍ଧି। ବୀରମହାରାଜପୁର ସଦର ମହକୁମାରୁ ପୂର୍ବକୁ ଗଲେ ପ୍ରୟ ୮ କିମି ରାସ୍ତା ଅତିକ୍ରମ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଶାନ୍ତି,ନିର୍ଜନ ପରିବେଶରେ ମନ୍ଦିର ଅବସ୍ଥିତ। ମନ୍ଦିରରେ କାହିଁ କେଉଁ କାଳରୁ ଆରାଧ୍ୟା ଦେବତା ଭାବେ ପୂଜା ପାଇଁ ଆସୁଛନ୍ତି ବାବ ଗୋଧନେଶ୍ୱର। ଗୋଧନେଶ୍ୱର ଅର୍ଥାତ୍ ଗୋ ସଂପଦଙ୍କ […]
ପାଠଶାଳାରୁ ପରିବେଶ ଚିନ୍ତା
Published On
By The Sakala
ସୋନପୁର: ସୋନପୁର ଜିଲ୍ଲା ତରଭା ବ୍ଲକ ସୁନାରୀପଡ଼ା ନିବାସୀ ରାଜକିଶୋର ସାହୁ। ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ରାଜକିଶୋରଙ୍କ ୨୫ ଏକର ଜମିରେ ସୃଷ୍ଟି କରିଥିବା ଜଙ୍ଗଲ ଭିତରେ ବିଭିନ୍ନ ଜାତିର ହଜାର ହଜାର ପକ୍ଷୀ, ଠେକୁଆ, କୋକିଶିଆଳି, ହେଟାବାଘ, ହନୁମାଙ୍କଡ଼, ଗୋଧି, ନେଉଳ, ମହୁଲ ମୂଷା, ବିଲେଇ ଭଳି ଜୀବ ବର୍ଷସାରା ଦେଖାଯାନ୍ତି। ରାଜକିଶୋର ସୃଷ୍ଟି କରିଥିବା ଏହି ଜଙ୍ଗଲ ତାଙ୍କୁ ଆୟ ଦେଇ ନ ଥିଲେ […]
ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ
Published On
By The Sakala
ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ଠିକାଦାରଙ୍କ ନିକଟରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ସୋନପୁର ବାସଭବନରେ ମଧ୍ୟ ରେଡ୍ କରିଥିବା ଜଣାପଡିଛି।
ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ; ପଞ୍ଚାୟତ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କର: ନବୀନ
Published On
By The Sakala
ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ସଭାପତି ସୁପାରା ଠେଲା, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତମସୀ […]
ଭାରସାମ୍ୟ ହରାଇ ଘରକୁ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ପରିବାର
Published On
By The Sakala
ସୋନପୁର : ଭାରସାମ୍ୟ ହରାଇ ଘରକୁ ପଶିଲା ମାରୁତି ବେଲେନୋ ଗାଡ଼ି। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ବିନିକା ପଟକୁ ଏହି ଗାଡିଟି ଦ୍ରୁତଗତିରେ ଯାଉଥିଲା । କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି । ବିନିକା […]
ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ, ଚିନ୍ତାରେ କୁମ୍ଭକାର ପରିବାର
Published On
By The Sakala
ସୋନପୁର: ସୋନପୁର କୁମ୍ଭାରପଡାରେ ଦିନେ ୨୫-୩୦ କୁମ୍ଭାର ଶାଳ ଥିଲା। ଜାନି ଯାତ୍ରା ପୂର୍ବରୁ ବିଳମ୍ବିତ ରାତି ଯାଏ ବୁଲୁଥିଲା କୁମ୍ଭାର ଚକ। ଗଢା ଚାଲିଥିଲା ଶହ ଶହ କଳସୀ, ମାଠିଆ, ଦୀପ, ରୁଖା ଆଦି ସାମଗ୍ରୀ। ଦୀପାବଳିର ମାସ ମାସ ପୂର୍ବରୁ ରାତି ଦିନ ଏକ କରି ଏମାନେ ଗଢି ଚାଲିଥିଲେ ମାଟି ଦୀପ। ଅଗ୍ରୀମ ପାଉଣା ନଦେଲେ ତ ମିଳୁନଥିଲା ଖପର। ବର୍ଷାଋତୁ ପୂର୍ବରୁ ସପରିବାର ମିଶି ଏହି କୁମ୍ଭକାର ମାନେ ଗଢୁଥିଲେ ହଜାର […]
ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ
Published On
By The Sakala
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଅଧିନସ୍ତ ଚୁଲିମାଲ ଗ୍ରାମରେ ଗୁଳିକାଣ୍ଡ ଘଟିଛି ।ଏହି ଗୁଳିମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର । ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ସାଢେ ୫ଘଣ୍ଟା ସମୟରେ ହୋଇଥିବା କୁହାଯାଉଛି । ଘଟଣା ପ୍ରଘଟ ହେବାପରେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଉଭୟଙ୍କୁ ଚିକିତ୍ସା ପାଇଁ ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ବିନିକା […]