ଗଞ୍ଜାମ

ବଚସାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ। ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର […]
ଓଡ଼ିଶା  ଗଞ୍ଜାମ 

ପୁଣି ଅଶାନ୍ତ ହେଲା ଗଞ୍ଜାମ; ଘରୁ ଡାକି ନେଇ ବିଭତ୍ସ ହତ୍ୟା …

ଗଞ୍ଜାମ: ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ଠାରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ୩ ଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରଥିବା ଅଭିଯୋଗ ହୋଇଛି। ସାଙ୍ଗ ହୋଇ ମଦ ପିଇ କୋଦାଳରେ ଆକ୍ରମଣ କରିଛନ୍ତି ୩ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ୩ ଯୁବକ। କୋଦାଳରେ ମୁଣ୍ଡକୁ […]
ଓଡ଼ିଶା  ଗଞ୍ଜାମ 

କିରାସିନି ଢାଳି ନିଜକୁ ଜାଳିଦେଲେ ବୃଦ୍ଧ

ଦିଗପହଣ୍ଡି: କିରାସିନି ଢାଳି ନିଆଁ ଲଗାଇ ଜୀଅନ୍ତା ଜଳିଗଲେ ବୃଦ୍ଧ। ସୁଇସାଇଡ୍‌ ନୋଟ୍‌ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ। ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୂର ପଞ୍ଚାୟତ ବଢିଆଓସ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତାଙ୍କୁ ଉଦ୍ଧାର କରାଯାଇ ଆଡପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃକଙ୍କ ନାଁ ପୀତବାସ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।
ଓଡ଼ିଶା  ବଡ ଖବର  ଗଞ୍ଜାମ 

ଘରୁ ଟେକିନେଇ ୩ ଦିନ ଦୁଷ୍କର୍ମ, ଜଣେ ନାବଳକକୁ ଗିରଫ କରିଛି ପୁଲିସ

ସାନଖେମୁଣ୍ଡି: ଗଞ୍ଜାମରେ ପୁଣି ଲଜ୍ଜା। ଘରୁ ଟେକିନେଇ ଏକ ପରିତ୍ୟକ୍ତ ଘରେ ବାରମ୍ବାର ଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ଏକୁଟିଆ ଛାଡ଼ି ଚାଲିଗଲେ ଦୁଷ୍କର୍ମକାରୀ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅଞ୍ଚଳରୁ ଶନିବାର ଏପରି ଏକ ଛାତିଥରା ଘଟଣା ପଦାକୁ ଆସିଛି। ଜଣେ ନାବାଳିକା ୩ ଦିନ ଧରି ଏଭଳି ପାଶବିକ ଅତ୍ୟାଚାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ନମ୍ବର ୩୪୦/୨୫ରେ ଏକ ମାମଲା ରୁଜୁ କରି ଗତକାଲି ଜଣେ ନାବାଳକକୁ […]
ଓଡ଼ିଶା  ଗଞ୍ଜାମ 

ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଦେଲେ ଶାଶୂ ଓ ଦିଅର…

ଖଲ୍ଲିକୋଟ: ଯୌତୁକ ପାଇଁ ପେଟ୍ରୋଲ ଢାଳି ବୋହୂକୁ ଜାଳିଲେ ଶାଶୂ ଓ ଦିଅର। ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋହୂ ଆରତୀ। ଖଲ୍ଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ସ୍ବାମୀ ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ନେଇ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ […]
ଓଡ଼ିଶା  ବଡ ଖବର  ଗଞ୍ଜାମ 

୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକ ଅବହେଳା: ବିଜେଡି

ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ […]
ଓଡ଼ିଶା  ଗଞ୍ଜାମ  ବ୍ରହ୍ମପୁର 

ସ୍କୁଲ୍‌ ଶୌଚାଳୟରେ ନାବାଳିକାକୁ ଦୁଷ୍କର୍ମ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣଙ୍କ ପୀଡ଼ିତାଙ୍କ ସଂପର୍କୀୟ ଭାଇ ଭୁବନ ପ୍ରଧାନ (୨୨) ବୋଲି ଜଣାଯାଇଛି। ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। କାମକୁ ଗଲା ବେଳେ ସେମାନେ ନିଜର ୩ପିଲାଙ୍କୁ ଘରେ ଛାଡ଼ି ଯାଇଥାନ୍ତି। ପୀଡ଼ିତାଙ୍କ ବୟସ ମାତ୍ର ୧୧ବର୍ଷ ୬ମାସ। […]
ଓଡ଼ିଶା  ଗଞ୍ଜାମ 

ଗୋପାଳପୁରରେ ଲଜ୍ଜା : ପୁରୁଷ ବନ୍ଧୁକୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର : ଗୋପାଳପୁରରେ ଲଜ୍ଜା। ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ପ୍ରାୟ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଯାଇଥିଲେ। ଯୁବତୀଙ୍କ ପୁରୁଷ ବନ୍ଧୁକୁ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରଜ ସଂକ୍ରାନ୍ତିରେ ପ୍ରେମୀ ଯୁଗଳ ବେଳାଭୂମିକୁ ବୁଲିବାକୁ ଯାଇଥିବା ବେଳେ  ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଯାଇଥିଲେ। ଆଉ ଏହାପରେ ୩ ଜଣ ଯୁବକ ଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ […]
ଓଡ଼ିଶା  ବଡ ଖବର  ଗଞ୍ଜାମ 

ଗୋଳନ୍ଥରା‌ରେ ଲଜ୍ଜା: ବରଯାତ୍ରୀ ଶୋଭାଯାତ୍ରାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ରାତିରେ ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଆଜି ବିଳମ୍ବିତ ରାତିରେ ଅଭିଯୋଗ ହେବା ପରେ ପଦାକୁ ଆସିଛି। ସୂଚନାନୁଯାୟୀ, ନାବାଳିକାଦ୍ୱୟ ଏକ ବ୍ୟାଣ୍ଡ ପାର୍ଟିରେ ଡ୍ୟାନ୍ସର୍‌ ଭାବେ କାମ କରନ୍ତି। ବୁଧବାର ରାତିରେ ଏକ ବରାଯାତ୍ରୀ […]
ଓଡ଼ିଶା  ଅପରାଧ  ଗଞ୍ଜାମ 

ବୁଲେଟ୍‌-ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା, ୨ ମୃତ

ଭଞ୍ଜନଗର: ପୁଣି ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ। ଆଜି ସୋରଡ଼ା ଥାନା ଲାଠିପଦା ଗାଁରେ ସିରିଜ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଦା ଗାଁରେ ୩ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୫ଜଣ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ସମସ୍ତଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲା। ଜଣେ ସୋରଡ଼ା ମେଡ଼ିକାଲରେ ଏବଂ […]
ଓଡ଼ିଶା  ଗଞ୍ଜାମ 

ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା, ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ବ୍ରହ୍ମପୁର : ବହୁବର୍ଷ ପରେ ପୁଣିଥରେ ଗଞ୍ଜାମ ଅଶାନ୍ତ ହୋଇଛି। ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଓ ଅଜୟ ବାରିକ ନାମକ ଦୁଇ ଭାଇକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ପଡିଛି ମୃତଦେହ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା  ଅପରାଧ  ଗଞ୍ଜାମ 

ଜେଲ ଫେରନ୍ତା ଭାଇକୁ ପିଟି ମାରିଲା ବଡ଼ଭାଇ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠ ସରଶିଙ୍ଗ ପଞ୍ଚାୟତ ବାଦରଖପୁଲିରେ ହତ୍ୟାକାଣ୍ଡ। ସାନଭାଇକୁ ହତ୍ୟା କଲା ବଡ଼ଭାଇ । ଜେଲ ଫେରନ୍ତା ଭାଇକୁ ପିଟି ମାରିଲା ବଡ଼ଭାଇ। ପାରିବାରିକ କଳହକୁ ନେଇ ଭାଇକୁ ମାରିଲା ଭାଇ। ଖବରପାଇ ଘଟଣା ସ୍ଥଳରେ କୋଦଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା ଅଭିଯୋଗରେ ଭାଇଭାଉଜଙ୍କୁ ଅଟକ ରଖିଛି ପୁଲିସ। ମୃତକ କିଛି ଦିନ ହେବ ଜେଲରୁ ଫେରିଥିଲେ।
ଓଡ଼ିଶା  ବଡ ଖବର  ଗଞ୍ଜାମ